ପ୍ରମୂଖ ଖବର
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ଅଣସରର ଚତୁର୍ଦ୍ଦଶୀ ତିଥିରେ ହେବ ମହାପ୍ରଭୁଙ୍କ ବନକଲାଗି, ପ୍ରସ୍ତୁତ ହୋଇଛି ଶ୍ରୀମୁଖ ସିଂହାର ସାମଗ୍ରୀ

Published By : Prameya | June 24, 2025 10:59 AM

ପୁରୀ ୨୪/୦୬: ମଙ୍ଗଳବାର ଚତୁର୍ଦ୍ଦଶୀରେ ଅଣସର ଘରେ ଦାରୁଦିଅଁଙ୍କ ବନକଲାଗି ନୀତି ଅନୁଷ୍ଠିତ  ହେବ । ଶ୍ରୀମନ୍ଦିର ଭିତର ବେଢ଼ାରେ ବଳିପାତାଳ ମନ୍ଦିର ପାଶ୍ୱର୍ ବନକ ଘରେ ପ୍ରସ୍ତୁତ  ହୋଇଛି ବନକ ଦ୍ରବ୍ୟ ତଥା ଠାକୁରଙ୍କ ଶ୍ରୀମୁଖ ସିଂହାର ସାମଗ୍ରୀ । ଦତ୍ତମହାପାତ୍ର ସେବକମାନେ ଅଣସର ପାଳିରେ ହବିଷ୍ୟାନ୍ନରେ ରହି ଏହି ସେବାକୁ ସମ୍ପନ୍ନ  କରିଥାନ୍ତି । ଦେବସ୍ନାନ ପୂର୍ଣ୍ଣିମାଠାରୁ ତ୍ରୟୋଦଶୀ ପର୍ଯ୍ୟନ୍ତ ବିଶେଷ ରୂପେ ଶଙ୍ଖ  ପାଉଡର ପ୍ରସ୍ତୁତ କରାଯାଏ । ଏହି ଗୃହ ମଧ୍ୟରେ ବନକ ଦ୍ରବ୍ୟ ଯଥା ହରିତାଳ,  ହେଙ୍ଗୁଳ, କଇଥ ଅଠା, କର୍ପୁର, କେଶର ଏବଂ କସ୍ତୁରୀ ଆଦି ପ୍ରସ୍ତୁତ କରାଯାଇଛି । ୨ ଦିନ ଧରି ଶ୍ରୀମନ୍ଦିରରେ ଠାକୁରଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.