ଭୁବନେଶ୍ୱର,୧୨/୧୨: ଆଜିଠୁ ଦୈତନଗରୀରେ ୩୦ଟି  ଆପାତକାଳୀନ ପ୍ରତିକ୍ରିୟା ସହାୟତା  ପ୍ରଣାଳୀ (ଇଆର୍‌ଏସ୍‌ଏସ୍‌) ଯାନ ଗଡିବ । କୌଣସି ସ୍ଥାନରେ ଦୁର୍ଘଟଣା, ଅପରାଧ  କିମ୍ବା ଅନ୍ୟ କୌଣସି ଅପ୍ରୀତିକର  ପରିସ୍ଥିତି ଉପୁଜିଲେ, ଏହି ଯାନ ତୁରନ୍ତ  ଅଘଟଣସ୍ଥଳରେ ପହଞ୍ଚିବ । ଏହି ଯାନରେ ଉପସ୍ଥିତ ପୁଲିସ କର୍ମଚାରୀ ଅସହାୟଙ୍କୁ ତ୍ୱରିତ୍ୱ ସହାୟତା ଯୋଗାଇବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁଲିସ ସେବା ଭବନରେ ଏହି  ୩୦ଟି ଇଆର୍‌ଏସ୍‌ଏସ୍‌ ଗାଡିର ଲୋକାର୍ପଣ କରିବେ । ଜରୁରୀକାଳୀନ ପ୍ରତିକ୍ରିୟା ପ୍ରଣାଳୀ  ତଥା ଡାଏଲ ୧୧୨କୁ ତ୍ୱରାନ୍ୱିତ କରାଇବା  ପାଇଁ ଏସବୁ ଯାନ ସହାୟକ ହେବ ।