ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ

Published By : Prameya | October 5, 2024 8:26 AM

ଭୁବନେଶ୍ୱର,୦୫/୧୦: ଓଡ଼ିଶାରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନର ସମ୍ଭାବନା ରହିଛି । ରାଜ୍ୟରେ ପର୍ଯ୍ୟାପ୍ତ କଞ୍ଚାମାଲ ରହିଛି । ଭିତ୍ତିଭୂମି ବି ରହିଛି । କୁଶଳି ମାନବସମ୍ବଳ ଓ ରପ୍ତାନୀର ସମସ୍ତ ସୁଯୋଗ ରହିଛି । ଏତେ ସବୁ ଥିବା ସତ୍ତେ୍ୱ ରାଜ୍ୟରେ  ଅଧିକ ମାତ୍ରାରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ହୋଇପାରି ନାହିଁ । ଏହି କ୍ଷେତ୍ରରେ ନିଯୁକ୍ତିର ପର୍ଯ୍ୟାପ୍ତ ସୁଯୋଗ ମଧ୍ୟ ରହିଛି । ବାହାର ରାଜ୍ୟ ଓ ଦେଶର ଲୋକେ ସେମାନଙ୍କ ଅଞ୍ଚଳର କଞ୍ଚାମାଲ  ଉପଯୋଗ କରି ଅର୍ଥ ଉପାର୍ଜନ କରୁଛନ୍ତି । ମାତ୍ର ଆମ ପାଖରେ  ସବୁ କିଛି ଥାଇ ତାର ଉପଯୋଗ କରିପାରୁନେ । ତେଣୁ ଏହାକୁ  ଉପଯୋଗ କରି କିଭଳି ଆଗାମୀ ଦିନରେ ଦେଶରେ ଏକ ନମ୍ବର  ହୋଇପାରିବା ସେ ନେଇ ଆଲୋଚନା କରିବାର ଆବଶ୍ୟକତା  ରହିଛି ।

ଏଥିପାଇଁ ଶନିବାର ପ୍ରତିରକ୍ଷା ବିଶେଷଜ୍ଞ, ସରଞ୍ଜାମ  ଉତ୍ପାଦନକାରୀ, ନିବେଶକ, ଗବେଷକ ଓ ସେନା ଅଧିକାରୀଙ୍କୁ  ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ଏକ  ସମ୍ମିଳନୀ ଅନୁଷ୍ଠିତ ହେବ । ସୋଆ ଏବଂ ସୋଆ ସେଣ୍ଟର ଫର ଇନୋଭେସନ୍‌ ଆଣ୍ଡ ଇନ୍‌କ୍ୟୁବେସନ୍‌ (ସୋଆ-ସିଆଇଆଇ)ର ମିଳିତ ସହଯୋଗରେ ଏହା ଆୟୋଜନ  କରାଯାଇଛି । ଏ ନେଇ ଶୁକ୍ରବାର ସୋଆ ବିଶ୍ୱବିଦ୍ୟାଳୟରେ  ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା କର୍ପୋରେଟ୍‌  ଫାଉଣ୍ଡେସନ୍‌ (ଓସିଏଫ୍‌) ପକ୍ଷରୁ ସୂଚନା ଦିଆଯାଇଛି । 

‘ମିସନ୍‌: ମେକ୍‌ ଇନ୍‌ ଓଡ଼ିଶା ଫର ଡିଫେନ୍ସ ଇଣ୍ଡଷ୍ଟ୍ରି-  ଅପରର୍ଚୁନିଟିଜି ଗାଲୋର’ ଶୀର୍ଷକରେ ଏହି ଆଲୋଚନା  କରାଯିବ । ଉଦ୍ୟୋଗପତି ଓ ଶିଳ୍ପ କ୍ଷେତ୍ରରେ ବିଶେଷଜ୍ଞଙ୍କୁ  ଗୋଟିଏ ମଞ୍ଚରେ ଏକତ୍ରିତ କରିବା ହେଉଛି ଏହି ସମ୍ମିଳନୀର  ମୁଖ୍ୟ ଉଦ୍ଦେଶ୍ୟ ବୋଲି ଓସିଏଫ୍‌ର ଉପଦେଷ୍ଟା ବ୍ରିଗେଡିୟର  ଏଲ୍‌ ସି ପଟ୍ଟନାୟକ ସୂଚନା ଦେଇଛନ୍ତି । ଏହାଦ୍ୱାରା ରାଷ୍ଟୀୟ  ସୁରକ୍ଷା ମଜଭୁତ ହେବା ସହ ଅର୍ଥନୈତିକ ବିକାଶ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । 

ବ୍ରିଗେଡିୟର ପଟ୍ଟନାୟକ କହିଛନ୍ତି, ଏହି  ସମ୍ମିଳନୀର ପ୍ରମୁଖ ପ୍ରସଙ୍ଗ ହେଉଛି, ସ୍ଥାନୀୟ ବୁଦ୍ଧିମତ୍ତାକୁ ନେଇ  ସ୍ୱଦେଶୀ ପଦାର୍ଥର ଉତ୍ପାଦନ ଓ ଓଡ଼ିଶାର କୁଶଳି ମାନବସମ୍ବଳକୁ ନେଇ ବିଶ୍ୱସ୍ତରୀୟ ପ୍ରତିରକ୍ଷା ଉତ୍ପାଦ କରିବା । ଏଥିସହ ଅଭିନବ  ଉପାୟ ଓ ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳକୁ ବ୍ୟବହାର  କରି ଓଡ଼ିଶାର ଉନ୍ନତି ସାଧନ କରିବା । ବିଶ୍ୱ ପ୍ରତିରକ୍ଷା ବଜାରରେ  ଓଡ଼ିଶାକୁ ପ୍ରତିଷ୍ଠା କରି ବିଦେଶୀ ନିବେଶକଙ୍କୁ ଆକର୍ଷିତ କରିବା  ମଧ୍ୟ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।  

ସାମ୍ବାଦିକ ସମ୍ମିଳନୀରେ ଅବସରପ୍ରାପ୍ତ ମେଜର  ଜେନେରାଲ ଆର୍‌ସି ପାଢ଼ୀ, ଅବସରପ୍ରାପ୍ତ ଏଭିଏମ୍‌ ଏମ୍‌  ମହନ୍ତ, କର୍ଣ୍ଣେଲ୍‌ ଡ. ପିସି ପଟ୍ଟନାୟକ, ଓସିଏଫ୍‌ ମହିଳା  ଶାଖାର ଅଧ୍ୟକ୍ଷା ଉଷସୀ ରଥ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା  ଉପଦେଷ୍ଟା ପ୍ରମୋଦ କୁମାର ଶତପଥୀ ଉପସ୍ଥିତ ଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.