ପ୍ରମୂଖ ଖବର
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ବାଜିଲା ସାଇରନ୍, ଖୋଲିଲା ହୀରାକୁଦ ଗେଟ୍; ଛଡ଼ାଗଲା ବର୍ଷର ପ୍ରଥମ ବନ୍ୟାଜଳ, ଖାଲି ହେଉଛି ତଳିଆ ଅଞ୍ଚଳ

Published By : Prameya | July 6, 2025 10:28 AM

ସମ୍ବଲପୁର,୨୮/୦୭: ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦ ଗେଟ୍ । ଜଳଭଣ୍ଡାରୁ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ। ପ୍ରଥମେ ୭ ନମ୍ବର ଗେଟ୍ ନେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଯାହାକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳକୁ ଖାଲି କରାଯାଇଛି । ମହାନଦୀର ତଳିଆ ଅଞ୍ଚଳରେ ଥିବା ୧୨ ଜିଲ୍ଲାପାଳଙ୍କ ସତର୍କ ରହିବାକୁ ସୂଚନା ଦିଆଯାଇଛି । 


ସୂଚନା ମୁତାବକ, ରବିବାର ସକାଳେ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ପରେ ନଦୀବନ୍ଧର ବାମପାର୍ଶ୍ୱର ଅର୍ଥାତ୍ ହୀରାକୁଦ ପଟର ୭ ନମ୍ବର ସ୍ପିଲ୍‌ୱେକୁ ଖୋଲାଯାଇଛି । ପରବର୍ତ୍ତୀ ସମୟରେ ୧୨ଟି ଗେଟ୍ ଖୋଲାଯିବ। ବାମ ପାର୍ଶ୍ୱରୁ ୮ଟି, ଡାହଣ ପାର୍ଶ୍ୱରୁ ୪ଟି ଗେଟ୍ ଖୋଲାଯିବ। ସକାଳ ୯ଟା ସୁଦ୍ଧା ଜଳଭଣ୍ଡାର ୬୦୮.୩୧  ଫୁଟ୍‌ ଛୁଇଁଥିବା ଜଣାପଡିଛି । ଉପରମୁଣ୍ଡରେ ଲଗାଣ ବର୍ଷା ହେତୁ ଜଳଭଣ୍ଡାରରେ ଦ୍ରୁତଗତିରେ ବନ୍ୟାଜଳ ଭର୍ତ୍ତି ହେଉଛି । ପ୍ରତି ସେକେଣ୍ଡରେ ୨ ଲକ୍ଷରୁ ଅଧିକ କ୍ୟୁସେକ୍‌ ଜଳ ପ୍ରବେଶ କରୁଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.