ପୁରୀ,୦୬/୦୬: ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ଏକାଦଶୀ ତିଥି ଶୁକ୍ରବାର ବଡ଼ଦେଉଳରେ ହେବ ରୁକ୍ମିଣୀ ହରଣ ଏକାଦଶୀ ନୀତି । ଏହି ଅବସରରେ ରୁକ୍ମିଣୀଙ୍କୁ ବିବାହ କରିବେ ମହାପ୍ରଭୁ । ମା'ଲକ୍ଷ୍ମୀ ଠାକୁରାଣୀ ସାଜିବେ ଦେବୀ ରୁକ୍ମିଣୀ । ଶ୍ରୀମଦନମୋହନ ହୋଇଥିବେ ଶ୍ରୀକୃଷ୍ଣ । ଶ୍ରୀମନ୍ଦିରରେ ବଡ଼  ଜାକଜମକରେ ମହାପ୍ରଭୁଙ୍କ ବାହାଘର ହେବ । ଏହି ନୀତି ପାଇଁ ଅପରାହ୍ଣ ପ୍ରାୟ  ୧ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ମିଳିବ ନାହିଁ ବୋଲି ଶ୍ରୀମନ୍ଦିର  ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । 

ଶ୍ରୀମନ୍ଦିରରେ ପ୍ରଥମ ଭୋଗମଣ୍ଡପ ପରେ  ଠାକୁରଙ୍କ ସ୍ୱତନ୍ତ୍ର ନୀତି ଆରମ୍ଭ ହେବ । ରାତିରେ ମହାପ୍ରଭୁଙ୍କ ସହ ରୁକ୍ମିଣୀଙ୍କ  ବିବାହ ଉତ୍ସବ ସଂପନ୍ନ ହେବ । ଏହି ଅବସରରେ ସେବାୟତ ତଥା ବହୁ  ବଦାନ୍ୟ ବ୍ୟକ୍ତିଙ୍କ ପକ୍ଷରୁ ଶ୍ରୀମନ୍ଦିରରେ ଭକ୍ତଙ୍କୁ ମହାପ୍ରସାଦ ବଣ୍ଟନ କରାଯାଏ ।