ହରଭଙ୍ଗା ୧୩/୧୧: ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ସଦର ମହକୁମା ଠିଡିକାଜୋର ବଜାର ଠାରେ ଥିବା ଏକ ଶୌଚାଳୟ ଦୀର୍ଘ ବର୍ଷ ହେବ ଜରାଜିର୍ଣ୍ଣ ଅବସ୍ଥାରେ ପଡି ରହିଛି । ଯାହା ଫଳରେ ଲୋକେ ସ୍ନାନଶୌଚ ଭଳି ସୁବିଧା ସୁଯୋଗରୁ ବଂଚିତ ହୋଇ ଆସୁଛନ୍ତି । ଅନ୍ୟପଟେ ଠିଡିକାଜୋର ବଜାର ସ୍ଥାନଟି ରାଜ୍ୟର କେନ୍ଦ୍ର ସ୍ଥଳରେ ରହିଥିବା ବେଳେ ପଶ୍ଚିମ ଓଡିଶା ସହିତ ପୁର୍ବ ଓଡିଶା, ଦକ୍ଷୀଣ ଓଡିଶା ସହିତ ଉତର ଓଡିଶାକୁ ସଂଯୋଗ କରୁଥିବାରୁ ଦିନରାତି ସବୁବେଳେ ଏହି ବଜାର ଦେଇ ବହୁ ଯାତ୍ରୀବାହୀ ବସ ଚଳାଚଳ କରୁଛି । ବସରେ ଯାତ୍ରା କରୁଥିବା ଯାତ୍ରୀ ମାନେ ମଧ୍ୟ ରାତି ଅଧରେ ଶୌଚ ପାଇଁ ନାହିଁ ନଥିବା ହଇରାଣ ହରକତ ହେବା ସହିତ ରାସ୍ତାଘାଟରେ ମଇଳା କରିବା କାରଣରୁ ବଜାରଟିର ପରିବେଶ ଦୁଷିତ ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଅନ୍ୟପଟେ ତୁରନ୍ତ ଜରାଜିର୍ଣ୍ଣ ଭାବେ ପଡିରହିଥିବା ଶୌଚାଳୟର ପୁନରୁଦ୍ଧାର କରିବା ପାଇଁ ଜିଲା ପ୍ରଶାସନ ନିକଟରେ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।