ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ପଶୁଙ୍କ ପାଇଁ ଟୋଲ୍ ଫ୍ରି ନମ୍ଵର ଜାରି, ଖାଦ୍ୟ ଓ ଚିକିତ୍ସା ପାଇଁ ୧୯୬୨କୁ କରିପାରିବେ କଲ୍

Published By : Rasmita Pradhan | October 23, 2024 1:06 PM

ଭୁବନେଶ୍ଵର, ୨୩/୧୦ : ପଶୁଙ୍କ ପାଇଁ ଟୋଲ୍ ଫ୍ରି ନମ୍ଵର ଜାରି କଲେ ସରକାର। ପଶୁଙ୍କ ଖାଦ୍ୟ ଓ ଚିକିତ୍ସା ପାଇଁ ୧୯୬୨କୁ କଲ୍ କରିପାରିବେ। ପଶୁ ଓ ମତ୍ସ୍ୟ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏନେଇ ସୂଚନା ଦେଇଛନ୍ତି। ଏହା ସହ ବୁଲା ପଶୁଙ୍କୁ ବି ସୁରକ୍ଷିତ ସ୍ଥାନକୁ ନେବାକୁ ଅପିଲ୍ କରିଛନ୍ତି। 

ପ୍ରକାଶ ଥାଉକି, ଗୁରୁବାର ଭୀଷଣ ବାତ୍ୟାରେ ପରିଣତ ହୋଇ ସ୍ଥଳଭାଗ ଛୁଇଁବ ଦାନା। ୨୪ ରାତିରେ ୨୫ ସକାଳ ମଧ୍ୟରେ ଭିତରକନିକା-ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିପାରେ ବାତ୍ୟା। ତେବେ ଲ୍ୟାଣ୍ଡଫଲ୍ ବେଳେ ୧୧୦ ରୁ ୧୨୦ ଯାଏଁ ପବନର ବେଗ ରହିବ। ଏନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।

୨୪ ଓ ୨୫ ତାରିଖରେ ବାତ୍ୟାର ପ୍ରଭାବ ଅଧିକ ରହିବ। ଏହା ଏବେ ପାରାଦୀପ ଠାରୁ ୫୨୦ ଓ ସାଗରସ୍ଵୀପ ଠାରୁ ୬୦୦ କିମି ଦୂରରେ ରହିଛି। ବାତ୍ୟା ଏବେ ଘଣ୍ଟାପ୍ରତି ୧୫ କିମି ବେଗରେ ଗତି କରୁଛି। 







Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.