ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଆତ୍ମହତ୍ୟା କଲେ ଲୋକପ୍ରିୟ ତେଲୁଗୁ ଫିଲ୍ମ ପ୍ରଯୋଜକ, ଡ୍ରଗ୍ସ ମାମଲାରେ ଯାଇଥିଲେ ଜେଲ୍‌

Published By : Tapas Panda | February 3, 2025 8:34 PM

ନୂଆଦିଲ୍ଲୀ: ତେଲୁଗୁ ଫିଲ୍ମ ପ୍ରଯୋଜକ ସୁଙ୍କାରା କୃଷ୍ଣ ପ୍ରସାଦ ଚୌଧୁରୀ (କେପି ଚୌଧୁରୀ) ଆତ୍ମହତ୍ୟା କରିଛନ୍ତି । ଗୋଆ ସ୍ଥିତ ଭଡ଼ା ଘରୁ ସୋମବାର ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ସୁପରଷ୍ଟାର ରଜନୀକାନ୍ତଙ୍କ ଅଭିନୀତ 'କବାଲି' ଫିଲ୍ମ ପ୍ରଯୋଜନା ପାଇଁ କେପି ଚୌଧୁରୀଙ୍କୁ ଖୁବ ଲୋକପ୍ରିୟତା ମିଳିଥିଲା । ଏହା ପୂର୍ବରୁ ୨୦୨୩ରେ  ଡ୍ରଗ୍ସ ଚାଲାଣ ମାମଲାରେ ସାଇବରାବାଦ ସ୍ପେଶାଲ୍ ଅପରେସନ୍ସ ଟିମ୍ ତାଙ୍କୁ ଗିରଫ କରିଥିଲା । ତଦନ୍ତରୁ ଜଣାପଡିଥିଲା ଯେ, ଟଲିଉଡ୍ ଏବଂ କଲିଉଡ୍ ଫିଲ୍ମ ଶିଳ୍ପ ଏବଂ ବ୍ୟବସାୟିକ କ୍ଷେତ୍ର ଉଭୟରେ ତାଙ୍କର ଗ୍ରାହକ ଥିଲେ । 

କାମର ଅଭାବ ଏବଂ ଅତ୍ୟଧିକ ଋଣଭାରରେ ବୁଡ଼ି ରହିଥିବାରୁ ସେ ଡ୍ରଗ୍ସ ବ୍ୟବସାୟ କରୁଥିଲେ । କେପି ଚୌଧୁରୀ ସେଲିବ୍ରିଟିମାନଙ୍କୁ ଡ୍ରଗ୍ସ ଯୋଗାଉଥିବା ନେଇ ପୋଲିସ ତଦନ୍ତରୁ ଜଣାପଡ଼ିଥିଲା । ସେ ଗୋଆରେ ଥିବା ଓଏଚଏମ ପବ୍ ମାଧ୍ୟମରେ ଡ୍ରଗ୍ସ ଯୋଗାଉଥିଲେ । ଗୋଆ ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ଗିରଫ ହେବା ପରେ କେପି ଚୌଧୁରୀ ମାନସିକ ଅବସାଦରେ ଥିଲେ ଏବଂ ତାଙ୍କର ଅର୍ଥାଭାବ ଲାଗି ରହିଥିଲା । 

ଏସବୁ ସମସ୍ୟା ସତ୍ତ୍ୱେ ସେ ମନୋରଞ୍ଜନ ଦୁନିଆରେ କାମ ଜାରି ରଖିଥିଲେ । କିନ୍ତୁ ତାଙ୍କର ମାନସିକ ଅବସାଦ ଏବଂ ଆର୍ଥିକ ଅଭାବ ତାଙ୍କ ଉପରେ ବିଶେଷ ପ୍ରଭାବ ପକାଇଥିବା ପରି ମନେ ହେଉଛି। ଯେଉଁଥିପାଇଁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୋଲିସ କହିଛି । ମିଳିଥିବା ସୂଚନା ଅନୁସାରେ, ଅଞ୍ଜୁନା ଥାନା ଅନ୍ତର୍ଗତ ସାଓଲିମ୍‌ ଆଉଟପୋଷ୍ଟ ମାମଲାର ତଦନ୍ତ କରୁଛି । ଉତ୍ତର ଗୋଆର ଏସପି ଅକ୍ଷତ କୌଶଳ କହିଛନ୍ତି, ସମୟ ଆସିଲେ ମାମଲା ସହ ଜଡ଼ିତ ସମସ୍ତ ସୂଚନା ଦିଆଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.