ବାଙ୍ଗିରିପୋଷି, ୧୬/୦୭: ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା ବିଲାତି ବୋଝେଇ ଟ୍ରକ୍ । ମୟୂରଭଞ୍ଜ ଜିଲ୍ଲା ୧୮ ନଂ ଜାତୀୟ ରାଜପଥର ସଂକୁଚା ଛକ ନିକଟରେ ଜଳିଗଲା ଟ୍ରକ୍‌ । ଖବର ପାଇ ଝାରପୋଖରୀଆ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । 

ସୂଚନା ମୁତାବକ, ବାରିପଦା ପଟୁ ଆସୁଥିବା ବିଲାତି ବୋଝେଇ ଟ୍ରକ୍‌ଟି ରାଞ୍ଚି ଅଭିମୁଖେ ଯାଉଥିବା ସମୟରେ ରାଜପଥ ମଝିରେ ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଡ୍ରାଇଭର ଓ ହେଲପର୍‌ର କୌଣସି ସୂଚନା ମିଳିନାହିଁ । ସେପଟେ ଖବର ପାଇ ଝାରପୋଖରୀଆ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ତେବେ ଟ୍ରକ୍‌ଟି ପ୍ରଥମେ ରାସ୍ତା କଡ଼ରେ ଥିବା ଡିଭାଇଡର ପିଟି ହୋଇ କିଛି ବାଟ ଗଲା ପରେ ନିଆଁ ଲାଗି ଯାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।