ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ସର୍ବାଧିକ ରୋଜଗାର କରିଥିବା ୧୦ ଫିଲ୍ମ

Published By : Rasmita Pradhan | December 11, 2024 2:31 PM

   ‘ଆର୍‌ଆର୍‌ଆର୍‌’ ଓ ‘ଜୱାନ’ ଚଳଚ୍ଚିତ୍ରର ବକ୍ସ ଅଫିସ୍‌ ବ୍ୟବସାୟ ଖୁବ୍‌ ଭଲ ଥିଲା । ତଥାପି ଉଭୟ ହିନ୍ଦୀ ଓ ଦକ୍ଷିଣ ଭାରତୀୟ ସିନେଶିଳ୍ପରେ ଏଭଳି କିଛି ଚଳଚ୍ଚିତ୍ର ଆସିଛି, ଯାହାର ବ୍ୟାବସାୟିକ ରେକର୍ଡ ଭାଙ୍ଗି ପାରିନି ଏହି ଦୁଇ ସିନେମା । ଆମେ ଏ ଆଲେଖ୍ୟରେ ଏଭଳି ୧୦ଟି ଚଳଚ୍ଚିତ୍ର ସମ୍ବନ୍ଧରେ ଆଲୋଚନା କରିବା, ଯେଉଁଗୁଡ଼ିକ ଆମ ଦେଶ ସମେତ ବିଦେଶରେ ମଧ୍ୟ ସର୍ବାଧିକ ରୋଜଗାର କରିଛନ୍ତି । ଉଭୟ ବଲିଉଡ ଓ ସାଉଥ୍‌ର ଚଳଚ୍ଚିତ୍ର ସ୍ଥାନ ପାଇଛନ୍ତି ଏ ତାଲିକାରେ ।

ଦଙ୍ଗଲ 

ଏ ତାଲିକାର ପ୍ରଥମ ସ୍ଥାନରେ ଅଛି ଆମୀର ଖାନ ଅଭିନୀତ ‘ଦଙ୍ଗଲ’ । ଆଇଏମ୍‌ଡିବି ରିପୋର୍ଟ ଅନୁସାରେ, ୨୦୧୬ରେ ମୁକ୍ତିପ୍ରାପ୍ତ ଏ ଫିଲ୍ମ ଦେଶ ଓ ଦେଶ ବାହାରେ ୧୯୩୬.୮ କୋଟି ଟଙ୍କା ରୋଜଗାର କରିଥିଲା । ଏହାରି ଭିତରେ ୮ ବର୍ଷ ବିତି ସାରିଥିଲେ ହେଁ କୌଣସି ଫିଲ୍ମ ଏ ସଂଖ୍ୟାକୁ ଟପି ପାରି ନାହିଁ । 

ବାହୁବଳି - ଦ କନ୍‌କ୍ଲୁଜନ 

ସବୁଠୁ ଅଧିକ ରୋଜଗାର କରିଥିବା ଫିଲ୍ମ ତାଲିକାରେ ଏସ୍‌ ଏସ୍‌ ରାଜମୌଲିଙ୍କ ନିର୍ଦ୍ଦେଶିତ ‘ବାହୁବଳି - ଦ କନ୍‌କ୍ଲୁଜନ’ର ସ୍ଥାନ ଦ୍ୱିତୀୟ । ପ୍ରଭାସ, ରାଣା ଦଗ୍‌ଗୁବତୀ ଓ ଅନୁଷ୍କା ସେଟ୍ଟୀ ଷ୍ଟାରର୍‌ ଏ ଫିଲ୍ମ ସମଗ୍ର ବିଶ୍ୱରେ ୧୭୪୨.୩ କୋଟି ଟଙ୍କା ବ୍ୟବସାୟ କରିଥିଲା । 

ଆର୍‌ଆର୍‌ଆର୍‌ 

ଏହା ମଧ୍ୟ ଏସ୍‌ଏସ୍‌ ରାଜମୌଲିଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିଲା । ଜୁନିଅର ଏନ୍‌ଟିଆର୍‌, ରାମ ଶରଣ ଓ ଆଲିଆ ଭଟ୍ଟ ଏଥିରେ ଅଭିନୟ କରିଥିଲେ । ଫିଲ୍ମର ୱାର୍ଲ୍ଡ ୱାଇଡ୍‌ କଲେକ୍ସନ ଥିଲା ୧୨୫୦.୯ କୋଟି ଟଙ୍କା । 

କେଜିଏଫ୍‌ ଚାପ୍ଟର ୨ 

ତାଲିକାର ଚତୁର୍ଥ ସ୍ଥାନ ଗ୍ରହଣ କରିଛି ପ୍ରଶାନ୍ତ ନୀଲ୍‌ଙ୍କ ଫିଲ୍ମ ‘କେଜିଏଫ୍‌ ଚାପ୍ଟର ୨’ । ୟଶ ଓ ସଞ୍ଜୟ ଦତ୍ତଙ୍କ ଅଭିନୟରେ ସମୃଦ୍ଧ ଏ ଚଳଚ୍ଚିତ୍ର ପରଦାକୁ ଆସିଥିଲା ୨୦୨୨ରେ । ଏ ଫିଲ୍ମର ବିଶ୍ୱବ୍ୟାପୀ ବକ୍ସ ଅଫିସ୍‌ କଲେକ୍ସନ ଥିଲା ୧୧୭୬.୫ କୋଟି ଟଙ୍କା । 

ଜୱାନ 

ଗତ ବର୍ଷ ପ୍ରେକ୍ଷାଳୟକୁ ଆସିଥିଲା ଶାହରୁଖ ଖାନଙ୍କ ‘ଜୱାନ’ । ସମଗ୍ର ବିଶ୍ୱରେ ଏ ଫିଲ୍ମର ବକ୍ସ ଅଫିସ୍‌ କଲେକ୍‌ସନ ଥିଲା ୧୧୫୭.୫ କୋଟି ଟଙ୍କା । ଦୀପିକା ପାଦୁକୋନ, ନୟନତାରା, ବିଜୟ ସେତୁପତି ଆଦି କଳାକାର ଏ ଫିଲ୍ମର ଅନ୍ୟାନ୍ୟ ଚରିତ୍ରରେ ନଜର ଆସିଥିଲେ । 

ପଠାନ୍‌ 

ଶାହରୁଖଙ୍କ ଅଭିନୀତ ‘ପଠାନ୍‌’ ମଧ୍ୟ ଏ ତାଲିକାରେ ସ୍ଥାନିତ ହୋଇଛି । ଏ ଫିଲ୍ମ ମଧ୍ୟ ରିଲିଜ ହୋଇଥିଲା ୨୦୨୩ରେ । ଏଥିରେ ଦୀପିକା ପାଦୁକୋନ୍‌ ମୁଖ୍ୟ ନାୟିକା ଚରିତ୍ରରେ ଅଭିନୟ କରିଥିଲେ । ‘ପଠାନ୍‌’ର ବିଶ୍ୱବ୍ୟାପୀ ରୋଜଗାର ଥିଲା ୧୦୪୨.୨ କୋଟି ଟଙ୍କା । 

କଲ୍‌କି ୨୮୯୮ ଏଡି 

ଏ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଥିଲା ‘କଲ୍‌କି ୨୮୯୮ ଏଡି’ । ରିଲିଜ ପରେ ଏ ଫିଲ୍ମ ରେକର୍ଡ ଭାଙ୍ଗିବା ଭଳି କଲେକ୍‌ସନ କରିଥିଲା । ପ୍ରଭାସ ଓ ଅମିତାଭ ବଚ୍ଚନ ଷ୍ଟାରର୍‌ ଏ ଫିଲ୍ମର ମୋଟ ରୋଜଗାର ଥିଲା ୧୦୧୯.୮ କୋଟି ଟଙ୍କା । 

ଆନିମଲ 

ରଣବୀର କପୁରଙ୍କ ସିନେମା ‘ଆନିମଲ’ର ବିଶ୍ୱବ୍ୟାପୀ ବକ୍ସ ଅଫିସ୍‌ କଲେକ୍ସନ ୯୨୯.୧ କୋଟି ଟଙ୍କା । ସନ୍ଦୀପ ରେଡ୍ଡି ବଙ୍ଗା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ରଶ୍ମିକା ମନ୍ଦାନା, ବବି ଦେଓଲ, ତୃପ୍ତି ଡିମରି ପ୍ରମୁଖ ଦେଖିବାକୁ ମିଳିଥିଲେ । 

ବଜରଙ୍ଗୀ ଭାଇଜାନ 

ତାଲିକାର ନବମ ସ୍ଥାନରେ ରହିଛି ସଲ୍‌ମାନ ଖାନ ଅଭିନୀତ ‘ବଜରଙ୍ଗୀ ଭାଇଜାନ’ । କବୀର ଖାନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏ ଚଳଚ୍ଚିତ୍ର ପ୍ରେକ୍ଷାଳୟକୁ ଆସିଥିଲା ୨୦୧୫ରେ । ଏ ଚଳଚ୍ଚିତ୍ରର ବିଶ୍ୱବ୍ୟାପୀ ବକ୍ସ ଅଫିସ୍‌ କଲେକ୍ସନ ଥିଲା ୮୭୭.୬ କୋଟି ଟଙ୍କା । 

ସ୍ତ୍ରୀ ୨ 

ରାଜକୁମାର ରାଓ ଓ ଶ୍ରଦ୍ଧା କପୁର ଅଭିନୀତ ‘ସ୍ତ୍ରୀ ୨’ ପରଦାକୁ ଆସିଥିଲା ଏ ବର୍ଷ । ଏହି ହରର୍‌ କମେଡି ଫିଲ୍ମର ବିଶ୍ୱବ୍ୟାପୀ କଲେକ୍‌ସନ ଥିଲା ୮୫୧.୮ କୋଟି ଟଙ୍କା ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.