ନୂଆଦିଲ୍ଲୀ,୯/୧୧ :  ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ‘ପ୍ଲେୟର ଅଫ ଦ ସିରିଜ’ ଆଓ୍ବାର୍ଡ଼ ରହିଥାଏ । ଏହି ଆଓ୍ବାର୍ଡ଼ ସେହି ଖେଳାଳୀଙ୍କୁ ଦିଆଯାଇଥାଏ ଯେଉଁମାନେ ପୂରା ସିରିଜରେ ଟିମ୍ ଲାଗି ସବୁଠାରୁ ଅଧିକ ପ୍ରଭାବଶାଳୀ ପ୍ରଦର୍ଶନ କରିଥାନ୍ତି । ଆସନ୍ତୁ ଜାଣିବା ସେହି ଟପ୍ କ୍ରିକେଟରଙ୍କ ବିଷୟରେ ଯେଉଁମାନେ ୩ଫର୍ମାଟରେ ସବୁଠାରୁ ଅଧିକ ଥର ଏହି ଆଓ୍ବାର୍ଡ଼ ନିଜ ନାଁରେ କରିଛନ୍ତି ।

ବିରାଟ କୋହଲୀ- ଭାରତ

ଭାରତର ରନ୍ ମେଶିନ ବିରାଟ କୋହଲୀ ଏହି ଲିଷ୍ଟରେ ସବୁଠାରୁ ଉପରେ ରହିଛନ୍ତି । ୨୦୦୮ରୁ ଏବେ ପର୍ଯ୍ୟନ୍ତ ଖେଳିଥିବା ୫୫୩ମ୍ୟାଚ୍ ଏବଂ ୧୬୭ସିରିଜରେ ସେ ୨୧ଥର ‘ପ୍ଲେୟର ଅଫ ଦ ସିରିଜ’ ଆଓ୍ବାର୍ଡ଼ ନିଜ ନାଁରେ କରିଛନ୍ତି।  ଟେଷ୍ଟରେ ୩, ଦିନିକିଆରେ ୧୧ ଏବଂ ଟି-୨୦ରେ ୭ଥର ତାଙ୍କୁ ଏହି ଆଓ୍ବାର୍ଡ଼ ମିଳିଛି ।

ସଚିନ ତେନ୍ଦୁଲକର- ଭାରତ

କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ୧୯୮୯ରୁ ୨୦୧୩ ମଧ୍ୟରେ ୨୦ଥର ‘ପ୍ଲେୟର ଅଫ ଦ ସିରିଜ’ଆଓ୍ବାର୍ଡ଼ ଜିତିଛନ୍ତି । ଯେଉଁଥିରେ ୫ଟେଷ୍ଟ ଏବଂ ୧୫ଦିନିକିଆ ସିରିଜ ସାମିଲ ରହିଛି ।  

ଶାକିବ ଅଲ ହସନ- ବାଂଲାଦେଶ

ବାଂଲାଦେଶର ଷ୍ଟାର ଅଲରାଉଣ୍ଡର ଶାକିବ ଅଲ ହସନ ଏହି ଲିଷ୍ଟରେ ତୃତୀୟ ସ୍ଥାନରେ ଅଛନ୍ତି । ସେ ୧୬୨ସିରିଜରେ ୧୭ଥର ଏହି ଆଓ୍ବାର୍ଡ଼ ଜିତିଛନ୍ତି । ଶାକିବ ବ୍ୟାଟିଂ ଏବଂ ବୋଲିଂ ଉଭୟରେ ମ୍ୟାଚ୍ ପରିବର୍ତ୍ତନର କ୍ଷମତା ରଖିଥାନ୍ତି । ୫ଟେଷ୍ଟ, ୭ଓ୍ବାନଡେ ଏବଂ ୫ଟି-୨୦ସିରିଜରେ ସେ ଏହି ଉପଲବ୍ଧି ହାସଲ କରିଛନ୍ତି ।

ଜ୍ୟାକ୍ କ୍ୟାଲିସ- ଦକ୍ଷିଣ ଆଫ୍ରିକା

ବିଶ୍ବର ମହାନ ଅଲରାଉଣ୍ଡର୍ସଙ୍କ ମଧ୍ୟରୁ ଜଣେ ଜ୍ୟାକ କ୍ୟାଲିସଙ୍କ ନାଁ ବି ଏହି ଲିଷ୍ଟରେ ସାମିଲ ଅଛି । ସେ ନିଜ କ୍ୟାରିୟରରେ ୫୧୯ମ୍ୟାଚ୍ ଏବଂ ୧୪୮ସିରିଜ ଖେଳି ୧୫ଥର ଏହି ଆଓ୍ବାର୍ଡ଼ ଜିତିଛନ୍ତି ।

ଡେଭିଡ ଓ୍ବାର୍ଣ୍ଣର- ଅଷ୍ଟ୍ରେଲିଆ

ଏହି ଲିଷ୍ଟରେ  ୫ମ ସ୍ଥାନରେ ଅଛନ୍ତି ଅଷ୍ଟ୍ରେଲିଆର ବିସ୍ଫୋଟକ ଓପନର ଡେଭିଡ ଓ୍ବାର୍ଣ୍ଣର । ସେ ଏବେ ପର୍ଯ୍ୟନ୍ତ ୩୮୩ମ୍ୟାଚ୍ ଏବଂ ୧୨୬ସିରିଜରେ ୧୩ଥର ‘ପ୍ଲେୟର ଅଫ ଦ ସିରିଜି’ର ଆଓ୍ବାର୍ଡ଼ ଜିତିଛନ୍ତି । ତାଙ୍କର ଆକ୍ରମଣାତ୍ମ ବ୍ୟାଟିଂ ସବୁ ଫର୍ମାଟରେ ଅଷ୍ଟ୍ରେଲିଆର ଶକ୍ତି ବଢାଇଥାଏ ।