ନୂଆଦିଲ୍ଲୀ: ମୂଲ୍ୟବାନ ଧାତୁ ‘ସୁନା’ର ଚାହିଦା ଖୁବ ଅଧିକ । ଏବେ ସୁନା ସାଧାରଣ ଲୋକଙ୍କ ଲାଗି ଅପହଞ୍ଚ ହୋଇଛି । ଏହାର ମୂଲ୍ୟ ଏତେ ଅଧିକ ବଢ଼ିଯାଇଛି ଯେ, ଏହାକୁ କିଣିବା କଷ୍ଟସାଧ୍ୟ ହୋଇପଡ଼ିଛି । ସୁନା ଯେକୌଣସି ଦେଶର ଅର୍ଥନୀତିକୁ ପ୍ରଭାବିତ କରିବାରେ ମୁଖ୍ୟ ଭୂମିକା ନେଉଛି ।   ସୁନା ଏତେ ମୂଲ୍ୟବାନ ଧାତୁ ଯେ ଏହାକୁ ପରିବାରରୁ ଦେଶ ପର୍ଯ୍ୟନ୍ତ ସବୁର ଆର୍ଥିକ ଆଧାର ଭାବରେ ବିବେଚନା କରାଯାଏ । ଦେଶଗୁଡ଼ିକର ଅର୍ଥନୀତିରେ ଉତ୍ଥାନ-ପତନ ସମୟରେ ସୁନା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି । ଏପରି ପରିସ୍ଥିତିରେ, ପ୍ରମୁଖ ସୁନା ଉତ୍ପାଦନକାରୀ ଦେଶଗୁଡ଼ିକ ଏହାର ଭଣ୍ଡାର ରଖିଥିବାରୁ ବେଶ ଲାଭବାନ ହେଉଛନ୍ତି । 

ସାରା ବିଶ୍ୱରେ ସୁନା ଖଣି ଏବଂ ଉତ୍ପାଦନ ସଂଖ୍ୟାରେ ୭ଟି ଦେଶ ଆଗରେ ଅଛନ୍ତି ।  2023 ବର୍ଷ ପାଇଁ ସୁନା ଉତ୍ପାଦନକାରୀ ଦେଶଗୁଡ଼ିକ ସଂପର୍କରେ ରିପୋର୍ଟ ପ୍ରକାଶ କରିଛି ଆଇଡିଆର । ଏହି ତାଲିକାରେ ଅଷ୍ଟ୍ରେଲିଆ ଶୀର୍ଷ ସ୍ଥାନରେ ରହିଛି । ୨୦୨୩ ମସିହାରେ ଅଷ୍ଟ୍ରେଲିଆ ଏହାର ଖଣିରୁ ସର୍ବାଧିକ ସୁନା ଉତ୍ତୋଳନ କରିଛି । ରିପୋର୍ଟ ଅନୁଯାୟୀ, ୨୦୨୩ ମସିହାରେ ଅଷ୍ଟ୍ରେଲିଆ ସୁନା ଉତ୍ପାଦନରେ ବିଶ୍ୱର ଏକ ନମ୍ବର ଦେଶ । ଅଷ୍ଟ୍ରେଲିଆ ୧୨,୦୦୦ ଟନ୍ ସୁନା ଉତ୍ପାଦନ କରି ଏହି ସଫଳତା ହାସଲ କରି ଛି। ଅଷ୍ଟ୍ରେଲିଆର GDPରେ ସୁନାର ଯୋଗଦା ୮ ପ୍ରତିଶତ ରହିଛି । ଦ୍ୱିତୀୟ ସ୍ଥାନରେ ରୁଷ ଥିବା ବେଳେ ୨୦୨୩ରେ ୧୧,୧୦୦ ଟନ୍ ସୁନା ଉତ୍ପାଦନ କରିଥିଲା । ୨୦୧୦ ମସିହାରୁ ରୁଷ ୟୁରୋପର ଶୀର୍ଷ ସୁନା ଯୋଗାଣକାରୀ ଦେଶ  ହୋଇ ରହିଛି ।

ଦକ୍ଷିଣ ଆଫ୍ରିକା ପୂର୍ବ ବର୍ଷ ତୁଳନାରେ ୨୦୨୩ରେ ୫ ହଜାର ଟନ୍ ସୁନା ଉତ୍ପାଦନ କରିଥିଲା । କମ୍ ସୁନା ଉତ୍ପାଦନ ସତ୍ତ୍ବେ ଆଫ୍ରିକାର ସର୍ବବୃହତ୍ତମ ସୁନା ଉତ୍ପାଦନକାରୀ ଦେଶ ହେଉଛି ଦକ୍ଷିଣ ଆଫ୍ରିକା । ଦକ୍ଷିଣ ଆଫ୍ରିକା ବକ୍ସବର୍ଗର ରାନଡ୍‌ଖଣିରୁ ସର୍ବାଧିକ ପରିମାଣର ସୁନା ଉତ୍ପାଦନ କରୁଛି । ଏହି ଖଣି ଭୂପୃଷ୍ଠରୁ ୩,୫୮୫ ମିଟର ତଳେ ରହିଛି ।  ବିଶ୍ୱର ଗଭୀରତମ ଖଣି ମଧ୍ୟରୁ ଅନ୍ୟତମ ରାନଡ୍‌ ମାଇନ୍ସ । 

ସେପଟେ ୨୦୨୩ ରେ ୩,୦୦୦ ଟନ୍ ସୁନା ଉତ୍ପାଦନ କରିବା ସହ ବିଶ୍ବ ବଜାରରେ ନିଜର ସ୍ଥିତି ସୁଦୃଢ଼ ରଖିଛି ।  ନେଭାଡା ଏବଂ କଲୋରାଡୋ ଆମେରିକାର ପ୍ରମୁଖ ସୁନା ଖଣି  । ଆମେରିକା ଭଳି ଚୀନ୍ ୨୦୨୩ ମସିହାରେ ୩,୦୦୦ ଟନ୍ ସୁନା ଉତ୍ପାଦନ କରିଛି । ଚୀନ୍‌ର ସାମ୍ପ୍ରତିକ ପରିବେଶ ନୀତି ଏହାର ଖଣି ଶିଳ୍ପକୁ ପ୍ରଭାବିତ କରିଛି । ଚୀନ ପରେ ଇଣ୍ଡୋନେସିଆ ୨୦୨୩ରେ ୨୬୦୦ ଟନ୍ ସୁନା ଉତ୍ପାଦନ କରିଛି । ଇଣ୍ଡୋନେସିଆ ପାପୁଆର ଗ୍ରାସବର୍ଗ ସୁନାଖଣି ଉପରେ ନିର୍ଭରଶୀଳ । ଏହା ବିଶ୍ୱର ସବୁଠାରୁ ବଡ଼ ସୁନା ଭଣ୍ଡାର ମଧ୍ୟରୁ ଗୋଟିଏ ।