ନୂଆଦିଲ୍ଲୀ: ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲାର ସରଣ୍ଡା ଜଙ୍ଗଲରେ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଏକ ଜୋରଦାର ଗୁଳି ବିନିମୟ ହୋଇଛି । ଏହି ଭୟଙ୍କର ଏନକାଉଣ୍ଟରରେ ଜଣେ ଟପ୍ କ୍ୟାଡର ମାଓ କମାଣ୍ଡର ଅନଲ ଦା ଓରଫ ଟୁଫାନ ନିହତ ହୋଇଛି। ଏହି କମାଣ୍ଡର ଉପରେ ସରକାର ୧ କୋଟି ଟଙ୍କାର ପୁରସ୍କାର ରଖିଥିଲେ। ଏନକାଉଣ୍ଟରରେ ୮ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ସୁରକ୍ଷା ବାହିନୀର ଏହି ଅପରେସନ କୋବ୍ରା ଏବଂ ସିଆରପିଏଫର ଏକ ମିଳିତ ଦଳ ଦ୍ୱାରା କରାଯାଇଥିଲା। ଗୁରୁବାର ସକାଳେ ପଶ୍ଚିମ ସିଂହଭୂମିରେ ମାଓବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। କିରିବୁରୁ ଥାନା ଅଞ୍ଚଳର ସରଣ୍ଡା
କିଏ ଏହି ଅନଲ ଦା ଓରଫ ତୁଫାନ ?
ଅନଲ ଦା ଓରଫ ତୁଫାନର ପ୍ରକୃତ ନାମ ପତିରାମ ମାଞ୍ଝି ଓରଫ ପତିରାମ ମାରାଣ୍ଡି ଓରଫ ରମେଶ । ସେ ଗିରିଡିହ ଜିଲ୍ଲାର ପିରତାଣ୍ଡ ଥାନା ଅଞ୍ଚଳର ଝରାବାଲେ ଗ୍ରାମର ବାସିନ୍ଦା ଥିଲା । ତାଙ୍କ ପିତାଙ୍କ ନାମ ଟୋଟୋ ମାରାଣ୍ଡି, ଓରଫ ତରୁ ମାଞ୍ଝି । ଅନଲ ଦା ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ) କିମ୍ବା ସିପିଆଇ (ମାଓବାଦୀ)ର କେନ୍ଦ୍ରୀୟ କମିଟି ସଦସ୍ୟ (ସିସିଏମ) ଥିଲା। ତାକୁ ଜଣେ ମାଓ ରଣନୀତିକାର ଭାବରେ ବିବେଚନା କରାଯାଉଥିଲା । ସେ ସଂଗଠନ ପାଇଁ ପ୍ରମୁଖ ଯୋଜନା ପ୍ରସ୍ତୁତ କରୁଥିଲା। ତାର ମୁଣ୍ଡ ଉପରେ ୧ କୋଟି ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ଅନଲ ଦାଙ୍କ ହତ୍ୟାକୁ ସୁରକ୍ଷା ବାହିନୀ ପାଇଁ ଏକ ବଡ଼ ସଫଳତା ଏବଂ ମାଓବାଦୀଙ୍କ ପାଇଁ ଏକ ବଡ଼ ଝଟକା ଭାବରେ ବିବେଚନା କରାଯାଉଛି।
'ମାଓ ବିରୋଧରେ ବ୍ୟାପକ ଅଭିଯାନ'…
ରିପୋର୍ଟ ଅନୁଯାୟୀ, ମାଓ କମାଣ୍ଡର ଅନଲ ଦା ଏହାର ସହଯୋଗୀ ମାନଙ୍କ ସହିତ ସରଣ୍ଡା ଜଙ୍ଗଲରେ ଲୁଚି ରହିଥିଲେ। ଏହି ସମୟରେ ଏକ କୋବ୍ରା ଏବଂ ସିଆରପିଏଫ ଦଳ ଅଞ୍ଚଳକୁ ଘେରି ରହିଥିଲେ। ସୂଚନା ଅନୁଯାୟୀ, ସୁରକ୍ଷା ବାହିନୀକୁ ଦେଖିବା ମାତ୍ରେ ମାଓବାଦୀ ମାନେ ଗୁଳି ଚଳାଇଥିଲେ। ସୁରକ୍ଷା ବାହିନୀ ମଧ୍ୟ ଜବାବୀ ଗୁଳି ଚଳାଇଥିଲେ, ଯାହା ଫଳରେ ଏକ ଏନକାଉଣ୍ଟର ହୋଇଥିଲା। ଏନକାଉଣ୍ଟର ସମୟରେ ଅନଲ ଦା, ଓରଫ ତୁଫାନ ଏବଂ ତାଙ୍କର ସାତ ଜଣ ସହଯୋଗୀ ନିହତ ହୋଇଥିଲେ।
ଏହା ସହ ପଢନ୍ତୁ : ଦୋଷୀକୁ ଫାଶୀ ବଦଳରେ ମାରାତ୍ମକ ଇଞ୍ଜେକସନ କିମ୍ବା ଇଲେକ୍ଟ୍ରିକ ଚେୟାରରେ ମୃତ୍ୟୁ ପାଇଁ ହୋଇଥିଲା ଦାବି, ଜାଣନ୍ତି କ’ଣ କହିଲେ ସୁପ୍ରିମକୋର୍ଟ ?