ନୂଆଦିଲ୍ଲୀ,୦୬/୦୭; ''ଯଦି ତୁମେ ମୋତେ ଛୁଇଁବ, ମୁଁ ତୁମକୁ ମାରିଦେବି । ମୁଁ ଅନ୍ୟର ସମ୍ପତ୍ତି ।'' ବିବାହ ରାତିରେ ସ୍ୱାମୀଙ୍କୁ କିଛି ଏମିତି ଧମକ ଦେଇଛି ପତ୍ନୀ । ଚତୁର୍ଥୀ ରାତିରେ ସ୍ତ୍ରୀର ଏପରି ଧମକ ପରେ ସ୍ୱାମୀ ଭୟଭୀତ ହୋଇଯାଇଥିଲେ । ସେ ପରଦିନ ସକାଳେ ତାଙ୍କ ପରିବାରକୁ ସବୁ କହିଥିଲେ । ବୋହୂକୁ ପରିବାର ବୁଝାଇବାକୁ ଚେଷ୍ଟା କରିଥିଲେ କିନ୍ତୁ କିଛି ଲାଭ ମିଳିନଥିଲା । ସେ ସମ୍ପର୍କକୁ ଗ୍ରହଣ କରିନଥିଲେ । ମାମଲା ଥାନାରେ ପହଞ୍ଚିଥିଲା । ପରେ ପୁଲିସ୍ ମାମଲାର ଶାନ୍ତିପୂର୍ଣ୍ଣ ସମାଧାନ କରିଥିଲା । ଉତ୍ତର ପ୍ରଦେଶର ହାପୁରରେ, ବିବାହ ରାତିରେ, ସ୍ତ୍ରୀ ତାଙ୍କ ସ୍ୱାମୀଙ୍କୁ କହିଥିଲେ ଯେ, ସେ ଅନ୍ୟ କାହାର ସମ୍ପତ୍ତି ଏବଂ ଯଦି ସେ ତାଙ୍କୁ ଛୁଇଁବେ ତେବେ ତାଙ୍କୁ ହତ୍ୟା କରିଦେବେ ।  ପୁନେ କେତନ ଅଗ୍ରୱାଲ ହତ୍ୟା ଘଟଣା ଦେଶରେ ଚର୍ଚ୍ଚାରେ ରହିଛି । ଏବେ ୟୁପିରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ।

ମହାରାଷ୍ଟ୍ର ଲୌହଗଡ଼ ଦୁର୍ଗ ହତ୍ୟା ମାମଲା ଭିତରେ ଉତ୍ତରପ୍ରେଦଶ ହାପୁରରୁ ସ୍ୱାମୀ-ସ୍ତ୍ରୀଙ୍କ ସହ ଜଡିତ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବିବାହର ପ୍ରଥମ ରାତିରେ ହିଁ କନ୍ୟା ତାଙ୍କ ସ୍ୱାମୀଙ୍କୁ କହିଥିଲେ ଯେ, ସେ ଅନ୍ୟ ଜଣେ ପୁରୁଷଙ୍କୁ ଭଲ ପାଆନ୍ତି । ତାଙ୍କ ସହିତ ବୈବାହିକ ଜୀବନ ବିତାଇବାକୁ ଚାହାଁନ୍ତି । ପରବର୍ତ୍ତୀ ସମୟରେ ଉଭୟ ପରିବାରର ସମ୍ମତିରେ ଏହି ମାମଲା ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ ହୋଇଥିଲା ।

ରିପୋର୍ଟ ଅନୁସାରେ, ଯୁବକ ଏବଂ ଯୁବତୀଙ୍କ ବିବାହ ସମସ୍ତ ରୀତିନୀତି ସହିତ ୨୫ ଜୁନ୍, ୨୦୨୬ରେ ହୋଇଥିଲା । କିନ୍ତୁ, ବିବାହ ରାତିରେ, କନ୍ୟା ବରକୁ କହିଥିଲେ ଯେ ସେ ଅନ୍ୟ କାହାକୁ ଭଲ ପାଆନ୍ତି ଏବଂ ତାଙ୍କ ବିବାହ ତାଙ୍କ ପରିବାର ଇଚ୍ଛା ବିରୋଧରେ କରିଛନ୍ତି । ସେ ସ୍ୱାମୀଙ୍କଠାରୁ ଦୂରତା ପାଇଁ ଚତୁର୍ଥୀ ରାତିରେ ତାଙ୍କୁ ଛୁଇଁବନି ବୋଲି କହିଥିଲେ । ଯୁକ୍ତତର୍କ ପରିବର୍ତ୍ତେ, ତାଙ୍କ ସ୍ୱାମୀ ଏବଂ ଦୁହିଁଙ୍କ ପରିବାରର ଆଲୋଚନା କରିଥିଲେ । ଅନେକ ଆଲୋଚନା ପରେ ବି କୌଣସି ସମାଧାନ ନ ହେବାରୁ ଉଭୟ ପକ୍ଷ ଜୁନ୍ ୨୮ ତାରିଥରେ ଝିଅର ପ୍ରେମିକକୁ ଡାକିଥିଲେ । ଏହା ପରେ ଝିଅଟି ପ୍ରେମିକ ସହ ଚାଲିଯାଇଥିଲେ । ଭବିଷ୍ୟତରେ କୌଣସି ଆଇନଗତ ବିବାଦକୁ ଏଡାଇବା ପାଇଁ ବର ଏବଂ ତାଙ୍କ ବାପା ମାଆ ମହିଳା ପୁଲିସ୍ ଷ୍ଟେସନରେ ଏକ ଲିଖିତ ଅଭିଯୋଗ ଦାଖଲ କରିଥିଲେ ।

ଏହା ବି ପଢନ୍ତୁ...Viral News: ଚତୁର୍ଥୀ ରାତିରେ ସନ୍ତାନ ଜନ୍ମ ଦେଲେ ନବବଧୂ, ଡାକ୍ତରଖାନାରେ ଶୁଭିଲା କୁଆଁ କୁଆଁ...   

ମହିଳା ଥାନା ଇନଚାର୍ଜ ଇନସପେକ୍ଟର ଅରୁଣା ରାୟ କହିଛନ୍ତି ଯେ, ଯୁବକଙ୍କ ପରିବାର ପକ୍ଷରୁ ଏକ ଅଭିଯୋଗ ଆସିଥିଲା ଯେ ବିବାହ ପରେ ମହିଳା ତାଙ୍କ ସହିତ ରହିବାକୁ ଚାହୁଁ ନଥିଲେ । ଅନ୍ୟ ଜଣେ ପୁରୁଷଙ୍କୁ ପ୍ରେମ କରୁଥିଲେ। ଉଭୟ ପକ୍ଷର ସମ୍ମତିରେ ଏହି ମାମଲା ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ ହୋଇଥିଲା। ବର୍ତ୍ତମାନ, ଉଭୟ ପକ୍ଷ ଦ୍ୱାରା କୌଣସି ଅପରାଧିକ ଅଭିଯୋଗ ଦାଖଲ ହୋଇନାହିଁ । ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ହୋଇଛି । ଏହି ବିବାଦ କୌଣସି ଭୟଙ୍କର ରୂପ ନେବା ପୂର୍ବରୁ ସମାଧାନ ହୋଇଛି । କିନ୍ତୁ ଥରେ ପୁନେ ହତ୍ୟାକାଣ୍ଡ କଥା ଭାବନ୍ତୁ । ଯଦି ସିୟା କେତନଙ୍କ ସହ ରହିବାକୁ ଚାହୁଁଥିଲେ ପରିବାରକୁ ଜଣାଇପାରିଥାନ୍ତେ । ଅଭିଯୋଗ ଅନୁସାରେ ସେ କେତନଙ୍କୁ ପ୍ରେମିକ ସହ ମିଶି ହତ୍ୟା ଷଡ଼ଯନ୍ତ୍ର ରଚିନଥାନ୍ତେ । ଯଦି ସିୟା ପରିବାରକୁ କହିଥାନ୍ତେ ତେବେ ହୁଏତ ଆଜି କେତନ ଥାନ୍ତେ । ଜଣେ ମା' ର କୋଳ ଖାଲି ହୋଇନଥାନ୍ତା ।