ପ୍ରମୂଖ ଖବର
  • ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭି.ଏସ୍. ଅଚ୍ୟୁତାନନ୍ଦନଙ୍କ ୧୦୧ ବର୍ଷରେ ପରଲୋକ
  • ||
  • ମୁମ୍ବାଇ ଏୟାରପୋର୍ଟରେ ଅଘଟଣ, ଅବତରଣ ବେଳେ ରନୱେରୁ ତଳକୁ ଖସିଗଲା ଏୟାର ଇଣ୍ଡିଆ ବିମାନ
  • ||
  • ଦୁଷ୍କର୍ମ ଅଭିଯୋଗରେ ଉଦିତ ପ୍ରଧାନ ଗିରଫ ଘଟଣା। ପୀଡ଼ିତାଙ୍କ ବୟାନ ରେକର୍ଡ
  • ||
  • ଢ଼ାକାରେ ଖସି ପଡ଼ିଲା ଏଫ୍‌-୭ ଟ୍ରେନିଂ ବିମାନ, ଦୁର୍ଘଟଣାରେ ଜଣେ ମୃତ, ଉଦ୍ଧାରକାର୍ଯ୍ୟ ଜାରି
  • ||
  • କଟକ : ପରିବାରର ୩ ଜଣଙ୍କୁ ହତ୍ୟା ମାମଲା; ପ୍ରମାଣ ଅଭାବରୁ ଫାଶୀ ଦଣ୍ଡାଦେଶ ରଦ୍ଦ,୨ ଆସାମୀ ନିର୍ଦ୍ଦୋଷରେ ଖଲାସ
  • ||
  • ବାଲେଶ୍ବର FM କଲେଜ ଛାତ୍ରୀ ଆତ୍ମାହୁତି ଘଟଣା,ଭାରପ୍ରାପ୍ତ ଅଧ୍ୟାପକ ଓ କିଛି କର୍ମଚାରୀଙ୍କୁ ପଚରାଉଚରା
  • ||
  • ଆରଏସପିରେ ଅଘଟଣ, ଶାବଳ ବାଜି ଠିକା ଶ୍ରମିକଙ୍କ ମୃତ୍ୟୁ
  • ||
  • ଛାତ୍ର କଂଗ୍ରେସ ସଭାପତି ପଦରୁ ଉଦିତ୍ ପ୍ରଧାନ ନିଲମ୍ବିତ, ଉଦିତ୍ ପ୍ରଧାନଙ୍କୁ ନିଲମ୍ବିତ କଲେ NSUI ସଭାପତି
  • ||
  • ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, କହିଲେ ଏହି ଅଧିବେଶନ ବିଜୟର ଉତ୍ସବ
  • ||
  • ବାଲେଶ୍ୱର :ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ; ପ୍ରଧାନ ଶିକ୍ଷକ ଏବଂ ଗଣିତ ସାର୍ ଅଟକ
  • ||
  • ପୁରୀ : କୂଅରେ ପଡ଼ି ଚାଲିଗଲା ପାଳିଆ ସେବାୟତଙ୍କ ଜୀବନ, ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ଗୁଜରାଟରେ ଭୂକମ୍ପ ଝଟ୍‌କା, ଥରିଲା ଆଲାସ୍କା-ତାଜାକିସ୍ତାନ, ୬.୨ ତୀବ୍ରତା ରେକର୍ଡ
  • ||
  • ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ବଡ଼ ମହାସ୍ନାନ, ସାଧାରଣ ଦର୍ଶନ ବନ୍ଦ
  • ||
  • ଖାଦ୍ୟ ପାଇଁ ଅପେକ୍ଷା କରିଥିଲେ, ଇସ୍ରାଏଲ ସେନା ଚଲାଇଲା ଗୁଳି ୬୭ ପାଲେଷ୍ଟୀନିୟଙ୍କ ମୃତ୍ୟୁ
  • ||
  • କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ
  • ||
  • ମୌସୁମୀ ଅଧିବେଶନ ୨୦୨୫: ଆଜିଠୁ ୩ଟି ପ୍ରମୁଖ ପ୍ରସଙ୍ଗ ନେଇ କମ୍ପିବ ଗୃହ, ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ:୨୩ରୁ ବଢ଼ିବ ବର୍ଷା, ୨୪ରେ ଲଘୁଚାପ, ଆଜିଠୁ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||
  • ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

‘ତାମ୍ପରା’ରୁ ମୁହଁ ଫେରାଉଛନ୍ତି ପର୍ଯ୍ୟଟକ

Published By : Rasmita Pradhan | October 12, 2024 12:39 PM

ଛତ୍ରପୁର, ୧୨/୧୦ : ରାଜ୍ୟର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳ ଛତ୍ରପୁର ନିକଟ ତାମ୍ପରା ହ୍ରଦ ଏବେ ଶ୍ରୀହୀନ ଅବସ୍ଥାରେ ପହଞ୍ଚିଛି । ଗୋଟିଏ ପଟେ ତାମ୍ପରାରେ ବେଆଇନ ନିର୍ମିତ ଭିତ୍ତିଭୂମିକୁ ନେଇ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ର ଝଟ୍‌କା, ଅନ୍ୟପଟେ ପରିଚାଳନାଗତ ବିଭ୍ରାଟରୁ ତାମ୍ପରା ତାର ଆକର୍ଷଣ ହରାଇଛି । ସୌନ୍ଦର୍ଯ୍ୟକରଣ ପାଇଁ କାଠରେ ସୁନ୍ଦର ଭାବେ ନିର୍ମିତ ହୋଇଥିବା ଭିତ୍ତିଭୂମି ଉଇ ଖାଇ ନଷ୍ଟ ହେବାକୁ ବସିଲାଣି । ଏହା କେତେବେଳେ ଯେ ଭୁଶୁଡି ପଡିବ ଓ ପର୍ଯ୍ୟଟକ ଆହତ ହେବେ ସେହି ଆଶଙ୍କା ଉପୁଜିଲାଣି । କାଟପଟ୍ଟା ପୋଲର ଅବସ୍ଥା ମଧ୍ୟ ଅନୁରୂପ । ସେହି ନିକଟରେ ଲାଗିଥିବା ଡେକୋରେଟିଭ୍‌ ଲାଇଟ୍‌ଗୁଡିକ ଭାଙ୍ଗି ମାଟିରେ ଗଡୁଛି । ଦିନ ଥିଲା ଦୈନିକ ୨ରୁ ୩ ହଜାର ପର୍ଯ୍ୟଟକ ତାମ୍ପରା ହ୍ରଦକୁ ବୁଲିବାକୁ ଆସୁଥିଲେ । ଏଠି ଜଳକ୍ରୀଡାର ମଜା ଉଠାଇବା ସହ ପାର୍କରେ ଚଲାବୁଲା କରି ସମୟ ଅତିବାହିତ କରୁଥିଲେ । ସପ୍ତାହାନ୍ତ ଛୁଟି ଶନିବାର, ରବିବାର ଏବଂ ବିଭିନ୍ନ ଛୁଟିଦିନରେ ଏହି ସଂଖ୍ୟା ୫ ହଜାର ପର୍ଯ୍ୟନ୍ତ ବୃଦ୍ଧି ପାଉଥିଲା ବୋଲି ଏଠାକାର ବ୍ୟବସାୟୀମାନେ ମତବ୍ୟକ୍ତ କରୁଛନ୍ତି । କିନ୍ତୁ ବର୍ତ୍ତମାନ ଏହି ସଂଖ୍ୟା ୨୦୦କୁ ଖସି ଆସିଛି । ଜଳସ୍ତର ହ୍ରାସ ସାଙ୍ଗକୁ ପରିଷ୍କାର ପରିଚ୍ଛନ୍ନତାର ଦୁରାବସ୍ଥା ଏକ ସମସ୍ୟା ପାଲଟିଛି । 

ଜାତୀୟ ରାଜପଥ ସହ ତାମ୍ପରାକୁ ସଂଯୋଗ କରୁଥିବା ଦୁଇଟି ରାସ୍ତାରେ ଷ୍ଟ୍ରିଟ୍‌ ଲାଇଟ୍‌ ଜଳୁନାହିଁ । ସୌନ୍ଦର୍ଯ୍ୟକରଣର ବିକଳ ଚିତ୍ର ଦେଖି ପର୍ଯ୍ୟଟକ ମୁହଁ ଫେରାଇ ନେଉଛନ୍ତି । ଏବେ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଯିବ । ହେଲେ ତାମ୍ପରା ହ୍ରଦର ସ୍ଥିତି ନସୁଧୁରିଲେ ବିଗତ ବର୍ଷରେ ଯେଭଳି ବହୁ ପର୍ଯ୍ୟଟକ ଆସୁଥିଲେ ଓ ଭଲ ବେପାର ହେଉଥିଲା ତାହା ସମ୍ଭବପର ହେବନି ବୋଲି ଆଶଙ୍କା କରାଯାଉଛି । ତାମ୍ପରା ପୋତି ହୋଇ ଆସୁଥିବାରୁ ବୋଟିଂ ବ୍ୟବସ୍ଥା ଅଚଳ ହୋଇ ପଡିଛି । ଏହାର ପରିଚାଳନା ଦାୟିତ୍ୱ ବିଡିଏ ନିକଟରେ ଥିଲା । କିନ୍ତୁ ଏହି ଦାୟିତ୍ୱରେ ସେମାନେ ନଥିବା ସୂଚନା ଦେଇଛନ୍ତି ବିଡିଏ ସଚିବ ରମେଶ ଚନ୍ଦ୍ର ହାଁସଦା । ଏହି ପ୍ରକଳ୍ପ ଦାୟିତ୍ୱରେ ଥିବା ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ମଧୁମିତାଙ୍କ ପ୍ରତିକ୍ରିୟା ଜାଣିବାକୁ ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ । ତେବେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା କହିଛନ୍ତି ଯେ- ସେ ଏହି ବିଷୟରେ ଜାଣିଛନ୍ତି । ପ୍ରତିକାର ବ୍ୟବସ୍ଥା କରାଯାଇ ତାର ଆକର୍ଷଣ ଫେରାଇ ଆଣିବାକୁ ଚିନ୍ତା କରାଯାଉଥିବା ସେ ପ୍ରକାଶ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.