ସାଲେପୁର,୧୮/୧୨:  ବିଦ୍ୟୁତ୍ ଡିଭିଜନ ଉପଭୋକ୍ତା ସଂଘ ପକ୍ଷରୁ ସାଲେପୁର ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ଟିପିସିଓଡ଼ିଏଲ ଓ ଗ୍ରାହକ ଶୋଷଣ ବିରୁଦ୍ଧରେ ସଂଘ ପକ୍ଷରୁ ଏହି ପ୍ରତିବାଦ କରାଯାଇଛି । ନନ୍ଦ କିଶୋର ଭୂୟାଁଙ୍କ ପ୍ରତ୍ୟେକ ତତ୍ତ୍ଵାବଧାନରେ ବରିଷ୍ଠ ନେତା ଗଗନ ଦାସଙ୍କ ସଭାପତିତ୍ବରେ ଏହି ବିକ୍ଷୋଭ ହୋଇଛି।

ତେବେ ପ୍ରତିବାଦ ସଭାରେ ରାଜ୍ୟ ବିଦ୍ୟୁତ୍ ଉପଭୋକ୍ତା  ସଙ୍ଘର ସଭାପତି ତଥା ପୂର୍ବତନମନ୍ତ୍ରୀ ପଞ୍ଚାନନ କାନୁନଗୋ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟରେ ଟିପିସିଓଡ଼ିଏଲ କମ୍ପାନୀ ଯେଉଁ ଭଳି ବିଦୂତ ଗ୍ରାହାକ ମାନଙ୍କୁ ବିଭିନ୍ନ ଆଳ ଦେଖାଇ ଶୋଷଣ ଚଳାଇଛନ୍ତି ତାହା ଆଗାମୀ ଦିନରେ କଠୋର ଜବାବ ଦିଆଯିବ ବୋଲି ପ୍ରକାଶ କରିଥିଲେ। ବିଶିଷ୍ଟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ରବି ଦାସ ଯୋଗଦେଇ ସରକାର କମ୍ପାନୀ ମାଧ୍ୟମରେ ବିଦ୍ୟୁତ୍ ବିଲ ଆଳରେ ଗ୍ରାହକମାନଙ୍କୁ ଶୋଷଣ କରି ଚାଲିଛନ୍ତି। ଏହାର ଉପଯୁକ୍ତ ଜବାବ ଓଡ଼ିଶାବାସୀ ଆଗାମୀ ଦିନରେ ଦେବେ ବୋଲି ପ୍ରକାଶ କରିଥିଲେ ।

ଏହି ପ୍ରତିବାଦ ସଭାରେ ବରିଷ୍ଠ ବିଜେଡି ନେତା ଦିଲୀପ ଦାସ ,କମ୍ୟୁନିଷ୍ଟ ନେତା ଉଦୟ କେଶରୀ ବର୍ମା ,ମାହାଙ୍ଗା ଅଞ୍ଚଳର ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର , ବିଜେଡ଼ି ନେତା ନବ କିଶୋର କର ,କଂଗ୍ରେସ ନେତା ହରିବନ୍ଧୁ ଶତପଥୀ ,ବିଜେପି ନେତା ବେଣୁଧର ପ୍ରଧାନ ,ସାଲେପୁର ବିଜେଡ଼ି ଯୁବ ମହାସଚିବ ଗୁଲୁରେଜ ଅଲ୍ଲୀ ,ଯୁବ ସମାଜସେବୀ କିରଣ ଭୂୟାଁ ,ସୁନାକର ବରାଳ ,ଅଜିତ ପଣ୍ଡା ,ଜୟଦେବ ଶତପଥୀ , ବିଗିନେଶ୍ୱର୍ ସାହୁ ,କଂଗ୍ରେସ ନେତା ସଂଗ୍ରାମ ବାରିକ , ପର୍ବେଶ୍ ଅଲ୍ଲୀ ସମେତ ଟାଙ୍ଗୀ ଚୌଦ୍ଵାର ,ସାଲେପୁର , ନିଶ୍ଚିନ୍ତକୋଇଲି ଓ ମାହାଙ୍ଗା ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇ ଟିପିସିଓଡ଼ିଏଲର ମନମୁଖୀ କାର୍ଯ୍ୟକୁ ତୀବ୍ର ନିନ୍ଦା କରିବା ସହ ଆଗାମୀ ଦିନରେ ଆନ୍ଦୋଳନ କୁ ତୀବ୍ର କରାଯିବ ବୋଲି ଚେତାବନୀ ଦେଇଥିଲେ ।