ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ବିବାହ ଉତ୍ସବରୁ ଫେରିବା ବେଳେ ଭୟଙ୍କର ସଡ଼କ ଦୁର୍ଘଟଣା; ଚାଲିଗଲା ୮ ଜୀବନ, ୨ ଆହତ

Published By : Ankita S | May 6, 2025 8:03 AM

ପାଟନା,୦୬/୦୫: କେତେ ଖୁସିରେ ବିବାହ ଉତ୍ସବରେ ଯୋଗ ଦେଇ ଫେରୁଥିଲେ । ହେଲେ କିଏ ଜାଣିଥିଲା ବରଯାତ୍ରୀରୁ ଫେରିବା ପାଲଟି ଯିବ ଶେଷଯାତ୍ରା । କିଏ ଜାଣିଥିଲା ରାତିର ସେ ଅନ୍ଧକାର ରାସ୍ତାରେ ମୃତ୍ୟୁ ଜଗି ବସିଛି ବୋଲି । ବିହାର କଟିହାର ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି । କଟିହାରର ପୋଠିୟା ଥାନା ଅନ୍ତର୍ଗତ ଏନଏଚ୍‌ ୩୧ରେ ସ୍କର୍ପିଓ କାର୍‌ ଓ ଟ୍ରାକ୍ଟର ମୁହାଁମୁହିଁ ଧକ୍କା ହୋଇଛି । କାର୍‌ରେ ଥିବା ୮ ଜଣଙ୍କର ମୃତ୍ୟୁ ହୋଇଛି । ୨ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ସମେଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସମସ୍ତ ମୃତକ ସୁପୌଲ ଜିଲ୍ଲାର ହୋଇଥିବା ସୂଚନା ମିଳିଛି ।

କେମିତି ହେଲା ଦୁର୍ଘଟଣା ? ସୋମବାର ବିଳମ୍ବିତ ରାତିରେ ସମେଲି ଏନ୍‌ଏଚ -୩୧ରେ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି । ବିବାହ ଉତ୍ସବରୁ ଫେରୁଥିବା ଏକ କାର୍‌କୁ ଚାଉଳ ବସ୍ତା ବୋଝେଇ ଟ୍ରାକ୍ଟର ସାମ୍ନା ପଟୁ ଧକ୍କା ଦେଇଥିଲା । ଏଥିରେ କାର୍‌ରେ ଥିବା ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଆହତ ହୋଇଛନ୍ତି । ଘଟଣାର ସୂଚନା ମିଳିବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଥିଲା । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ ଏସୟୁଭିର ଆଗ ଅଂଶ ସମ୍ପର୍ଣ୍ଣ ଭାଙ୍ଗିଯାଇଛି ।

ଦୁର୍ଘଟଣାକୁ ନେଇ କଣ କହିଲେ ଏସ୍‌ପି ? ଭୟଙ୍କର ସଡ଼କ ଦୁର୍ଘଟଣା ନେଇ କଟିହାର ଏସ୍‌ପି ବୈଭବ ଶର୍ମା କହିଛନ୍ତି, ସମେଲି ପ୍ରଖଣ୍ଡ କାର୍ଯ୍ୟାଳୟ ନିକଟ ଏନ୍ଏଚ-୩୧ରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରାକ୍ଟର ସହ ଏସୟୁଭି କାର୍‌ ଧକ୍କା ହୋଇଥିଲା । ମୃତକଙ୍କ ପରିଚୟ ମିଳିନାହିଁ । ଘଟଣାର ତଦନ୍ତ ଜାରି ରହିଛି । ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ସମସ୍ତ ମୃତକ ସୁପୌଲ ଜିଲ୍ଲାର ହୋଇଥିବା ଜଣାପଡ଼ିଛି ।

ଅଧିକ ପଢନ୍ତୁ...କାନପୁରରେ ଜୋତା ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ, ଗୋଟିଏ ପରିବାରର ୫ ଜୀବନ୍ତ ଦଗ୍ଧ

ବିହାରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢିବାରେ ଲାଗିଛି । ଗତ ୪ ତାରିଖରେ ବିହାର ସିତାମଢିରେ ଏକ ଦୁର୍ଘଟଣା ହୋଇଥିଲା । ଏକ ସ୍କର୍ପିଓକୁ ଟ୍ରାକ୍ଟର ଧକ୍କା ମାରିଥିଲା । ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ ଜଣ ଆହତ ହୋଇଥିଲେ । ସେମାନେ ବି ବିବାହ ଉତ୍ସବରେ ଯୋଗ ଦେଇ ଫେରୁଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.