ଗୋଲାମୁଣ୍ଡା ୨୨/୦୫ : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ବନ ବିଭାଗ ଦ୍ୱାରା କାଠ ବୋଝେଇ ଟ୍ରାକ୍ଟର ଜବତ କରାଯାଇଛି। ଏଥିସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ବୁଧବାର ବିଳମ୍ବିତ ରାତ୍ରିରେ ଗଣ୍ଡାମେର ପଞ୍ଚାୟତ ବାବେଗୁଡାରୁ ଏକ ଟ୍ରାକ୍ଟର ଯୋଗେ କାଠ ବୋଝଇ କରି ଚିଚିଆ ଅଭିମୁଖେ ରପ୍ତାନୀ ହେଉଥିଲା। ଏହି ସମୟରେ କୌଣସି ମତେ ଖବର ପାଇଁ କେଗାଁ ବନ ବିଭାଗ ଚଢ଼ାଉ କରିଥିଲା। ବୃନ୍ଦାବାହାଲ ପଞ୍ଚାୟତ ସମ୍ମୁଖରେ ଟ୍ରାକ୍ଟରକୁ ଜବତ କରି ଦଶପୁର ବନପାଳଙ୍କ କାର୍ଯ୍ୟାଳୟକୁ ନେଇଯାଇଥିଲେ। ଟ୍ରାକ୍ଟର ଡ୍ରାଇଭର ଭୀଷ୍ମ ନାଏକ(୨୯) ଙ୍କୁ କୋର୍ଟ ଚାଲାଣ କରିଥିବା ବନ ବିଭାଗ ଅଧିକାରୀ ଚିନ୍ମୟ ଗର୍ତିଆ ପ୍ରକାଶ କରିଛନ୍ତି।

ଶଶି ଥରୁରଙ୍କୁ ଅପମାନ କରୁଛି ଦଳ...କେରଳର ପୂର୍ବତନ କଂ...