ପ୍ରମୂଖ ଖବର
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର

Published By : Harapriya Sethi | March 31, 2025 9:26 AM

ଭୁବନେଶ୍ୱର, ୩୧/୦୩: ଟ୍ରଲର୍ ସହ ମୁହାଁମୁହିଁ ଧକ୍କା ହେଲା ହାଇୱା । ଦୁର୍ଘଟଣାରେ ଟ୍ରଲର୍ ଡ୍ରାଇଭର୍‌ଙ୍କ ମୃତ୍ୟୁ ହୋଇଥିବା ବେଳେ ହେଲପର୍‌ ଗୁରୁତର ହୋଇଛନ୍ତି । ମୃତକ ବିହାର ଅଞ୍ଚଳର ମାନସ ଏବଂ ଗୁରୁତର ହେଲପର୍‌ ଦୋହନଲାଲ ଜାଦବ ବୋଲି ଜଣାପଡ଼ିଛି । କେଉଁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ୨୦ ନଂ ଜାତୀୟ ରାଜପଥରର ଶୈଲଙ୍ଗ ବିଜି ମୋଟର୍ସ ଛକ ନିକଟରେ ଏଭଳି ଘଟଣା ଘିଟିଛି । 

ସୂଚନା ମୁତାବକ, ରବିବାର ରାତି ପ୍ରାୟ ୩ଟା ବେଳେ ଏକ ଟ୍ରଲର୍‌ କେନ୍ଦୁଝର ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଏକ ହାଇୱା ଆସୁଥିଲା । ୨୦ ନଂ ଜାତୀୟ ରାଜପଥରର ଶୈଲଙ୍ଗ ବିଜି ମୋଟର୍ସ ଛକ ନିକଟରେ ଉକ୍ତ ଟ୍ରଲର୍‌କୁ ହାଇୱା ଧକ୍କା ଦେଇଥିଲା । ଫଳରେ ଟ୍ରଲର୍‌ ଡ୍ରାଇଭର୍‌ଙ୍କ ମୃତ୍ୟୁ ହୋଇଥିବା ବେଳେ ହେଲପର୍‌ ଗୁରୁତର ହୋଇଛନ୍ତି । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଏବଂ ଘଷିପୁରା ଅଗ୍ନିଶମ ବାହିନୀ କର୍ମଚାରୀମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ଡ୍ରାଇଭର୍‌ଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ହେଲପର୍‌ଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ପୋଲିସ ଉପସ୍ଥିତ ରହି ତଦନ୍ତ ଚଳାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.