ପ୍ରମୂଖ ଖବର
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

କଟକରେ ମା’ ଦୁର୍ଗାଙ୍କ ଭସାଣି ପାଇଁ ଟ୍ରାଫିକ କଟକଣା

Published By : Suraj Kumar | October 13, 2024 10:10 PM

କଟକ,୧୩।୧୦ : ସୋମବାରେ କଟକରେ  ମା’ ଦୁର୍ଗାଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହେବ। ଏହି  ଉପଲକ୍ଷେ କଟକରେ କମିଶନରେଟ ପୋଲିସ ପକ୍ଷରୁ  ଟ୍ରାଫିକ କଟକଣା ଜାରି କରାଯାଇଛି ।ମେଢ଼ ଯାଉଥିବା ମୁଖ୍ୟ ରାସ୍ତା ୱାନ୍ ୱେ ଟ୍ରାଫିକ ବ୍ୟବସ୍ଥା କରାଯାଇଛି । ୧୪ ତାରିଖ ସକାଳ ୭ଟାରୁ ୧୫ ତାରିଖ ଦୁର୍ଗାପୂଜା ଭସାଣୀ ଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ଏହି କଟକଣା ଲାଗୁ କରାଯାଇଛି। 

ମେଢଗୁଡିକ ମୁଖ୍ୟ ରାସ୍ତାରେ ଯିବା ପାଇଁ କଲେଜ ଛକ ଠାରୁ ବକ୍ସିବଜାର ଓ ତିନିକୋଣିଆା ବଗିଚା ଦେଇ ଚାନ୍ଦିନଚୌକ ଛକ ପର୍ଯ୍ୟନ୍ତ, ଚୌଧୁରୀବଜାର ଛକରୁ ପୂର୍ଣ୍ଣ ସାହୁ ଛକ, ଯାଉଁଳିଆପଟି ଓ ଫିରିଙ୍ଗି ବଜାର ଦେଇ ଦେବୀ ଗଡା ପର୍ଯ୍ୟନ୍ତ ଏବଂ କଟକ ଚଣ୍ଡି ଛକରୁ ଶେଖବଜାର ଓ ମହମ୍ମଦିଆା ବଜାର ରାସ୍ତାରେ ଚାନ୍ଦିନଚୌକ ଛକ ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟ ରାସ୍ତାରେ କୌଣସି ଯାନବାହାନ ଯାଇ ପାରିବେ ନାହିଁ। କିନ୍ତୁ ମୁଖ୍ୟ ରାସ୍ତାର ଛକ ମାନଙ୍କରେ ମେଢ ଯାଉ ନ ଥିବା ସମୟରେ ଗୋଟିଏ ପଟରୁ ଅନ୍ୟ ପଟକୁ ଟ୍ରାଫିକ ନିର୍ଦେଶ ଅନୁଯାୟୀ ଯାନବାହନ ଯାଇପାରିବେ। ଏହା ବ୍ୟତୀତ କଟକ ସହରର ଅନ୍ୟ ରାସ୍ତାରେ ମଧ୍ୟ ଟ୍ରାଫିକ କଟକଣା ଜାରି କରାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.