ପ୍ରମୂଖ ଖବର
  • ରାଜ୍ୟରେ ଆଗାମୀ ୨ ଦିନ ପ୍ରବଳ ବର୍ଷା ସମ୍ଭାବନା, ୨୦ ଜିଲ୍ଲା ଆଲର୍ଟ ଜାରି
  • ||
  • ଶରଧାବାଲି ଦଳାଚକଟା ଘଟଣା, ମୁଖ୍ୟମନ୍ତ୍ରୀ ରିପୋର୍ଟ ପ୍ରଦାନ କଲେ ଉନ୍ନୟନ କମିଶନ, ଖୁବ୍‌ଶୀଘ୍ର ସାମ୍ନାକୁ ଆସିବ ଅସଲ କାରଣ
  • ||
  • କଳାହାଣ୍ଡି : ନୂତନ ଧାନ ମଣ୍ଡିକୁ ବିରୋଧ; ତହସିଲଦାରଙ୍କୁ ଦାବିପତ୍ର ଦେଲେ ଶିଉନି ଗ୍ରାମବାସୀ
  • ||
  • ଜୟପୁରରେ ସୁଭଦ୍ରାର ତୃତୀୟ କିସ୍ତି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ, କୋଟିଏରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କ ଖାତାକୁ ଯିବ ଟଙ୍କା
  • ||
  • ମାଲେଗାଓଁ ବିସ୍ଫୋରଣ ମାମଲା : ସାଧ୍ଵୀ ପ୍ରଜ୍ଞାଙ୍କ ସମେତ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ, ଏନଆଇଏ କୋର୍ଟଙ୍କ ନିଷ୍ପତ୍ତି
  • ||
  • ହାତୀ ଆକ୍ରମଣରେ ୩ ମୃତ୍ୟୁ ଘଟଣା : ମୃତକଙ୍କ ପରିବାରକୁ ମିଳିବ କ୍ଷତିପୂରଣ, କାର୍ଯ୍ୟରେ ଅବହେଳା ଅଭିଯୋଗରେ ୨ ନିଲମ୍ବିତ
  • ||
  • ଆମେରିକାରେ ଏଫ୍-୩୫ ଯୁଦ୍ଧ ବିମାନ କ୍ରାସ୍, ପାରାସୁଟରେ ବାହାରି ଅଳ୍ପକେ ଜୀବନ ବଞ୍ଚାଇଲେ ଫାଇଲଟ୍
  • ||
  • ଢେଙ୍କାନାଳରେ ହାତୀ ଆତଙ୍କ; ଦେଢଶୂର ଓ ଭାଇବୋହୂ ସମେତ ୩ଙ୍କୁ ଦଳିଦେଲା ଦନ୍ତା
  • ||
  • ଆଜି ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଉଚ୍ଚ ଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶ, ଏଣିକି ସି ବକ୍ସ ପୋର୍ଟାଲରେ ଅପଲୋଡ୍‌ ହେବ ଯୌନ ନିର୍ଯାତନା ଅଭିଯୋଗ
  • ||
  • ଗୁରୁବାରଠୁ ଇଣ୍ଡିଆ- ଇଂଲଣ୍ଡ ପଞ୍ଚମ ଟେଷ୍ଟ, ସିରିଜ ବରାବର ପାଇଁ ଶେଷ ସୁଯୋଗ, ଅର୍ଶଦୀପ କରିପାରନ୍ତି ପଦାର୍ପଣ, ଫେରିବେ ଆକାଶଦୀପ
  • ||

ଗାଡ଼ି ଚଳାଉଥିଲେ ଜାଣିନିଅନ୍ତୁ... ଚାଲାଣ କଟିବା ପରେ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହୁଏ କି ?

Published By : Swapna Ray | July 30, 2025 6:42 PM

ନୂଆଦିଲ୍ଲୀ: ନିକଟରେ ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ) ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ଯେଉଁଥିରେ କୁହାଯାଇଥିଲା ଯେ, କୌଣସି ଗାଡ଼ି ବିନା ପରମିଟ୍‌, ଫିଟ୍‌ନେସ୍‌ କିମ୍ବା ଇନ୍‌ସ୍ୟୁରାନ୍ସ, ଟ୍ୟାକ୍ସରେ ଚାଲୁଥିବ ତା’ ବିରୋଧରେ ଚାଲାଣ କଟାଯିବ । ଭାରତରେ ଟ୍ରାଫିକ ନିୟମ ଉଲ୍ଲଂଘନ କରିବା କେବଳ ଜରିମାନାରେ ସୀମିତ ନୁହେଁ, ବରଂ ଏହା ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହେବାର କାରଣ ମଧ୍ୟ ହୋଇପାରେ । ବାରମ୍ବାର ନିୟମ ଉଲ୍ଲଂଘନ କରୁଥିବା ଚାଳକଙ୍କ ପାଇଁ ସରକାର କଡ଼ା ନିୟମ ଲାଗୁ କରିଛନ୍ତି । ତେବେ କେତେ ଚାଲାଣ କଟିବା ପରେ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହୁଏ କି ? ଆସନ୍ତୁ ଜାଣିବା ଏ ବିଷୟରେ । 

ଭାରତରେ ଟ୍ରାଫିକ ନିୟମ ରାଜ୍ୟ ଅନୁଯାୟୀ କିଛି ଭିନ୍ନ ହୋଇପାରେ । ତେବେ ସାଧାରଣତଃ କେତେକ ରାଜ୍ୟରେ ୫ଟିରୁ ଅଧିକ ଚାଲାଣ କଟିବା ପରେ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯାଇପାରେ । ଯେପରିକି ଉତ୍ତର ପ୍ରଦେଶରେ ୫ଟିରୁ ଅଧିକ ଚାଲାଣ ବକେୟା ଥିଲେ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯିବା ସହ ଗାଡ଼ିକୁ ବ୍ଲାକଲିଷ୍ଟ କରାଯାଇପାରେ । ଅନ୍ୟପକ୍ଷେ, ଗୁରୁତର ଉଲ୍ଲଂଘନ ଯେପରିକି ନିଶାସେବନ କରି ଗାଡ଼ି ଚାଳନା, ବିନା ଲାଇସେନ୍ସରେ ଗାଡ଼ି ଚାଳନା ବା ନାବାଳକଙ୍କ ଦ୍ୱାରା ଗାଡ଼ି ଚାଳନା କରିବା ପରି ଘଟଣାରେ ପ୍ରଥମ ଉଲ୍ଲଂଘନରେ ହିଁ ଲାଇସେନ୍ସ ରଦ୍ଦ ହୋଇପାରେ । ମୋଟର ଯାନ ଆଇନ, ୧୯୮୮ ଅନୁଯାୟୀ, କିଛି ଉଲ୍ଲଂଘନଗୁଡ଼ିକ ଗୁରୁତର ଭାବେ ବିବେଚନା କରାଯାଇ ଲାଇସେନ୍ସ ରଦ୍ଦ କରାଯାଇପାରେ । 

କେଉଁ ନିୟମ ଉଲଙ୍ଘନ ପାଇଁ କେତେ ଜୋରିମାନା ଓ କେଉଁ କେଉଁ ଦଣ୍ଡ ?

ବିନା ଲାଇସେନ୍ସରେ ଗାଡ଼ି ଚାଳନା: ୫ ହଜାର ଟଙ୍କା ଜରିମାନା ଓ ୩ ମାସ ଜେଲ ଦଣ୍ଡ ସହ ଲାଇସେନ୍ସ ରଦ୍ଦ

ନିଶାସେବନ କରି ଗାଡ଼ି ଚାଳନା: ପ୍ରଥମ ଥର ପାଇଁ ୧୦ ହଜାର ଟଙ୍କା ଜରିମାନା ଓ ୬ ମାସ ଜେଲ୍ ଏବଂ ଦ୍ୱିତୀୟ ଥର ପାଇଁ ୧୫ ହଜାର ଟଙ୍କା ଜରିମାନା ଓ ୨ ବର୍ଷ ଜେଲ୍ 

ବିନା ହେଲମେଟରେ ଦୁଇଚକିଆ ଗାଡ଼ି ଚାଳନା: ୧ ହଜାର ଟଙ୍କା ଜରିମାନା ଓ ୩ ମାସ ପାଇଁ ଲାଇସେନ୍ସ ନିଲମ୍ବନ 

ନାବାଳକଙ୍କ ଦ୍ୱାରା ଗାଡ଼ି ଚାଳନା: ୨୫ ହଜାର ଟଙ୍କା ଜରିମାନା ଓ ୩ ବର୍ଷ ଜେଲ୍, ଗାଡ଼ି ରେଜିଷ୍ଟ୍ରେସନ ରଦ୍ଦ ଏବଂ ୨୫ ବର୍ଷ ବୟସ ପର୍ଯ୍ୟନ୍ତ ଲାଇସେନ୍ସ ପାଇଁ ଅଯୋଗ୍ୟତା 

ଓଭରସ୍ପିଡିଂ ବା ରେସିଂ: ୫ ହଜାର ଟଙ୍କା ଜରିମାନା ଏବଂ ବାରମ୍ବାର ଉଲ୍ଲଂଘନ ହେଲେ ଲାଇସେନ୍ସ ରଦ୍ଦ

ଯଦି ଚାଲାଣର ଜରିମାନା ୯୦ ଦିନ ମଧ୍ୟରେ ଜମା କରାନଯାଏ, ତେବେ ଏହି ମାମଲା କୋର୍ଟକୁ ଯାଇପାରେ । କୋର୍ଟ ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଜାରି କରିପାରନ୍ତି ଏବଂ ଏହା ପରେ ପୁଲିସ ଆପଣଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ । ଏହା ବ୍ୟତୀତ, ବକେୟା ଚାଲାଣର ସଂଖ୍ୟା ଅଧିକ ହେଲେ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହେବା ସହ ଗାଡ଼ି ଜବତ ହୋଇପାରେ । ଏଠି ପ୍ରଶ୍ନ ଉଠୁଛି ପୁନର୍ବାର ଲାଇସେନ୍ସ କେମିତି ପାଇପାରିବେ ? ଯଦି ଆପଣଙ୍କ ଲାଇସେନ୍ସ ରଦ୍ଦ ହୋଇଯାଏ, ତେବେ ଆପଣଙ୍କୁ ପୁନଃ ଆବେଦନ କରିବାକୁ ପଡ଼ିପାରେ । ଏଥିପାଇଁ https://parivahan.gov.in/ ଜାତୀୟ ପରିବହନ ପୋର୍ଟାଲରେ ଯାଇ ଅନଲାଇନ ସେବା ମାଧ୍ୟମରେ ଆବେଦନ କରିବାକୁ ହେବ । 

ନିୟମ ଅନୁସାରେ, ଆପଣଙ୍କୁ କୋର୍ଟରେ ଅନୁରୋଧ କରିବାକୁ ପଡ଼ିପାରେ ବା ନୂଆ ଡ୍ରାଇଭିଂ ଟେଷ୍ଟ ଦେବାକୁ ହୋଇପାରେ । ଏବେ ଜାଣିବା କେମିତି ଲାଇସେନ୍ସ ରଦ୍ଦ ହେବାରୁ ରୋକିହେବ । ଟ୍ରାଫିକ ନିୟମ ଯଥାସମ୍ଭବ ପାଳନ କରନ୍ତୁ । ହେଲମେଟ୍, ସିଟବେଲ୍ଟ, ବୈଧ ଲାଇସେନ୍ସ, ଇନସୁରାନ୍ସ ଓ ପିୟୁସି ସାର୍ଟିଫିକେଟ ସବୁବେଳେ ସାଙ୍ଗରେ ରଖନ୍ତୁ । ଚାଲାଣ କଟିବା ପରେ ୯୦ ଦିନ ମଧ୍ୟରେ ଜରିମାନା ଜମା କରନ୍ତୁ । ଆହୁରି ସହଜ ଉପାୟ ହେଉଛି, ଡିଜିଲକର ବା ଏମ୍-ପରିବହନ ଆପ୍‌ରେ ଡିଜିଟାଲ ଡକ୍ୟୁମେଣ୍ଟ ରଖନ୍ତୁ, ଯାହାକୁ ମଧ୍ୟ ବୈଧ ବିବେଚନା କରାଯାଏ । 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.