ପ୍ରମୂଖ ଖବର
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଇଣ୍ଡୋନେସିଆରେ ମଝି ସମୁଦ୍ରରେ ହୁତୁ ହତୁ ହୋଇ ଜଳିଗଲା ଜାହାଜ, ଜୀବନ ବିକଳରେ ପାଣିକୁ ଡେଇଁପଡ଼ିଲେ ଯାତ୍ରୀ
  • ||
  • ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

Canada: ଲାପୁ ଲାପୁ ଡେ ଉତ୍ସବରେ ମର୍ମନ୍ତୁଦ ଦୁର୍ଘଟଣା: ଭିଡ଼ ଭିତରକୁ ଧଶେଇ ପଶିଲା ଗାଡି, ୯ରୁ ଅଧିକ ଲୋକ ମୃତ

Published By : Bijay Swain | April 27, 2025 9:18 PM

Image courtesy: indiatoday

ନୂଆଦିଲ୍ଲୀ: କାନାଡାର ଭାଙ୍କୌଭର ସହରରେ ଶନିବାର ରାତିରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଲାପୁ-ଲାପୁ ଡେ ଉତ୍ସବ ପାଳନ ପାଇଁ ଜମା ହୋଇଥିବା ଲୋକଙ୍କ ଭିଡରେ ଧସେଇ ପଶିଛି ଏକ କଳା ଏସୟୁଭି। ଯାହା ଫଳରେ ଅନେକ ଲୋକ ମୃତାହତ ହୋଇଛନ୍ତି। ଭାଙ୍କୌଭର ପୋଲିସ ଅନୁସାରେ, ଏହି ଘଟଣା ରାତି ପ୍ରାୟ ୮ଟା ୧୪ ମନିଟରେ ଇଷ୍ଟ ୪୩ ଆଭେନ୍ୟୁ ଓ ଫ୍ରେଜର ଷ୍ଟ୍ରିଟ ନିକଟରେ ଘଟିଛି। ପୋଲିସ ଗାଡ଼ି ଚଳାଉଥିବା ୩୦ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରିଛି। 

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଘଟଣାସ୍ଥଳରେ ଅନେକ ମୃତଦେହ ରାସ୍ତାରେ ପଡ଼ିଥିବା ଓ ଆହତମାନଙ୍କୁ ସାହାଯ୍ୟ କରାଯାଉଥିବା ଦୃଶ୍ୟ ଦେଖାଯାଇଛି। ଗାଡ଼ିଟି ଏକ ଟ୍ରକ ସହ ଧକ୍କା ହେବା ପରେ ଅଟକି ଯାଇଥିଲା, ଯାହାର ବନେଟ ମଧ୍ୟ ଭାଙ୍ଗି ନଷ୍ଟ ହୋଇଯାଇଛି। ପୋଲିସ ଏହି ଘଟଣାକୁ ଏକ "ମାସ କାଜୁଆଲଟି ଇନସିଡେଂଟ" ଭାବେ ବର୍ଣ୍ଣନା କରିଛି ଓ ଏହାର ତଦନ୍ତ ମେଜର କ୍ରାଇମ ସେକ୍ସନ ଦ୍ୱାରା କରାଯାଉଛି। 

ଲାପୁ ଲାପୁ ଡେ ଉତ୍ସବ ଫିଲିପାଇନ୍ସର ପ୍ରଥମ ଜାତୀୟ ବୀର ଦାତୁ ଲାପୁ-ଲାପୁଙ୍କ ସମ୍ମାନ ଉଦେଶ୍ୟରେ ପାଳନ କରାଯାଏ। ଯିଏ ୧୫୨୧ ମସିହାରେ ମାକଟାନ ଯୁଦ୍ଧରେ ସ୍ପେନୀୟ ଔପନିବେଶିକମାନଙ୍କ ବିରୁଦ୍ଧରେ ଲଢ଼ିଥିଲେ। ଏହି ଉତ୍ସବ ବ୍ରିଟିଶ କଲମ୍ବିଆରେ ୨୦୨୩ ମସିହା ଠାରୁ ଆନୁଷ୍ଠାନିକ ଭାବେ ପାଳନ କରାଯାଉଛି। ତେବେ କାନାଡାରେ ରହୁଥିବା ଫିଲିପିନୋ ଲୋକମାନେ ପ୍ରତିବର୍ଷ ଏହି ଉତ୍ସବକୁ ଧୁମଧାମରେ ପାଳନ କରିଥାନ୍ତି।

ଭାଙ୍କୌଭରର ମେୟର କେନ ସିମ ଏହି ଘଟଣାକୁ "ଭୟଙ୍କର" ବୋଲି ବର୍ଣ୍ଣନା କରି କହିଛନ୍ତି, "ଆମେ ଶୀଘ୍ର ଅଧିକ ସୂଚନା ପ୍ରଦାନ କରିବୁ। କିନ୍ତୁ ଏବେ ପୋଲିସ ଅନେକ ମୃତ୍ୟୁ ଓ ଆହତଙ୍କ ଖବର ନିଶ୍ଚିତ କରିଛି। ଆମର ସମବେଦନା ଏହି ଘଟଣାରେ ପ୍ରଭାବିତ ସମସ୍ତଙ୍କ ସହ ଓ ଫିଲିପିନୋ ସମୁଦାୟଙ୍କ ପାଇଁ ରହିଛି।" କାନାଡାର ପ୍ରଧାନମନ୍ତ୍ରୀ ମାର୍କ କାର୍ନେ ମଧ୍ୟ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରି ଶୋକସନ୍ତପ୍ତ ପରିବାର ଓ ଫିଲିପିନୋ ସମୁଦାୟଙ୍କୁ ସମବେଦନା ଜଣାଇଛନ୍ତି। 

ପୋଲିସ ଏପର୍ଯ୍ୟନ୍ତ ମୃତ୍ୟୁ ଓ ଆହତଙ୍କ ସଂଖ୍ୟା ସ୍ପଷ୍ଟ କରିନାହାନ୍ତି। ତେବେ ଏହି ଦୁର୍ଘଟଣାରେ ୯ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ବୋଲି ଜଣାପଡିଛି। ସ୍ଥାନୀୟ ସୂଚନା ଅନୁସାରେ, ଏହି ଘଟଣା ଆତଙ୍କବାଦୀ ଆକ୍ରମଣ ନୁହେଁ ବୋଲି ପୋଲିସ ନିଶ୍ଚିତ କରିଛି। ତେବେ ଏ ମାମଲାରେ ତଦନ୍ତ ଜାରି ରହିଛି ଏବଂ ପୋଲିସ ସୂଚନା ପାଇଁ ୬୦୪-୭୧୭-୨୫୦୦ ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ କରିଛି। 

ଏହି ଘଟଣା ଫିଲିପିନୋ ସମୁଦାୟ ଓ ଭାଙ୍କୌଭରର ବାସିନ୍ଦାଙ୍କ ମଧ୍ୟରେ ଗଭୀର ଶୋକ ଓ ଆତଙ୍କ ସୃଷ୍ଟି କରିଛି। ସମସ୍ତେ ଏକଜୁଟ ହୋଇ ପୀଡ଼ିତମାନଙ୍କୁ ସମର୍ଥନ ଓ ସାହାଯ୍ୟ ପ୍ରଦାନ କରୁଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.