ରାୟଗଡା,୧୦।୩ : ରାୟଗଡାରୁ କୋରାପୁଟ  ଯାଇଥିବା କେଆର ରେଳ ଲାଇନର କଞ୍ଜାମଯୋଡି ନିକଟରେ  ଏକ ଆମ୍ବୁଲାନ୍ସକୁ  ମାଲବାହୀ ଟ୍ରେନ ଧକ୍କା ଦେଇଛି। ତେବେ ଆମ୍ବୁଲାନ୍ସରେ ଥିବା ଆଶା ଦିଦିଙ୍କ ସହ ୮ ରୋଗୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। 

କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତର କାଣିପାଇ, କଞ୍ଜ।ମଯୋଡି ,ଝାକୁଡୁ, ବେତଲାଙ୍ଗ ଓ ଚକ୍ରକଲାଙ୍ଗ ଗ୍ରାମର କେତେ ଜଣ  ଲୋକଙ୍କ ଆଖି ଅପରେସନ ପାଇଁ ଅନନ୍ତ ଚକ୍ଷୁ ଚିକିତ୍ସାଳୟକୁ ଆମ୍ବୁଲାନ୍ସରେ ଅଣାଯାଉଥିଲା। ଶିକରପାଇ ଓ ଭାଲୁମସ୍କା ଷ୍ଟେସନ ମଝିରେ  ଥିବା ରେଳ ଲାଇନ ଦେଇ ଚକ୍ଷୁ ଆମ୍ବୁଲାନ୍ସ ଆସୁଥିବା ବେଳେ କଞ୍ଜାମଯୋଡି ନିକଟରେ  ହଠାତ ଏକ ମାଲବାହୀ ଟ୍ରେଡ଼ ଆସି ଗାଡିକୁ ୧୦୦ମିଟର ପର୍ଯ୍ୟନ୍ତ ଘୋଷାରି ନେଇ ଯାଇଥିଲା। କିନ୍ତୁ ଆମ୍ବୁଲାନ୍ସରେ ଥିବା ଚାଳକ ସମେତ ଜଣେ ଆଶା ଦିଦି ଓ ୮ଜଣ ରୋଗୀ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡ଼ିଛି । ମାଲବାହୀ ଟ୍ରେନଟି ବ୍ରେକ ମାରିବାରୁ   ଆମ୍ବୁଲାନ୍ସରେ ଥିବା ଲୋକଙ୍କ ପ୍ରାଣ ଅଳ୍ପକେ ବଞ୍ଚିଯାଇଛି । 

ପ୍ରକାଶ ଥାଉକି ଉକ୍ତ  ସ୍ଥାନରେ ପ୍ରାୟ ୩ଥର ଦୁର୍ଘଟଣା ଘଟିଲାଣି ।ଉକ୍ତ ରେଳ ଲାଇନ ଉପରେ  ଓଭର ବ୍ରିଜ ନଚେତ  ତଳ ବ୍ରିଜ କରିବା ପାଇଁ ରେଳବାଇ ,ସାଂସଦ ଓ ବିଧାୟକ ,ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀରେ  ବାରମ୍ବାର ଲିଖିତ ଦେବାପରେ ମଧ୍ୟ କୌଣସି କାର୍ଯ୍ୟକାରୀ ହେଉନାହିଁ ବୋଲି ଅଞ୍ଚଳବାସୀ କହିଛନ୍ତି ।