ନୂଆଦିଲ୍ଲୀ, ୨୦/୦୮ : ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର। ଏଣିକି ଧାର୍ଯ୍ୟ ସୀମାଠାରୁ ଅଧିକ ଓଜନ ବିଶିଷ୍ଟ ଲଗେଜ୍ ନେଲେ ଦେବାକୁ ପଡ଼ିବ ଅତିରିକ୍ତ ଚାର୍ଜ। ବିମାନବନ୍ଦର ଭଳି ନିୟମ ଲାଗୁ ହେବ ନିୟମ। ରେଲୱେ ଲଗେଜ୍ ନିୟମକୁ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନେଇଛି । ବିମାନବନ୍ଦର ଢାଞ୍ଚାରେ ଟ୍ରେନଗୁଡ଼ିକରେ ବ୍ୟାଗେଜ୍ ଚାର୍ଜ ଲାଗୁ ହେବ।
ପ୍ରସ୍ତାବିତ ନିୟମ ଅନୁସାରେ, ଇଲେକଟ୍ରୋନିକ ମେସିନ୍ରେ ରେଳଯାତ୍ରୀ ସେମାନଙ୍କ ଲଗେଜ୍ର ଓଜନ କରାଇବେ । ଏଥିରେ ଲଗେଜ ଲାଗି ଧାର୍ଯ୍ୟ ଓଜନ ନିୟମକୁ କଡ଼ାକଡ଼ି ଭାବେ ଦେଖାଯିବ । ଦେଶର ପ୍ରମୁଖ ରେଳ ଷ୍ଟେସନରେ ନୂଆ ନିୟମ ଲାଗୁ ହେବାକୁ ଯାଉଛି ବୋଲି ଟାଇମ୍ସ ଅଫ୍ ଏକ ରିପୋର୍ଟ ପ୍ରକାଶ କରିଛି । ବର୍ତ୍ତମାନ ନୂଆ ନିୟମକୁ ନର୍ଥ ସେଣ୍ଟ୍ରାଲ ରେଳ ଜୋନ୍ ଯଥା ପ୍ରୟାଗରାଜ ଜଙ୍କସନ, କାନପୁର ସେଣ୍ଟ୍ରାଲ, ମିର୍ଜାପୁର, ତୁଣ୍ଡଲା, ଆଲିଗଡ ଜଙ୍କସନ ଭଳି ସ୍ଥାନରେ ଲାଗୁ କରାଯିବ । ଏସି ଫାଷ୍ଟ୍କ୍ଲାସ୍ ଯାତ୍ରୀ ମାନେ ନିଜ ସାଙ୍ଗରେ ୭୦ କିଲୋର ଲଗେଜ୍ ନେଇପାରିବେ । ଏସି ୨ ଟାୟାର ପାଇଁ ଏହି ସୀମା ୫୦ କିଲୋ ରହିବ । ଏସି ୩ ଟାୟାର ଏବଂ ସ୍ଲିପର କ୍ଲାସ ଯାତ୍ରୀଙ୍କ ପାଇଁ ୪୦ କିଲୋ ଲଗେଜ୍ ସୀମା ଧାର୍ଯ୍ୟ ହୋଇଛି । ଜେନେରାଲ କ୍ଲାସ ପାସେଞ୍ଜର୍ଙ୍କ ଲାଗି ଏହି ସୀମା ୩୫ କିଲୋ । ବଡ଼ ଏବଂ ଅଧିକ ସ୍ଥାନ ନେଉଥିବା ବ୍ୟାଗ୍ ଯେ କୌଣସି ଓଜନର ହେଉଥିଲେ ଜରିମାନା ଦେବାକୁ ପଡ଼ିବ । ନର୍ଥ ସେଣ୍ଟ୍ରାଲ ରେଲୱେ (ଏନ୍ସିଆର୍) ପ୍ରୟାଗରାଜର ଡିଭିଜନାଲ କମର୍ସିଆଲ ମ୍ୟାନେଜର ହିମାଂଶୁ ଶୁକ୍ଳା କହିଛନ୍ତି, ଦୂରଗାମୀ ରୁଟ୍ରେ ଅଧିକ ସୁଗମ ଏବଂ ଦକ୍ଷ ଯାତ୍ରା ଅଭିଜ୍ଞତା ପ୍ରଦାନ ଦିଗରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।