ପ୍ରମୂଖ ଖବର
  • ଭାପୁର : ବ୍ରିଜ ନିର୍ମାଣ ବେଳେ ବିଦ୍ୟୁତ୍ ଆଘାତରେ ଜଣେ ଶ୍ରମିକ ମୃତ, ଜଣେ ଆହତ
  • ||
  • ନାବାଳିକା ଦୁଷ୍କର୍ମୀକୁ ୨୦ ବର୍ଷ ଜେଲଦଣ୍ଡ, ଲକ୍ଷେ ୫ ହଜାର ଟଙ୍କାର ଜରିମାନା
  • ||
  • ଛତ୍ରପୁର : ହୁମା ନିକଟ ଜାତୀୟ ରାଜପଥ ଉପରେ ଲୁଟ୍‌ ଉଦ୍ୟମ, କାର୍‌ ଉପରକୁ ୮ରାଉଣ୍ଡ ଗୁଳିମାଡ଼ କଲେ ଦୁର୍ବୃତ୍ତ
  • ||
  • ଆଇଏସ୍‌ଏଲ୍‌ ୨୦୨୪: ସନ୍ଧ୍ୟାରେ କଳିଙ୍ଗ ଷ୍ଟାଡିୟମରେ ମୁମ୍ବାଇ ସିଟିକୁ ଭେଟିବ ଓଡ଼ିଶା ଏଫ୍‌ସି
  • ||
  • ରାଉରକେଲା ରେଳ ଷ୍ଟେସନରୁ ୫୮କେଜି ରୂପା ଜବତ, ଜିଏସ୍‌ଟି ବିଭାଗକୁ ହସ୍ତାନ୍ତର କଲା ଜିଆରପି
  • ||
  • ଟାଙ୍ଗୀ : ନିମ୍ୱ ଗଛରୁ ବୋହୁଛି କ୍ଷୀର, ଗଛକୁ ପୂଜା କରୁଛନ୍ତି ଲୋକେ
  • ||
  • ହାଇଦ୍ରାବାଦରେ ଅଲ୍ଲୁଅର୍ଜୁନଙ୍କ ପୁଷ୍ପା-୨ ପ୍ରିମିୟର ଶୋରେ ଦଳାଚକଟା, ମହିଳା ମୃତ,ଏକାଧିକ ଆହତ
  • ||
  • ମନି ଲଣ୍ଡରିଂ ମାମଲାରେ ଆଇଏସ ସଂଞ୍ଜୀବ ହଂସଙ୍କ ବଢିଲା ଅଡୁଆ, ୧୩ ସ୍ଥାନରେ ରେଡ଼୍
  • ||
  • ଶିମିଳିପାଳରେ ଶିକାରୀଙ୍କୁ ଧରିଲା ଏଆଇ କ୍ୟାମେରା, ୩ ଅଭିଯୁକ୍ତ ଗିରଫ
  • ||
  • ଓୟୁଏଟି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ମହାମହିମ, ସନ୍ଧ୍ୟାରେ ଜୁଡିସିଆଲ କମ୍ପେ୍ଲକ୍ସର କରିବେ ଉଦ୍‌ଘାଟନ
  • ||
  • ମହାରାଷ୍ଟ୍ର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦେବେନ୍ଦ୍ର ଫଡ୍‌ନବିସ୍‌ଙ୍କ ଶପଥ ଉତ୍ସବରେ ହେବେ ସାମିଲ
  • ||
  • ଭଦ୍ରକ : ବେକରେ ଛୁରୀ ଲଗାଇ ଲୁଟ୍‌ କଲେ ୬ ଦୁର୍ବୃତ୍ତ, ପରିବାରର ୪ ସଦସ୍ୟ ଆହତ
  • ||
  • ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡ଼ନବିସ; ଅଜିତ, ସିନ୍ଦେ ଉପ ମୁଖ୍ୟମନ୍ତ୍ରୀ
  • ||
  • ଶନିବାରଠାରୁ ରାଜ୍ୟରେ ବଢ଼ିବ ଶୀତର ପ୍ରକୋପ, ୨ରୁ ୪ ଡିଗ୍ରୀ କମିବ ତାପମାତ୍ରା
  • ||
  • ଭଦ୍ରକ : କାର୍‌ରୁ ୯ ଗୋରୁ ଉଦ୍ଧାର, ୨ ଗିରଫ
  • ||

ସମ୍ ହସ୍ପିଟାଲ୍‌ରେ ଚଳନଶୀଳ ସ୍କିଲ୍ ଲ୍ୟାବ୍‌ରେ ଡାକ୍ତରଙ୍କୁ ପ୍ରଶିକ୍ଷଣ ପ୍ରଦାନ

ଭୁବନେଶ୍ୱର,୨୩/୧୧ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲଠାରେ ଜନସନ ଆଣ୍ଡ ଜନସନ କମ୍ପାନୀ ଦ୍ୱାରା ଯୋଗାଇ ଦିଆଯାଇଥିବା ଏକ ଚଳନଶୀଳ ସ୍କିଲ୍ ଲ୍ୟାବ୍‌ରେ ନଭେମ୍ବର ୨୦ ଓ ୨୧ ତାରିଖରେ ଦୁଇ ଦିନ ଧରି ସର୍ଜନ ଓ ପୋଷ୍ଟ ଗ୍ରାଜୁଏଟ୍ ଛାତ୍ରଛାତ୍ରୀମାନଙ୍କୁ ନେଇ ଶଲ୍ୟ ଚିକିତ୍ସା ବିଷୟରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।

ଏକ ଭଲଭୋ ବସ୍‌ରେ ସ୍ଥାପିତ ଏହି ସ୍କିଲ ଲ୍ୟାବରେ ୧୦ଟି ୱାର୍କ ଷ୍ଟେସନ ରହିଛି ଓ ଅସ୍ତେ୍ରାପଚାର ହୋଇଥିବା ସ୍ଥାନରେ କିପରି ସିଲାଇ କରି କ୍ଷତକୁ ଯୋଡିବାକୁ ପଡେ ଏଥିରେ ସେ ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା ବୋଲି ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର କହିଛନ୍ତି । 

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସର୍ଜନ ମାନଙ୍କର ଦକ୍ଷତା ବୃଦ୍ଧି ନିମନ୍ତେ ଆୟୋଜିତ ହୋଇଥିଲା ବୋଲି ସେ କହିଥିଲେ । ଉଭୟ ଓପନ ଓ ଲାପାରାସ୍କୋପିକ ସର୍ଜରୀରେ ଏହି ତାଲିମ ସର୍ଜନମାନଙ୍କର ଦକ୍ଷତାକୁ ବୃଦ୍ଧି କରିବ । ବର୍ତ୍ତମାନ ନ୍ୟାସନାଲ୍ ମେଡିକାଲ କମିଶନ ଡାକ୍ତର ଓ ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଦେଇ ଏହାକୁ କରିକୁଲମର ଏକ ବିଶେଷ ଅଂଶ ଭାବେ ଗ୍ରହଣ କରିଛି । 

ସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର)  ପ୍ରକାଶ କୁମାର ସାହୁ କହିଥିଲେ ଯେ ହସ୍ପିଟାଲରେ ଏକ ସେଂଟ୍ରାଲ୍  ସ୍କିଲ ଲ୍ୟାବ୍ ଓ ସର୍ଜରୀ ବିଭାଗର ଏକ ସ୍ୱତନ୍ତ୍ର ସ୍କିଲ ଲ୍ୟାବ ମଧ୍ୟ ରହିଛି ଯେଉଁଠାରେ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଏ । ଏହି ପ୍ରଶିକ୍ଷଣ ଫଳରେ ସର୍ଜନମାନେ ସେମାନଙ୍କର କାର୍ଯ୍ୟପ୍ରଣାଳୀକୁ ଆହୁରି ଉନ୍ନତ କରିପାରିବେ । ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର କାର୍ଯ୍ୟକାରୀ ଡିନ୍ ପ୍ରଫେସର (ଡାକ୍ତର) ସୌମ୍ୟରଂଜନ ଦାସ ମଧ୍ୟ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.