ଭୁବନେଶ୍ୱର,୦୮/୧୨: ରାଜ୍ୟ ସରକାର ବିଭିନ୍ନ ସରକାରୀ ଅଫିସରେ  କାର୍ଯ୍ୟରତ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ (ଓଏଏସ)ମାନଙ୍କୁ ବଦଳି  ନିର୍ଦ୍ଦେଶ ଦେଲେ । ହେଲେ ଓଏଏସ୍‌ ଅଧିକାରୀମାନେ ସରକାରଙ୍କ ନିର୍ଦ୍ଦେଶକୁ  ଖାତିର କରୁନାହାନ୍ତି । ଏବେ ସରକାର ଏ ଦିଗରେ କଡ଼ା ଆଭିମୁଖ୍ୟ ଗ୍ରହଣ  କରିଛନ୍ତି । ଆସନ୍ତା ୧୦ ତାରିଖ ସୁଦ୍ଧା ଯଦି ଏହି ଅଧିକାରୀମାନେ ସେମାନଙ୍କ  କାର୍ଯ୍ୟସ୍ଥଳରେ ଯୋଗ ନ ଦେବେ ତେବେ ସେମାନଙ୍କୁ ୧୧ ତାରିଖରେ ତୁରନ୍ତ  ନିଲମ୍ବନ କରାଯିବ । ଗତ ଅଗଷ୍ଟ ୧୭ରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା  ବିଭାଗର ଚିଠି ସଂଖ୍ୟା ୨୭୯୯୩ ଓ ଅକ୍ଟୋବର ୧୦ରେ ଚିଠି ସଂଖ୍ୟା ୩୫୬୦୮ରେ  ପୃଥକ ନିର୍ଦ୍ଦେଶାନାମା ଆସିଛି । ଇତିମଧ୍ୟରେ ଦୁଇମାସ ବିତିବାକୁ ବସିଛି ।  ହେଲେ ଜଣେ ହେଲେବି ଅଧିକାରୀ ନୂଆ କାର୍ଯ୍ୟସ୍ଥଳରେ ଯୋଗ ଦେଇନାହାନ୍ତି ।