ଚନ୍ଦନେଶ୍ଵର, ୨୩/୫ (ନି.ପ୍ର): ପଶ୍ଚିମବଙ୍ଗର ପ୍ରମୁଖ ମତ୍ସ୍ୟ ଅବତରଣ କେନ୍ଦ୍ର ଦୀଘା ମୁହାଣରେ ଥିବା ମାଛଧରା ଟ୍ରଲର ଗୁଡିକରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟ୍ରାନ୍ସମିଟର ମେସିନ ସବୁ ଲଗା ଯାଇଛି। ଏହା ଅଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଉଥିବା ମତ୍ସ୍ୟଜୀବୀଙ୍କ ଗତିବିଧି ଓ ସମସ୍ୟା ଉପରେ ନଜର ରଖିବ। ଫୁଲରରେ ଲଗା ଯାଇଥିବା ମେସିନ ସଟେଲାଇଟ ସହିତ ସଂଯୋଗ ରହିଛି। କୋଷ୍ଠଗାର୍ଡକୁ ଏହାର ସମସ୍ତ ତଥ୍ୟ ମିଳି ପାରିବ ବୋଲି ସୂଚନା ମିଳିଛି।
ବିବରଣୀରୁ ପ୍ରକାଶ ଯେ, ଦୀଘା ମୁହାଣରେ ପ୍ରାୟ ୧୨ଶହରୁ ଅଧିକ ମାଛଧରା ଟ୍ରଲର ରହିଛି ମାଛ ଧରିବାକୁ ଯାଇ ଟ୍ରଲର ଗୁଡିକ ଏକ ସପ୍ତାହରୁ ୨ସପ୍ତାହ ପରେ କୂଳକୁ ଫେରିଥାନ୍ତି। ଏହି ସମୟ ମଧ୍ୟରେ ସମୁଦ୍ରରେ ମାଛଧରା ବ୍ୟତୀତ ଅନ୍ୟ କୌଣସି ସନ୍ଦେହଜନକ କାଯ୍ୟ କିମ୍ବା ସମସ୍ୟା ସମ୍ପର୍କିତ ସମସ୍ତ ତଥ୍ୟ ଯୋଗଇ ଦେବ। ଫଳରେ କୋଷ୍ଟଗାର୍ଡ ସମସ୍ତ ତଥ୍ୟ ସହଜରେ ଜାଣି ପରିବେ। ତେବେ ଭୋଗରାଇର ଉଦୟପୁର, ତାଳସାରୀ, ରଣସିଂହପୁର ଓ କୀର୍ତନିଆ ମତ୍ସ୍ୟ ଅବତରଣ କେନ୍ଦ୍ରରୁ ଯାଇଥିବା ବୋଟରେ ଏଭଳି ମେସିନ ଲଗା ଯାଇନାହିଁ। କିନ୍ତୁ କୋଷ୍ଟଗାର୍ଡ ନିଯୁକ୍ତ କରିବା ଠରୁ ଆରମ୍ଭ କରି ଡ୍ରୋନ କ୍ୟାମେରା ଦ୍ଵାରା ସମୁଦ୍ର ଉପରେ ତୀକ୍ଷ୍ଣ ନଜର ରଖା ଯାଇଛି।
ସୂଚନା ଆଉକି, ଭାରତ-ପାକିସ୍ଥାନ ଯୁଦ୍ଧ ପରେ ବିଶେଷ କରି ଜଳପଥ ଉପରେ କଟକଣାକୁ ସରକାର ଅଧିକ ଗୁରୁତ୍ବ ଦେଇଛନ୍ତି। ବାଂଲାଦେଶରୁ ଜଳପଥରେ ଦୀଘା ଓ ବାଲେଶ୍ଵରକୁ ଆସିବା ବହୁ ସହଜ ହୋଇଥିବାରୁ ସରକାର ଏଭଳି ପଦକ୍ଷେପ ନେଇଥିବା ଆଲୋଚନା ହେଉଛି।