କାଶୀପୁର,୨୯/୧୧ : ରାୟଗଡ଼ା ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଶୁକ୍ରବାର କାଶୀପୁର ବ୍ଲକ ଟିକିରି ଅଞ୍ଚଳରେ ଗାଡ଼ି ମୋଟରର ପରମିଟ, ଫିଟନେସ, ଓଭର ଲୋଡ଼ିଂ, ଡିଏଲ ଯାଞ୍ଚ କରାଯାଇ ଜରିମାନା ଆଦାୟ କରାଯାଇଥିଲା ।
୩୯ଟି ଗାଡ଼ିର ଚାଲାଣ କଟାଯାଇ ୮ଲକ୍ଷ ୯୭ହଜାର ଫାଇନ କରାଯାଇଥିବାବେଳେ ଘଟଣାସ୍ଥଳରୁ ୧ ଲକ୍ଷ ୯ହଜାର ଟଙ୍କା ଆଦାୟ କରାଯାଇଛି । ରାୟଗଡ଼ା ଆଞ୍ଚଳିକ ପରିବହନ ଅଧିକାରୀଙ୍କ ନିର୍ଦ୍ଦେଶ ଏବଂ ଏମଭିଆଇଙ୍କ ତତ୍ତ୍ୱାବଧାନରେ ମୋବାଇଲ ସ୍କ୍ବାର୍ଡ ଜରିମାନା ଆଦାୟ କରିଥିବା ଜଣାପଡ଼ିଛି ।