ଭୁବନେଶ୍ୱର,୧୧/୦୨: ପିୟୁସିସିକୁ ହାଇକୋର୍ଟର ଖାରଜ ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ସମସ୍ତଙ୍କୁ PUCC କରିବା ବାଧ୍ୟତାମୂଳକ କହିଲେ ପରିବହନ ମନ୍ତ୍ରୀ । ସେ କହିଛନ୍ତି ଯେ, ଯେଉଁ କଥା ଆମେ କହୁଥିଲୁ ଲୋକଙ୍କ ଆବେଗ ଥିଲା ଯେ ପିୟୁସିସି ହଠାତ୍ ବୋଝ ଭଳିଆ ହେଇଗଲା ବୋଲି । ବାଧ୍ୟତାମୂଳକ ନୂଆଁ କିଛି ନ ଥିଲା । ଗାଡ଼ିଟେ ଥିଲେ ପିୟୁସିସି ଆବଶ୍ୟକ । ଯେମିତି ଫିଟନେସ ଦରକାର, ଲାଇସେନ୍ସ ଦରକାର ସେମିତି ପିୟୁସିସି ର ମଧ୍ୟ ଆବଶ୍ୟକ ଥିଲା । ହଠାତ୍ କାର୍ଯ୍ୟକାରୀ କରାଯିବାରୁ ଲୋକେ ଭାବିଲେ । ଯେହେତୁ ଓଡ଼ିଶାର ବାୟୁ ପ୍ରଦୂଷଣ ବଢୁଛି । ବାଧ୍ୟବାଧ୍ୟକତାରେ ହେବା ଦରକାର । ଓଡ଼ିଶାରେ କୋଟିଏରୁ ଉର୍ଦ୍ଧ୍ବ ଗାଡ଼ି ହେଲାଣି । ତାକୁ ଆଖି ଆଗରେ ରଖି ଆମେ ଅମାନିଆ ମାନଙ୍କ ପାଇଁ ପିୟୁସିସି ନାହିଁ କି ତେଲ ନାହିଁ କଲୁ ସମସ୍ତେ ବ୍ୟଘ୍ରତାର ସହ ପିୟୁସିସି ସାର୍ଟିଫିକେଟ କଲେ ।

ଆହୁରି ପଢନ୍ତୁ-ବିନିକା ସହରରେ ଗୋଷ୍ଠୀ ସଙ୍ଘର୍ଷ, ଛୁରାମାଡ଼ରେ ଜଣେ ମୃତ ୨ ଗୁରୁତର

ପରୋକ୍ଷରେ ଗୋଟେ ପ୍ରକାର ଆଲୋଡନ ସୃଷ୍ଟି କଲେ । ଆମେ ବାରମ୍ବାର ଅନୁରୋଧ କଲୁ ଯେ ୯୦ ଦିନ ଯେଉଁ କଥା କାଲି ମାନ୍ୟବର ହାଇକୋର୍ଟ କହିଲେ ୯୦ ଦିନର ଯଦି ଚାଲାଣ ବାକି ଅଛି ପିୟୁସିସି ହୋଇପାରିବ ନାହିଁ । ଜନସ୍ବାର୍ଥ ମାମଲା ଦାଖଲ କରିବା ଲୋକଙ୍କ ଅଧିକାର, ଲୋକଙ୍କ ସ୍ଵାଧୀନତା ମଧ୍ୟ । ମାନ୍ୟବର ହାଇକୋର୍ଟ ତାକୁ ଖାରଜ କଲେ। ସରକାରଙ୍କ ପ୍ରାଥମିକତା ନାହିଁ କାହାକୁ ଜରିମାନା ନେଇକି ସରକାର ଚାଲିବା ଆମ ସରକାରଙ୍କ ପ୍ରାଥମିକତା ନାହିଁ। ନିଶ୍ଚିତ ଭାବେ ତାକୁ ତର୍ଜମା କରାଯିବ ଓ କମ ବି କରାଯିବ।