ପ୍ରମୂଖ ଖବର
  • ଗୋପାଳପୁର ଗଣଦୁର୍ଷମ ଘଟଣା : ସିଆଇଡି କ୍ରାଇମବ୍ରାଞ୍ଚକୁ ତଦନ୍ତ ହସ୍ତାନ୍ତର
  • ||
  • ଭୁବନେଶ୍ବରରେ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ , ମଦ ଦୋକାନ ସିଲ୍ କଲା ଅବକାରୀ ବିଭାଗ
  • ||
  • ଖଲ୍ଲିକୋଟ : ଛେଳି ପଲ ଉପରେ ମାଡିଗଲା ଟ୍ରକ, ୭୦ ଛେଳି ମୃତ
  • ||
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

ଏଣିକି ମନମୁଖି ଭାବେ ଗାଡ଼ିରେ ନାଲିବତି ଲଗାଇପାରିବେନି, ବିଭିନ୍ନ ବିଭାଗକୁ ଚିଠି ଲେଖିଲେ ପରିବହନ ସଚିବ

Published By : Prameya | May 23, 2025 12:30 PM

କଟକ,୨୩/୦୫: ବାରମ୍ବାର ନିର୍ଦ୍ଦେଶ, ଚିଠି କରାଯିବା ସତ୍ତେ୍ୱ ସରକାରୀ ବାବୁଙ୍କ  ଗାଡ଼ିରେ ନାଲି ବତି ଲଗାଇବା ମୋହ ତୁଟୁନି । ଏନେଇ ପରିବହନ ବିଭାଗ ସଚିବ ଉଷା ପାଢ଼ୀ  ଉଦ୍‌ବେଗ ପ୍ରକାଶ କରିଛନ୍ତି । ଏଣିକି ବିଭିନ୍ନ ବିଭାଗର ଅଧିକାରୀମାନେ ଯେପରି ମନମୁଖି  ଭାବେ ଗାଡ଼ିରେ ନାଲିବତି ନଲଗାନ୍ତି ସେନେଇ ପ୍ରତ୍ୟେକ ବିଭାଗକୁ ଚିଠି ଲେଖି ସତର୍କ  କରାଇ ଦେଇଛନ୍ତି । ଏଥିସହ ରାଜ୍ୟରେ ଶହଶହ ଗାଡ଼ିରେ ନାଲି ବତି ଲାଗିଥିଲାବେଳେ ପ୍ରାଧିକୃତ ଅଧିକାରୀ ଭାବରେ ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ)ରୁ କେହି ଜଣେ ବି ଏଥିପାଇଁ ଅନୁମତି ନେଇନଥିବା ମଧ୍ୟ ପରିବହନ ସଚିବ ତାଙ୍କ ଚିଠିରେ ସ୍ପଷ୍ଟ କରିଛନ୍ତି ।  

ନିୟମ ଅନୁସାରେ, ଯେଉଁମାନେ ଗାଡ଼ିରେ ବତି ଲଗାଇବାକୁ ଚାହୁଁଛନ୍ତି ସେମାନେ  ଏସ୍‌ଟିଏରେ ଆବେଦନ କରି ଅନୁମତିମୂଳକ ଷ୍ଟିକର ନେବା ଲାଗି ସଚିବ ଚିଠିରେ  ଉଲ୍ଲେଖ କରିଛନ୍ତି । ପରିବହନ ବିଭାଗ ସଚିବ ଶ୍ରୀମତୀ ପାଢ଼ୀ ଏହି ମର୍ମରେ ରାଜ୍ୟ  ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ଶାସନ ସଚିବ, ଗୃହ ବିଭାଗ  ପ୍ରମୁଖ ଶାସନ ସଚିବ, ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ, ପୁଲିସ୍‌ ଡିଜି, ଡିଜି ଗୃହରକ୍ଷୀ, ଡିଜି ଅଗ୍ନିଶମ ବିଭାଗଙ୍କୁ ଚିଠି ଲେଖି ସେମାନଙ୍କ ଅଧୀନ ଅଧିକାରୀଙ୍କୁ  ଗାଡ଼ିରେ ନାଲିବତି ଲଗେଇବାର ଥିବା ନିୟମ ସମ୍ପର୍କରେ ଅବଗତ କରିବାକୁ କହିଛନ୍ତି । କେଉଁ ଗାଡ଼ିରେ ବତି ଲାଗିପାରିବ ସେ ସଂପର୍କରେ ନିଷ୍ପତ୍ତି ନେବା ପାଇଁ ଏସ୍‌ଟିଏକୁ  ଦାୟିତ୍ୱ ଦିଆଯାଇଛି । 

କେଉଁ ଅଧିକାରୀମାନଙ୍କ ଗାଡ଼ିରେ ଏହି ମଲ୍‌ଟି କଲର୍‌ ବତି  ଲଗାଯାଇପାରିବ ସେନେଇ ସମ୍ପୃକ୍ତ ବିଭାଗକୁ ରିପୋର୍ଟ ଦେବାକୁ କୁହାଯାଇଥିଲା। ଯେଉଁ  ଅଧିକାରୀଙ୍କ ଗାଡ଼ିରେ ମଲ୍‌ଟି କଲର୍‌ ବତି ଲାଗିବ ତାଙ୍କୁ ଏସ୍‌ଟିଏ ପକ୍ଷରୁ ଏକ ଷ୍ଟିକର ମଧ୍ୟ  ଦିଆଯିବ । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଗୋଟିଏ ବି ବିଭାଗ ବା ଅଧିକାରୀ ଏହି ବତି ଲଗାଇବା  ପାଇଁ ଏସ୍‌ଟିଏରେ ଆବେଦନ କରିନଥିବା ଶ୍ରୀମତୀ ପାଢ଼ୀ କ୍ଷୋଭର ସହ ପ୍ରକାଶ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.