କୋଣାର୍କ,୨୭/୧୧ : ପୁରୀ ସମୁଦ୍ର ଉପକୂଳରୁ ଗୁରୁବାର ବାଲେଶ୍ଵର ଅଞ୍ଚଳର ୨ଟ୍ରଲର ଜବତ ହୋଇ ଚନ୍ଦ୍ରଭାଗା ସମୁଦ୍ର ଉପକୂଳକୁ ଅଣାଯାଇଛି । କୋଣାର୍କ ଅସ୍ତରଙ୍ଗ, ବାଲୁଖଣ୍ଡ ଓ ବ୍ରହ୍ମଗିରି ବନବିଭାଗ ମିଳିତ ଚଢ଼ଉ କରି ଏହି ଟ୍ରଲରକୁ ଜବତ କରିଛନ୍ତି । ବାଲେଶ୍ଵର ଅଞ୍ଚଳର ମା’ ଦୁର୍ଗା ନାମକ ଏହି ଟ୍ରଲର ପୁରୀ ସମୁଦ୍ର ଉପକୁଳ ନିଷିଦ୍ଧାଞ୍ଚଳରେ ମାଛ ଧରୁଥିଲେ ।

ଟ୍ରଲରରୁ ୨ଅଲିଭରିଡଲେ ଓ ମାଛ ଜବତ ହୋଇଛି । ୯ଜଣ ମସ୍ତ୍ୟଜୀବୀଙ୍କୁ ଗିରଫ କରାଯାଇଛି । ପୁରୀ ଡିଏଫଓଙ୍କ ନିର୍ଦ୍ଦେଶକ୍ରମେ ବନ୍ୟପ୍ରାଣୀ ଆକ୍ଟ ଅନୁଯାୟୀ ୯ମତ୍ସଜୀବୀଙ୍କୁ ଶୁକ୍ରବାର କୋର୍ଟଚାଲାଣ କରାଯାଇ ଟ୍ରଲରକୁ ରାଜନଗର ନିଆଯିବ ବୋଲି କୋଣାର୍କ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ସୁଦର୍ଶନ ଦେହୁରୀ ସୂଚନା ଦେଇଛନ୍ତି । ବର୍ତ୍ତମାନ ଅଲିଭ ରିଡ଼ଲେ କଇଁଛଙ୍କ ପ୍ରଜନନ ସମୟ । ନଭେମ୍ବର ପ୍ରଥମ ସପ୍ତାହରୁ ମେ ମାସ ଦୀର୍ଘ ୭ମାସ ପର୍ଯ୍ୟନ୍ତ ଗଭୀର ସମୁଦ୍ରରେ ଟ୍ରଲର ଓ ମେସିନ ଡଙ୍ଗା ଚଳାଚଳକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ ଘୋଷଣା କରାଯାଇଥିବାବେଳେ ବେଆଇନ ଭାବେ ଟ୍ରଲର ମାଛ ଧରୁଛନ୍ତି ।