ପ୍ରମୂଖ ଖବର
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ପରିବେଶ ସୁରକ୍ଷା ପାଇଁ ପଦକ୍ଷେପ ନେଉଛନ୍ତି ରାଜ୍ୟପାଳ, ସେପଟେ ନଷ୍ଟ ହେଉଛି ରାଜଭବନର ସବୁଜିମା

Published By : Rasmita Pradhan | May 7, 2025 8:53 AM

ଭୁବନେଶ୍ୱର, ୦୭/୦୫ : ରାଜଭବନ ପରିସରରୁ ଚାଲିଛି ଗଛ କଟା । ଗୋପବନ୍ଧୁ ଛକ ପଟ ପାଚେରି କଡ଼ରୁ ଅନେକ ଗଛ କଟା ଚାଲିଛି । ଛୋଟ, ବଡ଼ ଗଛ ସବୁକିଛି ବଳି ପଡ଼ୁଛି । କଟର୍‌ ଦ୍ୱାରା ଗଛକୁ ଛୋଟ ଛୋଟ ଖଣ୍ଡ କରି ବୁହାଚାଲିଛି । ଏସ୍କାଭେଟର ଗଛର ଚେର ମୂଳକୁ ତାଡ଼ି ଦେଉଛି । ଗତ କିଛିଦିନ ଧରି ରାଜଭବନର ହରିଣ ପାର୍କକୁ ନିକଟରୁ ଏଭଳି ବେଧଡ଼କ ଗଛ କଟା ଚାଲିଛି । ପାଚେରିକୁ ଲାଗି ଯେଉଁଠି ଘଞ୍ଚ ଜଙ୍ଗଲ ଥିଲା ତାହା ଏବେ ଫାଙ୍କା ପାଲଟିଗଲାଣି । 

ନିକଟରେ ରାଜଭବନକୁ ସୌର ଶକ୍ତିରେ ଚଲାଇବାକୁ ଯୋଜନା ହୋଇଛି । ପରିବେଶ ଚିନ୍ତାରେ ବିଦ୍ୟୁତ୍‌ ଶକ୍ତି ବଦଳରେ ଅକ୍ଷୟ ଶକ୍ତି ଉପଯୋଗ ପାଇଁ ପଦକ୍ଷେପ ନିଆଯାଉଛି । ପେଟ୍ରୋଲ ବା ଡିଜେଲ ଗାଡ଼ି ବଦଳରେ ଇଭି ଗାଡ଼ି କିଣାଯାଇଛି । ଗୋଟେ ପଟେ ପରିବେଶ ସୁରକ୍ଷା ପାଇଁ ରାଜ୍ୟପାଳ ଏଭଳି ପଦକ୍ଷେପ ନେଇଛନ୍ତି । କିନ୍ତୁ ସେପଟେ ରାଜଭବନ କର୍ମଚାରୀଙ୍କ ଦ୍ୱାରା ଗଛ କଟାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଲାଣି । କେଉଁ କାରଣ ପାଇଁ ସବୁଜିମା ନଷ୍ଟ ହେଉଛି ଓ ଏଥିପାଇଁ ରାଜ୍ୟପାଳଙ୍କ ଅନୁମତି ନିଆଯାଇଛି କି ନା ତାହା ସ୍ପଷ୍ଟ କରାଯାଉ ବୋଲି ପରିବେଶବିତ୍‌ମାନେ ପ୍ରଶ୍ନ କରିଛନ୍ତି । 

ରାଜଭବନର ଉଦ୍ୟାନ ଦାୟିତ୍ୱରେ ଥିବା ଅଧିକାରୀ କହିଛନ୍ତି, ରାଜଭବନ ଭିତରେ ଥିବା ହରିଣ ପାର୍କ ବାହାରେ ଆଉ ଏକ ପାଚେରି ହେବ । ରାଜଭବନ ଛକରୁ ଗୋପବନ୍ଧୁ ଛକ ଆଡ଼କୁ ଯାଇଥିବା ପାଚେରିକୁ ବି ଆଉ ଥରେ ତିଆରି ହେବ । ଏହାକୁ ଉଚ୍ଚା କରାଯିବ । କୌଣସି ନୂଆ ଗଛ କଟାଯାଇନି । କେବଳ ଶୁଖିଯାଇଥିବା ବଣବୁଦା ସଫା କରାଯାଇଛି ବୋଲି କହିଛନ୍ତି । ଯଦି ଗଛ କଟାଯାଇନି ତେବେ ସେଠାରେ ବଡ଼ ବଡ଼ ଗଣ୍ଡି କୁଆଡୁ ଆସିଲା? ନୂଆ ପାଚେରି ପାଇଁ କାହିଁକି ଗଛ କାଟିବା ଆବଶ୍ୟକ ପଡ଼ିଲା? ଏଭଳି ପ୍ରଶ୍ନର ସେ ଉତ୍ତର ଦେଇ ପାରିନାହାନ୍ତି ।

ଏହି ଖବରଟିକୁ ପଢନ୍ତୁ-ସାଇରନ୍‌ ବାଜିଲେ, ପଦାକୁ ବାହାରିବେନି

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.