ମାଲକାନଗିରି /ମାଥିଲି, ୨୧/୮(ଆ ପ୍ର) : ମାଲକାନଗିରି ଜିଲ୍ଲା ମାଥିଲି ଠାରେ ୮୩ ତମ ମାଥିଲି ଗୁଳିକାଣ୍ଡ ଦିବସ ପାଳିତ ହୋଇଯାଇଛି। ଆମର ବୀର ସହିଦଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ଜନତା, ନେତା ଓ ପୁଲିସ କର୍ମଚାରୀ ।
ଗତ ୧୯୪୨ ମସିହା ଅଗଷ୍ଟ ୨୧ ତାରିଖରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସହିଦ ବୀର ଲକ୍ଷ୍ମଣ ନାୟକଙ୍କ ନେତୃତ୍ୱରେ ମାଥିଲି ଥାନା ଉପରେ ବ୍ରିଟିଶ ପତକାକୁ କାଢି ଭାରତ ମାତା ତ୍ରୀରଙ୍ଗା ପତକାକୁ ଉଡାଇ ଦେଶ ପାଇଁ ବଳିଦାନ ଦେଇଥିବା ସଂଗ୍ରାମୀମାନଙ୍କ ସ୍ମୃତିରେ ଗୁରୁବାର ମାଲକାନଗିରି ଜିଲ୍ଲାର ମାଥିଲିରେ ଗୁଳିକାଣ୍ଡ ଦିବସ ପାଳିତ ହୋଇଛି ।ସ୍ଥାନୀୟ ଲକ୍ଷ୍ମଣ ନାୟକ ଶହୀଦ ଭବନରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲ। ପରେ ବିରାଟ ଶୋଭାଯାତ୍ରା ବାହାରି ମାଥିଲି ଥାନାରେ ଶହୀଦ ପିଠ ପାଖରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି ଏହି କାର୍ଯ୍ୟକ୍ରମରେ ସୁଦୂର ଭଦ୍ରକ ଜିଲ୍ଲାରୁ ଆସିଥିବା ଅଗଷ୍ଟ କ୍ରାନ୍ତି ସ୍ମାରକୀ ରଥ କୁ ସ୍ୱାଗତ କରା ଯାଇଥିଲା ।
ଓଡିଶା ଗାନ୍ଧି ଫୋରମ, ସହିଦ ତୀର୍ଥଯାତ୍ରୀ ସଭାପତି ବୈଲୋଚନ ଜେନା , ଜାତୀୟ ମହିଳା ଫେଡ୍ରେସନ୍ ର ଜାତୀୟ ପରିଷଦ ସଭ୍ୟା ବନଲତା ଜେନା, ସହିଦ ତୀର୍ଥ ଯାତ୍ରୀ ସଞ୍ଜୀବ ବାରିକ, ଉତ୍କଳ ମହିଳା ସମିତି ସଭାନେତ୍ରୀ କୌଶଲ୍ୟା କୁଅଁର ଯୋଗ ଦେଇଥିଲେ। ଭଦ୍ରକ ସହିଦ ମାଟି ରୁ ଅଣା ଯାଇଥିବା ପବିତ୍ର ମାଟି ଓ ଜଳ ପାତ୍ର କୁ ଥାନା ଅଧିକାରୀ ଓ ସହିଦ ସ୍ମୃତି କମିଟି କୁ ହସ୍ତାନ୍ତର କରା ଯାଇଥିଲା।ସହିଦ ସ୍ମୃତି କମିଟି ମାଥିଲି ପକ୍ଷରୁ ସେମାନଙ୍କୁ ସମ୍ମାନିତ କରା ଯାଇ ସ୍ୱାଗତ କରା ଯାଇଥିଲା । ଓଡିଶା ଗାନ୍ଧି ଫୋରମ ପକ୍ଷରୁ ମାଥିଲି ଗୁଳି କାଣ୍ଡରେ ସହିଦ ହୋଇଥିବା ପରିବାର ଓ ତାଙ୍କ ଦାୟାଦଙ୍କୁ ସମ୍ମାନୀତ କରାଯିବା ସହିତ ମାନପତ୍ର ପ୍ରଦାନ କରା ଯାଇଥିଲା।

ଏହି ଶୋଭାଯାତ୍ରା ଓ ଶଦ୍ଧାଞ୍ଜଳି ସଭା ରେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ସି ପି ଆଇ ନେତା ହଳଧର ପୂଜାରୀ, ବ୍ଲକ୍ ଅଧ୍ୟକ୍ଷ ମହେଶ କୁମାର ବାକା, ପୂର୍ବତନ ବିଧାୟକ ଡମ୍ବୁରୁ ସୀସା, ପୂର୍ବତନ ବିଧାୟକ ପୁର୍ଣ୍ଣଚନ୍ଦ୍ର ବାକା, ବିଡିଓ ପ୍ରମୋଦ କୁମାର ବେହେରା, ଥାନା ଅଧିକାରୀଣୀ ଦିପାଞ୍ଜଳି ପ୍ରଧାନ, ଏବିଡିଓ ସୁରଜ କୁମାର ପ୍ରଧାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ମୂଖ୍ୟ ଉପଦେଷ୍ଟା ସ୍ମୃତି ରଞ୍ଜନ, ସରପଞ୍ଚ କାନମ ରାଜୁ ନାୟକ, ମହିଳା ସଭାନେତ୍ରୀ ଲକ୍ଷ୍ମୀପ୍ରିୟା ନାୟକ,ସମିତି ସଭ୍ୟ ତଥା ସହିଦ୍ ସ୍ମୃତି କମିଟିର ସଭାପତି ବାଲରାଜୁ କୋପେ , ସାଧାରଣ ସମ୍ପାଦକ କୁନାଲ ମିଶ୍ର, କୋଷାଧ୍ୟକ୍ଷ ବିକ୍ରମ କେଶରୀ ପାତ୍ର, ସଦସ୍ୟ ଅବଦୁଲ ଆଜିଜ୍,ଆଦିବାସୀ ମହାସଂଘ ସଭାପତି ବନ୍ଧୁ ମୁଦୁଲି, ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝୀ ,ବିଜେଡି ବ୍ଲକ ସଭାପତି ସଦାଶିବ ପୂଜାରୀ ,ସାଂସଦ ପ୍ରତିନିଧି ବନମାଳୀ ବରଜା ସହିତ ବିଭିନ୍ନ ଗ୍ରାମର ସହିଦ ପରିବାରମାନେ ଯୋଗଦେଇଥିଲେ।

କାର୍ଯ୍ୟକ୍ରମରେ ଅତିଥିମାନେ ସଂଗ୍ରାମୀଙ୍କ ବଳିଦାନ ଉପରେ ଆଲୋଚନା କରି କହିଥିଲେ ଯେ, ସେମାନଙ୍କର ସାହସ ଓ ତ୍ୟାଗ ଚିରସ୍ମରଣୀୟ ରହିବ।ଏହି କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ, ସାମାଜିକ କର୍ମୀ, ଓ ବିଦ୍ୟାଳୟ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।
ଇତିହାସ ଅନୁଯାୟୀ, ୧୯୪୨ ଅଗଷ୍ଟ ୨୧ ତାରିଖରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ଡାକରାରେ ସଂଗ୍ରାମୀମାନେ ମାଥିଲି ଥାନାରେ ପତାକା ଉତ୍ତୋଳନ କରୁଥିବାବେଳେ ଇଂରେଜ ଗୁଳି ଚାଳନା କରିଥିଲେ। ଏହି ଗୁଳିକାଣ୍ଡରେ ବହୁ ସଂଗ୍ରାମୀ ସ୍ଥଳୀରେ ଟଳି ପଡ଼ିଥିଲେ ଓ ଦେଶ ସ୍ୱାଧୀନତା ପାଇଁ ନିଜ ଜୀବନ ବଳିଦାନ କରିଥିଲେ।