ପ୍ରମୂଖ ଖବର
  • ଇସ୍କନ ଅଦିନିଆ ରଥଯାତ୍ରାକୁ ନେଇ ଇସ୍କନ ଗଭର୍ଣ୍ଣିଂ ବଡି ଅଧ୍ୟକ୍ଷଙ୍କୁ ଚିଠି ଲେଖିଲେ ଗଜପତି ମହାରାଜା
  • ||
  • କୋରାପୁଟ : ଜଲାପୁଟ ଜଳଭଣ୍ଡାରକୁ ଡେଇଁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା
  • ||
  • ଅଣାୟତ୍ତ ଡାଇରିଆ ସ୍ଥିତି; ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଗୃହ ଏବଂ ନଗର ଉନ୍ନୟନ ବିଭାଗର ଆଲର୍ଟ
  • ||
  • ରଥଯାତ୍ରାକୁ ନେଇ କଠୋର ହେଲେ ସରକାର, ରଥ ଉପରକୁ ଅଣସେବାୟତ ଚଢିଲେ ହେବେ ଗିରଫ
  • ||
  • ସୁନ୍ଦରଗଡ଼ରେ ଲୁଟେରାଙ୍କ ଆତଙ୍କରାଜ, ବନ୍ଧୁକ ଦେଖାଇ ନେଇଗଲେ ଅଳଙ୍କାର ଓ ନଗଦ ଟଙ୍କା
  • ||
  • ଅଣସର ଦର୍ଶନର ଚତୁର୍ଥ ଦିନ, ରଜ ସଂକ୍ରାନ୍ତି ପାଇଁ ଅଲାରନାଥ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
  • ||
  • ଇସ୍ରାଏଲ-ଇରାନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି, ତେହେରାନରେ ପ୍ରତିରକ୍ଷା ମନ୍ତ୍ରଣାଳୟ କୋଠା ଓ ପରମାଣୁ ମୁଖ୍ୟାଳୟ ଧ୍ୱଂସ
  • ||
  • କେଦାରନାଥ ନିକଟରେ ହେଲିକପ୍ଟର୍ ଦୁର୍ଘଟଣା, ୬ ମୃତ
  • ||
  • ନାଇଜେରିଆରେ ଗୁଳିମାଡ କଲେ ବନ୍ଧୁକଧାରୀ, ୧୦୦ ଜଣଙ୍କର ମୃତ୍ୟୁ
  • ||
  • ଆଗେଇବ ମୌସୁମୀ ବାୟୁ, ୨୦ ଲଘୁଚାପରେ ଆଗକୁ ହେବ ଅଗ୍ରସର: ଆଜି ଦକ୍ଷିଣ ଓଡ଼ିଶାର ୪ ଜିଲ୍ଲାକୁ ଆଲର୍ଟ
  • ||

ଚିକିଟିରେ ତ୍ରିରଙ୍ଗା ଶୋଭାଯାତ୍ରା, ପତ୍ନୀଙ୍କୁ ବାଇକରେ ବସାଇ ରାଲି କଲେ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା

Published By : Rasmita Pradhan | May 17, 2025 1:02 PM

ପାତ୍ରପୁର, ୧୭/୦୫ : ଯବାନଙ୍କ ମନୋବଳ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ସହ ଜିଲ୍ଲା ଓ ବ୍ଲକ ସଦର ମହକୁମାରେ ତ୍ରିରଙ୍ଗା ବାଇକ୍ ଶୋଭାଯାତ୍ରା ଅନୁଷ୍ଠିତ ହେଉଛି। ଏହି କ୍ରମରେ ଶନିବାର ଗଞ୍ଜାମ ଜିଲ୍ଲା ଚିକିଟି ନିର୍ବାଚନମଣ୍ଡଳୀ ରାଷ୍ଟ୍ରୀୟ ସୁରକ୍ଷା ନାଗରିକ ସମାଜ ତରଫରୁ ସ୍ୱତନ୍ତ୍ର ଭାବେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଚିକିଟି ବ୍ଲକ କରବାଲୁଆ ଠାରୁ ଆରମ୍ଭ ହୋଇ ଏହି ଶୋଭାଯାତ୍ରା ଚିକିଟିପେଣ୍ଠ, ଚିକିଟି ଗଡ଼, ଧାନଘର, ମହିସାନପୁର, କେଲୁଆ ଦେଇ ପାତ୍ରପୁର ଠାରେ ଶେଷ ହୋଇଥିଲା। 

ଏହି ଶୋଭାଯାତ୍ରାରେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାଙ୍କ ସହ ତାଙ୍କ ପତ୍ନୀ ମୀନା ଦ୍ୟାନ ସାମନ୍ତରା ଯୋଗ ଦେଇଥିଲେ। ଚିକିଟି ବିଧାୟକ ତାଙ୍କ ପତ୍ନୀଙ୍କୁ ବାଇକ୍ ପଛରେ ବସାଇ ସମର୍ଥକଙ୍କ ଗହଣରେ ତ୍ରିରଙ୍ଗା ଶୋଭାଯାତ୍ରାରେ ବୁଲିଥିଲେ। ଭାରତ ମାତା କି ଜୟ ଓ ବନ୍ଦେ ମାତରଂ ଧ୍ୱନିରେ ଚିକିଟି ନିର୍ବାଚନ ମଣ୍ଡଳୀ କମ୍ପି ଉଠିଥିଲା। କେ.ନୂଆଗାଁ ଥାନା ଆଇଆଇସି କିଶୋର ସାସମଲ ଓ ଜରଡ଼ା ଥାନା ଆଇଆଇସି ଟୁନା ସାସମଲ ଉଭୟେ ନିଜ ପୋଲିସ ଟିମ୍ ସହ ଉପସ୍ଥିତ ରହି ଉଭୟ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥା ବୁଝିଥିଲେ।




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.