ଜୟପୁର,୨।୧ : ମୁରାନ ଜଳଭଣ୍ଡାରରେ ଫସିଲା ପର୍ଯ୍ୟଟକଙ୍କ ବୋଟ୍। ଅଳ୍ପକେ ବର୍ତ୍ତିଲେ ୧୮ ପର୍ଯ୍ୟଟକ । ପର୍ଯ୍ୟଟକଙ୍କୁ ଧରି ଯାଇଥିବା ବୋଟ୍ ହଠାତ ଖରାପ ହେବା ପରେ ଏପରି ପରିସ୍ଥିତି ଦେଖା ଦେଇଥିଲା । ମରାମତି ପରେ ପର୍ଯ୍ୟଟକ ସୁରକ୍ଷିତ ଭାବେ ଫେରି ଆସିଥିଲେ ।
ନୂଆ ବର୍ଷ ଉପଲକ୍ଷେ ପର୍ଯ୍ୟଟକ ବୋରିଗୁମ୍ମା ବ୍ଳକର ଦଣ୍ଡାବାଡ ଇକୋପାର୍କ ବୁଲିବାକୁ ଯାଇଥିଲେ। ହଠାତ ମୁରାନ ଜଳଭଣ୍ଡାରରେ ବୋଟ୍ ଖରାପ ହୋଇଯାଇଥିଲା। ବୋଟ୍ ମରାମତି କରାଯିବା ପରେ ପର୍ଯ୍ୟଟକ ଫେରିଥିଲେ। ବୁଧବାର ଏହି ଘଟଣା ଘଟିଥିବା ବେଳେ ପର୍ଯ୍ୟଟକ ଫେରି ଆସିବା ପରେ ଏହି ଘଟଣା ସାମ୍ନାକୁ ଆସିଛି ।
ଏଠାରେ ପର୍ଯ୍ୟଟକଙ୍କ ପାଇଁ ୨ଟି ବୋଟ ରହିଛି। ଜଣଙ୍କ ପିଛା ୧୨୦ ଟଙ୍କା ଲେଖାଏଁ ଆଦାୟ କରାଯାଉଛି । କିନ୍ତୁ ବୋଟର ନିୟମିତ ମରାମତି ହେଉନଥିବା ଅଭିଯୋଗ ହେଉଛି।