ଲହୁଣିପଡା଼,୨୯/୦୪: ରାଉରକେଲାରୁ ଯାଜପୁର ଟାଉନକୁ ଯାଉଥିବା ଯାତ୍ରୀବାହୀ ବସ୍ ୧୪୩ ନଂ. ଜାତୀୟ ରାଜପଥର ଚାନ୍ଦିପୋଷ ଥାନା ଅନ୍ତର୍ଗତ ମୂଷାବିରା ନିକଟରେ ଏକ ଟ୍ରେଲରକୁ ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ।
ସୂଚନା ମୁତାବକ, ରାଉରକେଲାର ସେକ୍ଟର-୨ ବିଜୁ ପଟ୍ଟନାୟକ ଛକରୁ ପ୍ରମିଳା ନାମକ ଯାତ୍ରୀବାହୀ ବସ୍ (ଓଡି୩୫ଏ ୨୧୬୯) ମଙ୍ଗଳବାର ସନ୍ଧ୍ୟା ୬.୪୦ରେ ଯାତ୍ରୀଙ୍କୁ ନେଇ ଯାଜପୁର ଅଭିମୁଖେ ବାହାରିଥିଲା । ୧୪୩ ନଂ. ଜାତୀୟ ରାଜପଥର ରଙ୍ଗ୍ ସାଇଡ୍ରେ ବସ୍ ଯାଉଥିବା ବେଳେ ମୂଷାବିରା ନିକଟରେ ସାମ୍ନାରୁ ଆସୁଥିବା ଏକ ଟ୍ରେଲର (ଓଡି୧୪ଏବି ୮୨୨୬)କୁ ବସ୍ ଧକ୍କା ଦେଇଥିଲା । ଦୁର୍ଘଟଣାରେ ବସ୍ ଚାଳକ କ୍ୟାବିନ୍ ଭିତରେ ଚାପି ହୋଇ ରହିଥିବା ବେଳେ ଦୁଇ ଜଣଙ୍କ ମୃତ୍ୟୁଘଟିଛି । ପରେ ଟ୍ରେଲର ଚାଳକଙ୍କ ମୃତ୍ୟୁ ହୋଇଛି । ତେବେ ମୃତକଙ୍କ ପରିଚୟ ମିଳି ପାରିନାହିଁ । ଚାନ୍ଦିପୋଷ ଓ ଲହୁଣିପଡ଼ା ପୁଲିସ୍ ଆହତ ଯାତ୍ରୀମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଆରଜିଏଚ୍କୁ ପଠାଇଛନ୍ତି । ଚାପି ହୋଇ ରହିଥିବା ଚାଳକଙ୍କୁ ଉଦ୍ଧାର କରିବା ଲାଗି ଅଗ୍ନିଶମ କର୍ମଚାରୀ ଲାଗି ପଡ଼ିଛନ୍ତି । ରିପୋର୍ଟ ଲେଖା ହେବା ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଅଧିକ ପଢ଼ନ୍ତୁ :- ତାତିରେ ଲାଗିବ ବ୍ରେକ୍: କାଳବୈଶାଖୀ ପ୍ରଭାବରୁ ୨ରୁ ୩ ଡିଗ୍ରୀ ଯାଏ ଖସିପାରେ ପାରଦ, ଆଜି ୪ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ