ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଓଲଟିଲା ମଦ ବୋଝେଇ ଟ୍ରକ୍ : ହେଲପର୍ ମୃତ, ଡ୍ରାଇଭର ଆହତ

Published By : Rasmita Pradhan | February 18, 2025 8:22 AM

ଭୁବନେଶ୍ଵର, ୧୮/୦୨ : ପାରାଦ୍ଵୀପ ଆସୁଥିବା ବେଳେ ଓଲଟିଲା ମଦ ବୋଝେଇ ଟ୍ରକ୍ । ହେଲପର ମୃତ, ଡ୍ରାଇଭର ଆହତ। ଦୀର୍ଘ ସମୟ ଧରି ଗାଡ଼ି ତଳେ ଚାପି ହୋଇ ଚାଲିଗଲା ହେଲପରଙ୍କ ଜୀବନ। କୁଜଙ୍ଗ ବଜାର ନିକଟରେ ଘଟିଛି ଏଭଳି ମର୍ମନ୍ତୁଦ ଦୁର୍ଘଟଣା। ଘଟଣାସ୍ଥଳରେ କୁଜଙ୍ଗ ପୋଲିସ ହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। 

ସୂଚନା ଅନୁଯାୟୀ, ସୋମବାର ରାତିରେ ଏକ ମଦ ବୋଝେଇ ଟ୍ରକ୍ ପାରାଦ୍ଵୀପ ଆସୁଥିଲା। କୁଜଙ୍ଗ ବଜାର ଠାରୁ କିଛି ଦୂରରେ ଉକ୍ତ ଗାଡିକୁ ଏକ ହାଇଓ୍ବା ଗାଡ଼ି ଧକ୍କା ଦେଇ ଫେରାର ହେଇଯାଇଥିଲା। ଫଳରେ ମଦ‌ ବୋଝେଇ ଟ୍ରକ୍‌ଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା। ବାମପଟେ ବସିଥିବା ଟ୍ରକ୍‌ର ହେଲପର୍ ଗାଡ଼ି ତଳେ ଚାପି ହୋଇଯାଇଥିଲେ। ଖବର ପାଇ କୁଜଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭର୍ ଆହତ ହୋଇଛନ୍ତି। 

ଏହି ଖବରଟିକୁ ପଢନ୍ତୁ-ଆଇଗିଣିଆ ବ୍ରିଜ ଉପରେ ଦୁର୍ଘଟଣା : ବୋଲେରୋ- ବିଏମସି ସଫେଇ ଗାଡି ମଧ୍ୟରେ ଧକ୍କା


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.