ପ୍ରମୂଖ ଖବର
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

କେମିକାଲ୍ ବୋଝେଇ ଟ୍ୟାଙ୍କର ସହ ଟ୍ରକ୍ ମୁହାଁମୁହିଁ ଧକ୍କା, ୩ ଗୁରୁତର

Published By : Rasmita Pradhan | May 2, 2025 1:27 PM

ଭୁବନେଶ୍ଵର, ୦୨/୦୫ : କେମିକାଲ୍ ବୋଝେଇ ଟ୍ୟାଙ୍କର ସହ ଟ୍ରକ୍ ମୁହାଁମୁହିଁ ଧକ୍କା। ୩ ଗୁରୁତର। କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଡାବରଚୁଆ ନିକଟରେ ଏହି ଦୁର୍ଘଟଣା ଘଟିଛି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ସୂଚନାନୁଯାୟୀ, ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥର ଡାବରଚୁଆ ନିକଟରେ ଏକ କେମିକାଲ ବୋଝେଇ ଟ୍ୟାଙ୍କର ସହ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଗାଡି ଭିତରେ ଦୁଇ ଗାଡି ଡ୍ରାଇଭର୍ ଚାପି ହୋଇ ରହିଥିଲେ। ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଗୁରୁତରମାନେ ହେଲେ ଟ୍ୟାଙ୍କର ଡ୍ରାଇଭର ଶିବୁ ଦାସ ଏବଂ ଟ୍ରକ ଡ୍ରାଇଭର ବଳରାମ ମୁଣ୍ଡା। ଅନ୍ୟ ଜଣେ ଗୁରୁତରଙ୍କ ପରିଚୟ ମିଳିପାରି ନାହିଁ। ଦୁର୍ଘଟଣା ପରେ କେମିକାଲ ବୋଝେଇ ଟ୍ୟାଙ୍କରଟି ରାସ୍ତା କଡ଼କୁ ଓଲଟି ପଡିଛି। ଟ୍ୟାଙ୍କରଟି କେନ୍ଦୁଝର ପଟରୁ ରଙ୍ଗ୍ ରୁଟ୍‌ରେ ଆସି ଟ୍ରକକୁ ଧକ୍କା ଦେଇଛି।

ଏହି ଖବରଟିକୁ ପଢନ୍ତୁ-ଗଛରେ ପିଟି ହୋଇ ବାପ-ଝିଅ ମୃତ, ପୁଅ ଗୁରୁତର

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.