ପ୍ରମୂଖ ଖବର
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଟ୍ରକ-କଣ୍ଟେନର ମୁହାଁମୁହିଁ ଧକ୍କା; ଦୁଇ ଚାଳକ ଜୀବନ୍ତ ଦଗ୍ଧ, ଜଣେ ଗୁରୁତର

Published By : Harapriya Sethi | October 7, 2024 12:13 PM

କୁଚିଣ୍ଡା,୦୭/୧୦: ଲୁହା ପଥର ବୋଝେଇ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହେଲା କପଡା ନେଇ ଯାଉଥିବା କଣ୍ଟେନର । ରବିବାର ସନ୍ଧ୍ୟା ୬ଟା୩୦ ମିନିଟରେ ହୋଇଥିବା ଏହ ଦୁର୍ଘଟଣାରେ ଦୁଇ ଗାଡି ଜଳି ଯାଇଥିବାବେଳେ ଦୁଇ ଚାଳକ ଜୀବନ୍ତ ଦଗ୍ଧ ହୋଇଛନ୍ତି । କଣ୍ଟେନର ଚାଳକ ବିହାର ଅଞ୍ଚଳର ସାଉଦା ଆଲାମ ହୋଇଥିବା ବେଳେ ଟ୍ରକ ଚାଳକଙ୍କ ପରିଚୟ ଜଣାପଡି ନାହିଁ। ଏହି ଦୁର୍ଘଟଣାରେ ଜଣେ ଖଲାସୀ ଗୁରୁତର ହୋଇଛନ୍ତି । ସମ୍ୱଲପୁର ଜିଲ୍ଲା ଜମନକିରା ଥାନା ୫୩ ନମ୍ବର ଜାତୀୟ ରାଜପଥରର କଦଳୀପାଳ ନିକଟରେ ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ।

ସୂଚନା ମୁତାବକ, ରବିବାର ସନ୍ଧ୍ୟା ୬ଟା୩୦ ମିନିଟରେ ସୁରଟରୁ କଲିକତା କପଡା ନେଇ ଯାଉଥିବା କଣ୍ଟେନର ସହ କେନ୍ଦୁଝରରୁ ଝାରସୁଗୁଡା ଯାଉଥିବା ଲୁହା ପଥର ବୋଝେଇ ଟ୍ରକର ମୁହାଁମୁହିଁ ଧକ୍କା ହୋଇଥିଲା । ଧକ୍କା ପରେ ଉଭୟ ଗାଡ଼ିରେ ନିଆଁ ଲାଗି ଯାଇଥିଲା । ଫଳରେ ଉଭୟ ଗାଡିର ଚାଳକ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ ଏବଂ ଜଣେ ଖଲାସୀ ଗୁରୁତର ହୋଇଥିଲେ । ଏହା ଦେଖି  ସ୍ଥାନୀୟଲୋକେ ତୁରନ୍ତ ପୋଲିସ ଏବଂ ଅଗ୍ନିଶନ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଜମନକିରା ପୋଲିସ ପହଞ୍ଚି ଗୁରୁତରଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଇଛି । ଏହି ଦୁର୍ଘଟଣାରେ କଣ୍ଟେନରରେ ନିଆଁ ଲାଗି ଯାଇଥିଲା । ଏଥିରେ ଉଭୟ ଗାଡ଼ିର ଚାଳକ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । କଣ୍ଟେନରରେ ବୋଝେଇ ହୋଇଥିବା କପଡାରେ ନିଆଁ ଲାଗି ଯାଇଥିବାରୁ ବର୍ତ୍ତମାନ ପର୍ଯ୍ୟନ୍ତ ନିଆଁ ଲିଭା କାର୍ଯ୍ୟ ଜାରି ରଖିଛି ଅଗ୍ନିଶମ ବାହିନୀ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.