ପ୍ରମୂଖ ଖବର
  • କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଧୀନ ଚଉଦକୁଲାଟ ପାଳରେ ଜନୈକ ନାବାଳକର ମୃତଦେହ ଉଦ୍ଧାର
  • ||
  • ମୋହନା ଥାନା ମଲ୍ଲିପଦର ଗାଁର ବ୍ରହ୍ମଣ ସିଂ ହତ୍ୟା ଘଟଣାରେ ୧୪ବର୍ଷ ପରେ ତୃତୀୟ ଅଭିଯୁକ୍ତ ଗିରଫ
  • ||
  • ବାଲେଶ୍ୱର : ଗେମ୍‌ ଖେଳିବାକୁ ବାରଣ କଲେ ମାଆ; ଗଛରେ ରଶି ଲଗାଇ ଝୁଲିପଡ଼ିଲେ ଯୁବକ
  • ||
  • ବାଙ୍ଗିରିପୋଷି : ଦ୍ୱାରଶୁଣି ଘାଟିରେ ୫୦ ଫୁଟ ଖାଲକୁ ଖସିଲା ଟ୍ରକ୍, ଚାଳକ ମୃତ
  • ||
  • ଗ୍ରୀସ୍‌ରେ ପୁଣି ଶକ୍ତିଶାଳୀ ଭୂକମ୍ପ ଝଟକା ; ତୀବ୍ରତା ୬.୧ ରେକର୍ଡ, ସୁନାମି ଆଲର୍ଟ ଜାରି
  • ||
  • ୫୦୦୦ ଲାଞ୍ଚ ନେଇ ଧରାପଡ଼ିଲେ ତିଗିରିଆ ଥାନା ASI, ଏକକାଳୀନ ୩ ଟି ସ୍ଥାନରେ ଚଢାଉ
  • ||
  • ୱାଶିଂଟନ ଡିସିରେ ୨ ଇସ୍ରାଏଲ ଦୂତାବାସ ଅଧିକାରୀଙ୍କୁ ଗୁଳି କରି ହତ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ବ୍ରାଉନ ସୁଗର ବେପାରୀ ଗିରଫ; ୩୫ ଲକ୍ଷ ଟଙ୍କାର ଧଳାଜହର ଜବତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ ପାଇଁ ପ୍ରସ୍ତୁତ ଟାଇଟନ୍ସ, ଲକ୍ଷ୍ୟ ଶ୍ରେଷ୍ଠ ୨ରେ ସ୍ଥାନ
  • ||
  • ରାଜଗାଙ୍ଗପୁର : ଅବକାରୀ ବିଭାଗ ଚଢଉ ବେଳେ ଭାଟି କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ, ୫ ଆହତ
  • ||
  • ରାହାଡ଼ପୁର ପାହାଡ଼ରୁ ଖସିଲା କମ୍ପ୍ରେସର: ଜଣେ ମୃତ, ଜଣେ ଆହତ
  • ||
  • ସୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ; ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ଓଡ଼ିଶାକୁ ଫେରିଲା କରୋନା: ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ
  • ||
  • ଯାଜପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୪ ପ୍ରକଳ୍ପର ଉଦ୍‌ଘାଟନ ସହ ୧୨ ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • କଟକ : ଗୋଡିସାହି ପୁରୀ ମେନ୍ କେନାଲ ବନ୍ଧ ରାସ୍ତାରେ ଦୁର୍ଘଟଣା, ହାଇୱା ଧକ୍କାରେ ୨ ମୃତ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି, ଆଜି ୧୧ ଜିଲ୍ଲାକୁ ଆଲର୍ଟ ଜାରି: ୨୩ରୁ କାଳବୈଶାଖୀ ଆଶଙ୍କା
  • ||

ଟ୍ରକ୍ ଡିଜେଲ ଟାଙ୍କି ଫାଟି ୩ ଦୋକାନ ଭସ୍ମୀଭୂତ

Published By : Prameya | May 20, 2025 9:03 PM

ପାଳଲହଡ଼ା, ୨୦/୫ : ପାଳଲହଡ଼ା ଥାନା ଫପଣ୍ଡ ନିକଟସ୍ଥ ୪୯ନମ୍ବର ଜାତୀୟ ରାଜପଥ ପପୁ ଢାବାଠାରେ ମଙ୍ଗଳବାର ଅପରାହ୍ନ ୬ଟା ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ଢାବାରେ ଏକ ଦଶ ଚକିଆ ଟ୍ରକର ଡିଜେଲ ଟାଙ୍କି ଫାଟିଯାଇଥିଲା । ଫଳରେ ନିଆଁ ଛିଟିକି ଢାବା ନିକଟରେ ଥିବା ୩ଟି ଦୋକାନ ଜଳି ଯାଇଛି । 

ସୂଚନା ଅନୁସାରେ, ମଙ୍ଗଳବାର ଅପରାହ୍ନ ସମୟରେ ହଠାତ୍ ପପୁ ଢାବାଠାରେ ଥିବା ଦଶ ଚକିଆ ଟ୍ରକର ଡିଜେଲ ଟାଙ୍କି ଫାଟିଯାଇଥିଲା । ଏହି ଅଗ୍ନିକାଣ୍ଡ ଏତେମାତ୍ରାରେ ଥିଲା ଯେ ଏଥିରୁ ନିଆଁ ଛିଟିକି ଢାବା ନିକଟରେ ଥିବା ୩ଟି ଦୋକାନ ଜଳି ଯାଇଛି । ମୋଟର ପାର୍ଟ ଦୋକାନ ଦେଇଥିବା ବିହାର ଅଞ୍ଚଳର ଏମଡି ଏହେସନଙ୍କ ଦୁଇଟି ଦୋକାନ ଓ ମଣ୍ଡାଶିଳା ଗ୍ରାମର ଭେରାଇଟି ଷ୍ଟୋର ଦୋକାନ କରିଥିବା ବିନୋଦ ବିହାରୀ ଧଳଙ୍କ ସମୁଦାୟ ତିନୋଟି ଦୋକାନ ସଂପୂର୍ଣ୍ଣ ଜଳିଯାଇଛି । ଏଥିରେ ଲକ୍ଷାଧିକ ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି । ଟ୍ରକ୍ ଓ ଦୋକାନ ଘର ତିନୋଟିରେ ନିଆଁ ଲାଗିବାରୁ ଢାବା ମାଲିକ ତୁରନ୍ତ ପାଳଲହଡ଼ା ଅଗ୍ନିଶମ ବାହିନୀକୁ ଜଣାଇଥିଲେ । ଖବରପାଇ ଅଗ୍ନିଶମ ବାହିନୀ ଓ ପାଳଲହଡ଼ା ଏସଡିପିଓ କୈଳାଶ ଚନ୍ଦ୍ର ସେଠୀ ଘଟଣାସ୍ଥଳରେ ପହଞ୍ଚିଥିଲେ।  

ଅଗ୍ନିଶମ ବାହିନୀ ଟ୍ରକ ଓ ଦୋକାନ ଗୃହରେ ଲାଗିଥିବା ନିଆଁକୁ ଆୟତ୍ତ କରିଥିଲେ। ଟ୍ରକରେ ଲାଗିଥିବା ନିଆଁ ଆୟତ୍ତ ହୋଇଥିବାବେଳେ ୩ଟି ଦୋକାନ ଘର ସମ୍ପୂର୍ଣ୍ଣ ଜଳି ଯାଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.