ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଜାତୀୟ ରାଜପଥରୁ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ : ଟ୍ରକ ଡ୍ରାଇଭର, ହେଲପର ଗିରଫ

Published By : Suraj Kumar | October 10, 2024 8:57 PM

ବ୍ରହ୍ମପୁର,୧୦।୧୦ : ୧୬  ନଂ ଜାତୀୟ ରାଜପଥ  ଭାଲିଆଗଡ଼ ନିକଟରେ ଗତ ୧ ତାରିଖରେ   କୁନା ସ୍ୱାଇଁଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ଟ୍ରକ ଡ୍ରାଇଭର ଓ ହେଲପରକୁ ପୋଲିସ ଗିରଫ କରିଛି। ଟଙ୍କା  ଚୋରି ସନ୍ଦେହରେ କୁନାଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି।

ସୋରଡ଼ା ଥାନା ଅମୃତୁଲୁ ଗାଁର କୁନା ସ୍ୱାଇଁଙ୍କୁ ହତ୍ୟା କରି ଜାତୀୟ ରାଜପଥରେ ମୃତଦେହ  ପକାଯାଇଥିଲା। ଗତ ୧ ତାରିଖରେ କୁନାଙ୍କ ମୃତଦେହ ପୋଲିସ ଉଦ୍ଧାର କରିବା ସହ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ କରିଥିଲା।  ଟ୍ରକ ଡ୍ରାଇଭର ଓ ହେଲପର ହତ୍ୟା କରିଥିବା ପୁଲିସର ତଦନ୍ତରୁ ଜଣା ପଡିଥିଲ। ପରେ ଘଟଣାରେ ସମ୍ପୃକ୍ତ ଟ୍ରକର ଗାଡି ଚାଳକ ଓ ହେଲପରକୁ ଗୋଳନ୍ଥରା ପୁଲିସ ଗିରଫ କରିଥିଲା। ପଚରାଉଚରା ବେଳେ ୧୦ ହଜାର ଟଙ୍କା ଚୋରି କରିଥିବା ନେଇ ସନ୍ଦେହ କରି କୁନାଙ୍କ ହାତକୁ ବାନ୍ଧି ପିଟିପିଟି ମାରି ଦେଇଥିବା ପୁଲିସର ତଦନ୍ତରୁ ଜଣା ପଡିଛି। ଟ୍ରକ, ହତ୍ୟାକାଣ୍ଡରେ ସମ୍ପୃକ୍ତ ସରଞ୍ଜାମ, ତିନୋଟି ମୋବାଇଲ ଫୋନ ପୋଲିସ ଜବତ କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.