ପ୍ରମୂଖ ଖବର
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ଯାତ୍ରୀବାହୀ ବସ୍‌କୁ ପଛରୁ ପିଟିଲା ଟ୍ରକ୍‌, ଜଣେ ଆହତ

Published By : Harapriya Sethi | April 19, 2025 8:25 AM

ଭୁବନେଶ୍ୱର, ୧୯/୦୪: ବୁର୍ଲା ଗୋଳଗୁଣ୍ଡା ଓଭର୍ବ୍ରିଜ ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍‌ । ପଛରୁ ଟ୍ରକ୍ ଧକ୍କା ଦେବାରୁ ଓଲଟି ପଡ଼ିଲା ଦକ୍ଷିଣକାଳି ବସ୍‌ । ଏହି ଦୁର୍ଘଟଣାରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବାବେଳେ କେବଳ କଣ୍ଡକ୍ଟର ପବିତ୍ର କୁମାର ପ୍ରଧାନ ଆହତ ହୋଇଛନ୍ତି । 

ସୂଚନା ମୁତାବକ, ଯାତ୍ରୀବାହୀ ବସ୍ ଦକ୍ଷିଣକାଳି ଫୁଲବାଣୀ ଆସି ବୁର୍ଲା ଦେଇ ରେଢାଖୋଲ ଏବଂ ପରେ ଫୁଲବାଣୀ ଦେଇ ପ୍ରତ୍ୟାବର୍ତ୍ତନ କରେ । ଶନିବାର ବୁର୍ଲା ଗୋଳଗୁଣ୍ଡା ଓଭର୍ବ୍ରିଜ ନିକଟରେ ଏହି ଘଟଣା ଘଟିଛି । ଶନିବାର ଭୋର ସମୟରେ ଏକ ଟ୍ରକ୍‌ ଆସି ଉକ୍ତ ବସ୍‌ଟିକୁ ପଛରୁ ଧକ୍କା ଦୋଇଥିଲା । ଫଳରେ ବସ୍‌ଟି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ସୌଭାଗ୍ୟବଶତଃ ବସ୍‌ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । କେବଳ କଣ୍ଡକ୍ଟର୍ ଆହତ ହୋଇଛନ୍ତି । ଏହି ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.