ଭୁବନେଶ୍ୱର, ୧୯/୦୪: ବୁର୍ଲା ଗୋଳଗୁଣ୍ଡା ଓଭର୍ବ୍ରିଜ ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍‌ । ପଛରୁ ଟ୍ରକ୍ ଧକ୍କା ଦେବାରୁ ଓଲଟି ପଡ଼ିଲା ଦକ୍ଷିଣକାଳି ବସ୍‌ । ଏହି ଦୁର୍ଘଟଣାରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବାବେଳେ କେବଳ କଣ୍ଡକ୍ଟର ପବିତ୍ର କୁମାର ପ୍ରଧାନ ଆହତ ହୋଇଛନ୍ତି । 

ସୂଚନା ମୁତାବକ, ଯାତ୍ରୀବାହୀ ବସ୍ ଦକ୍ଷିଣକାଳି ଫୁଲବାଣୀ ଆସି ବୁର୍ଲା ଦେଇ ରେଢାଖୋଲ ଏବଂ ପରେ ଫୁଲବାଣୀ ଦେଇ ପ୍ରତ୍ୟାବର୍ତ୍ତନ କରେ । ଶନିବାର ବୁର୍ଲା ଗୋଳଗୁଣ୍ଡା ଓଭର୍ବ୍ରିଜ ନିକଟରେ ଏହି ଘଟଣା ଘଟିଛି । ଶନିବାର ଭୋର ସମୟରେ ଏକ ଟ୍ରକ୍‌ ଆସି ଉକ୍ତ ବସ୍‌ଟିକୁ ପଛରୁ ଧକ୍କା ଦୋଇଥିଲା । ଫଳରେ ବସ୍‌ଟି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ସୌଭାଗ୍ୟବଶତଃ ବସ୍‌ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । କେବଳ କଣ୍ଡକ୍ଟର୍ ଆହତ ହୋଇଛନ୍ତି । ଏହି ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।