ପ୍ରମୂଖ ଖବର
  • ଗୋପାଳପୁର ଗଣଦୁର୍ଷମ ଘଟଣା : ସିଆଇଡି କ୍ରାଇମବ୍ରାଞ୍ଚକୁ ତଦନ୍ତ ହସ୍ତାନ୍ତର
  • ||
  • ଭୁବନେଶ୍ବରରେ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ , ମଦ ଦୋକାନ ସିଲ୍ କଲା ଅବକାରୀ ବିଭାଗ
  • ||
  • ଖଲ୍ଲିକୋଟ : ଛେଳି ପଲ ଉପରେ ମାଡିଗଲା ଟ୍ରକ, ୭୦ ଛେଳି ମୃତ
  • ||
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

ଗଛରେ ପିଟିଲା ଟ୍ରକ ; ଡ୍ରାଇଭର ମୃତ, ହେଲପର ଗୁରୁତର

Published By : Gurupada Nath | May 11, 2025 4:48 PM

ଖମାର,୧୧/୫ : ପାଳଲହଡ଼ା ବ୍ଲକ ଖମାର ଥାନା ବିରାଳମୁଣ୍ଡା ଗ୍ରାମ ବୁଲାଣି ନିକଟ ରାସ୍ତା କଡ଼ରେ ଥିବା ଶାଳ ଗଛରେ ଏକ ଟ୍ରକ ଭାରସାମ୍ୟ ହରାଇ ପିଟି ହୋଇଯାଇଛି । ଫଳରେ ଘଟଣାସ୍ଥଳରେ ଗାଡ଼ି ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଗାଡ଼ିରେ ଥିବା ହେଲ୍ପର ଗୁରୁତର ହୋଇଥିବା ଖମାର ପୋଲିସ ପକ୍ଷରୁ ସୂଚନା ମିଳିଛି।

ପ୍ରକାଶ ଯେ, ପାଳଲହଡ଼ା ବ୍ଲକ ଝାରବେଡା ପଞ୍ଚାୟତ ରାଇପାଳ ଗ୍ରାମର ଗିରିଧାରୀ ବାରିକଙ୍କ ପୁଅ ହର୍ଷ (୩୨) ଶନିବାର  ଅପରାହ୍ନରେ ଢେଙ୍କାନାଳ ଜିଲ୍ଲା ଭୂଷଣ ଟାଟା କମ୍ପାନୀରେ ଆଇରନ ଖୋଲାକରୀ ନିଜ ଘର ରାଇପାଳ ଗ୍ରାମକୁ ଆସୁଥିଲେ। ରାତି ପ୍ରାୟ ୧୧ଟା ସମୟରେ ଖମାରଠାରୁ ନୁଥୁରିପସି ଛକ ଦେଇ ଚୋର ଘାଟି ଦେଇ ରାଇପାଳ ଯାଉଥିଲେ । ଏହି ସମୟରେ ବିରାଳମୁଣ୍ଡା ଗ୍ରାମ ନିକଟ ବୁଲାଣି ପାଖ ରାସ୍ତାକଡ଼ରେ ଥିବା ଏକ ଶାଳ ଗଛରେ ଭାରସାମ୍ୟ ହରାଇ ପିଟି ଦେଇଥିଲେ । ଫଳରେ ଗାଡ଼ି ଚାଳକ ହର୍ଷଙ୍କ ଛାତିରେ ଷ୍ଟିୟରିଙ୍ଗ ଚାପି ହବା ସହ ଗୋଡ଼ରେ ଗଛ ଚାପି ହୋଇଯିବାରୁ ଘଟଣାସ୍ଥଳରେ ହିଁ ହର୍ଷଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟପଟେ ଗାଡ଼ିରେ ଥିବା ସେଇ ରାଇପାଳ ଗ୍ରାମର ମନୋଜ ନହରା ଛାତି ଏବଂ ମୁଣ୍ଡରେ ଆଘାତ ଲାଗି ଗୁରୁତର ହୋଇଥିବା ପରିବାର ଲୋକ କହିଛନ୍ତି। ଗୁରୁତର ମନୋଜ ନହରାକୁ କେନ୍ଦୁଝର ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଖମାର ଥାନା ଅଧିକାରୀ ଅରୁଣ କୁମାର ପଣ୍ଡା କହିଛନ୍ତି। ମୃତ ହର୍ଷଙ୍କ ଦୁଇ ନାବାଳକ ପୁଅ ଝିଅ ଥିବା ପରିବାର ଲୋକ କହିଛନ୍ତି।

ଦୁର୍ଘଟଣାର ଖବରପାଇ ବିରାଳମୁଣ୍ଡା ଗ୍ରାମର କିଛି ଲୋକ ଘଟଣାସ୍ଥଳରେ ପହଁଚି ଟ୍ରକରେ ଚାପି ହୋଇ ରହିଥିବା ଡ୍ରାଇଭରକୁ ବାହାର କରିବାକୁ ଚେଷ୍ଟା କରି ବିଫଳ ହବାରୁ ପ୍ରଥମେ ଖମାର ପୋଲିସ ପରେ ସ୍ଥାନୀୟ ଦମକଳ ବିଭାଗକୁ ଫୋନରେ ଜଣାଇଥିଲେ। ଦମକଳବାହିନୀ ଆସିବା ପରେ ଉଭୟ ଖମାର ପୋଲିସ ଓ ଦମକଳ ବିଭାଗ ମିଶି ଡ୍ରାଇଭରକୁ ଉଦ୍ଧାର କରିଥିବା ଥାନା ଅଧିକାରୀ ଶ୍ରୀ ପଣ୍ଡା କହିଛନ୍ତି। ଏହାକୁ ନେଇ ଖମାର ଥାନା ପୋଲିସ ଏକ ମାମଲା ରୁଜୁ କରି ଶବ ବ୍ୟବଛେଦ ଲାଗି ପଠାଇଥିବା କହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.