କୋରାପୁଟ, ୪।୬ : ବ୍ରେକ୍ ଫେଲ୍ ହୋଇଯିବାରୁ ଏକ ଜରି ବୋଝେଇ ଟ୍ରକ୍ ନିୟନ୍ତ୍ରଣ ହରାଇ ଏକ ଗ୍ୟାସ ଏଜେନ୍ସି ପରିସରକୁ ପଶିଯାଇଛି। ଦୁର୍ଘଟଣାରେ ରାସ୍ତା କଡ଼ରେ ଥିବା ୮ରୁ ଅଧିକ ବାଇକ୍ କ୍ଷତିଗ୍ରସ୍ତ ହୋଇଛି। ତେବେ ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଛି ଅନେକ ଜୀବନ। କୋରାପୁଟ ୨୬ ନମ୍ବର ଜାତୀୟ ରାଜପଥରେ ଥିବା ସହର ପ୍ରବେଶ ପଥରେ ଆଜି ଘଟିଛି ଏକ ଭୟାବହ ଦୁର୍ଘଟଣା।
ଜରି ବୋଝେଇ ଏକ ଟ୍ରକ୍ ହଠାତ୍ ବ୍ରେକ୍ ଫେଲ୍ ହୋଇ ନିୟନ୍ତ୍ରଣ ହରାଇଥିଲା। ଫଳରେ ଟ୍ରକ୍ଟି ଦ୍ରୁତ ଗତିରେ ଆସି ମାର୍କେଟ କମ୍ପେ୍ଲକ୍ସ ଆଗ ରାସ୍ତା କଡ଼ରେ ପାର୍କିଂ ହୋଇଥିବା ବାଇକ୍ଗୁଡ଼ିକ ଉପରେ ଚଢ଼ିଯାଇଥିଲା। ଦୁର୍ଘଟଣାରେ ୮ରୁ ଅଧିକ ବାଇକ୍ ସମ୍ପୂର୍ଣ୍ଣ ଗୁ ହୋଇଛି। ପରେ ଟ୍ରକ୍ଟି ଏଚପି ଗ୍ୟାସ ଏଜେନ୍ସି ପରିସର ଭିତରକୁ ପଶିଯାଇଥିଲା। ଏଥିରେ ପ୍ରାୟ ୮ଟି ବାଇକ ଗୁଣ୍ଡ ହୋଇଯାଇଛି। ତେବେ ଏଥିରେ କେହି ଆହତ କି ମୁତାହତ ହୋଇ ନାହାନ୍ତି। ପୁଲିସ ଖବର ପାଇ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଦୁର୍ଘଟଣାଗସ୍ତ ଟ୍ରକ ଓ ଏହା ତଳେ ଚାପି ହୋଇ ରହିଥିବା ବାଇକକୁ ଉଦ୍ଧାର କରାଯାଉଛି।
ଆହୁରି ପଢନ୍ତୁ : ସରକାରୀ ବ୍ୟବହାର ପାଇଁ ଭଡାରେ ଆସିବ ଇଭି ଭେଇକିଲ, ଧାର୍ଯ୍ୟ ହେଲା ମାସିକ ଭଡ଼ା ଦେୟ