କୋରାପୁଟ,୦୯/୧୦: ଡୁମୁରିପୁଟ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ୍ ସହ ସ୍କୁଟିର ଦୁର୍ଘଟଣାରେ ଜଣେ ପ୍ରାଣ ହରାଇଥିବାବେଳେ ଆଉ ଜଣେ ଆହତ ହୋଇଛନ୍ତି । ଯୁବକ ଦ୍ୱୟ କୋରାପୁଟ ଓ ଜୟପୁର ଅଞ୍ଚଳର ହୋଇଥିବାବେଳେ ସେମାନଙ୍କ ପରିଚୟ ଅସ୍ପଷ୍ଟ ରହିଛି । କୋରାପୁଟ ଜିଲ୍ଲା ୨୬ ନମ୍ୱର ଜାତୀୟ ରାଜପଥ ଡୁମୁରିପୁଟ ନିକଟରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଟ୍ରକ ଓ ସ୍କୁଟି ଉଭୟ କୋରାପୁଟଠାରୁ ସୁନାବେଡ଼ା ଅଭିମୁଖେ ଯାଉଥିଲେ । ଏହି ସମୟରେ ଟ୍ରକ୍ର ଚକା ତଳେ ଆସିଯାଇଥିଲା ସ୍କୁଟି । ଏହି ଦୁର୍ଘଟଣାରେ ସ୍କୁଟିରେ ଯାଉଥିବା ଦୁଇଜଣଙ୍କ ମଧ୍ୟରୁ ଜଣେ ପ୍ରାଣ ହରାଇଥିବାବେଳେ ଆଉ ଜଣେ ଯୁବକ ଆହତ ହୋଇଛନ୍ତି । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ଡୁମୁରିପୁଟ ଫାଣ୍ଡି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଆହତ ଯୁବକଙ୍କୁ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଛି । ତେବେ ଯୁବକ ଦ୍ୱୟ କୋରାପୁଟ ଓ ଜୟପୁର ଅଞ୍ଚଳର ହୋଇଥିବା ବେଳେ ସେମାନଙ୍କ ପରିଚୟ ଅସ୍ପଷ୍ଟ ରହିଛି । ଏହା ସହ ଡୁମୁରିପୁଟ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ରହି ଟ୍ରକକୁ ଅଟକ ରଖିଛି ।