ପ୍ରମୂଖ ଖବର
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଟ୍ରମ୍ପଙ୍କୁ ସମାଲୋଚନା କରିଥିବାରୁ ଟ୍ରୁଡୋଙ୍କ ଉପରେ ରାଗିଗଲେ ମସ୍କ, କହିଲେ ଅଧିକ ସମୟ ପର୍ଯ୍ୟନ୍ତ କ୍ଷମତାରେ ରହିବନି

Published By : Harapriya Biswal | December 12, 2024 8:03 PM

ନୂଆଦିଲ୍ଲୀ,୧୨।୧୨: ଆମେରିକାର ଅରବପତି ଏଲନ୍ ମସ୍କ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋଙ୍କୁ କରିଛନ୍ତି ଟାର୍ଗେଟ। ଆମେରିକାର ଆଗାମୀ ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କ ଜିତିବା ନେଇ ସମାଲୋଚନା କରିଥିଲେ ଟ୍ରୁଡୋ ଏ‌ବେ ଟ୍ରୁଡୋଙ୍କ ଏହି ଭିଡିଓ ଉପରେ ମସ୍କ କହିଛନ୍ତି ସେ ଜଣେ ଅସହନୀୟ ବ୍ୟକ୍ତି। ଅଧିକ ସମୟ ପର୍ଯ୍ୟନ୍ତ କାନାଡାର ଶାସନ କ୍ଷମତାରେ ରହିପାରିବେନି। 

ନିକଟରେ ମହିଳା ଅଧିକାରୀଙ୍କ ଓଟାଓ୍ବାରେ ହୋଇଥିବା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କାନାଡାର ପ୍ରଧାନମନ୍ତ୍ରୀ। ଏହି ସମୟରେ ସେ କହିଥିଲେ, ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ୍ ପ୍ରାର୍ଥୀ କମଳା ହାରିସ୍‌ର ପରାଜୟ ମହିଳା ଅଧିକାରୀ ଓ ତାଙ୍କ ପ୍ରଗତି ଦିଗରେ ଏକ ବଡ଼ ଝଟକା। ସେ କହିଛନ୍ତି, ନିକଟରେ ଘଟିଥିବା ଦୁର୍ଘଟଣାରୁ ଏହା ଜଣାପଡୁଛି ଯେ, ବିଶ୍ବରେ ମହିଳାଙ୍କ ଅଧିକାର ଉପରେ ରୁଢିବାଦୀ ଓ ପ୍ରତିକ୍ରିୟାବାଦୀ ରାଜନୈତିକ ଶକ୍ତିଙ୍କ ଦ୍ବାରା ଆକ୍ରମଣ କରାଯାଉଛି। 

ଟ୍ରୁଡୋ କହିଛନ୍ତି, ଆଜିର ସମୟରେ ଆମେ ମହିଳାଙ୍କ ବିଷୟରେ କଥା ହେଉଛୁ। ତାଙ୍କ ଅଧିକାର ଓ ପ୍ରଗତି ବିଷୟରେ କହୁଛୁ। ସେଭଳି ଅନ୍ୟପକ୍ଷେ ଆମେରିକାର ମତଦାତା ନିଜର ପ୍ରଥମ ମହିଳା ରାଷ୍ଟ୍ରପତିକୁ ନିର୍ବାଚିତ କରିବାକୁ ମନା କରିଦେଲେ। ସେମାନେ କମଳାଙ୍କୁ ହରାଇ ଦେଲେ।ମୁଁ ଜଣେ ନାରୀବାଦି ବ୍ୟକ୍ତି ଓ ସବୁବେଳେ ରହିବି ବୋଲି କହିଛନ୍ତି ଟ୍ରୁଡୋ। ତାଙ୍କର ଏହି ଟିପ୍ପଣୀ ଏହି ମସୟରେ ଆସିଛି, ଯେତେବେଳେ ଗତ କିଛି ଦିନ ହେବ ଟ୍ରମ୍ପ ତାଙ୍କୁ ଲଗାତାର କାନାଡାର ଗର୍ଭନର ବୋଲି କହୁଛନ୍ତି। ଟ୍ରୁଡୋ ଏହି ଟିପ୍ପଣୀର ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇଛି। ଟ୍ରମ୍ପଙ୍କ ସହଯୋଗୀ ଓ ଅରବପତି ବ୍ୟବସାୟୀ ଏଲନ୍ ମସ୍କ ଏହା ଉପରେ ନିଜର କଡା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଟ୍ରୁଡୋ ଜଣେ ଅସହନୀୟ ବ୍ୟକ୍ତି। ସେ ଅଧିକ ସମୟ ପର୍ଯ୍ୟନ୍ତ କ୍ଷମତାରେ ରହିବେନି। ଏହା ପୂର୍ବରୁ ମଧ୍ୟ ଟ୍ରୁଡୋଙ୍କୁ କଡ଼ା ସମାଲୋଚନା କରିସାରିଛନ୍ତି ଏଲନ୍ ମସ୍କ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.