ନୂଆଦିଲ୍ଲୀ,୧୭।୮: ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ଓ ଡୋନାଲ୍ଡୋ ଟ୍ରମ୍ପଙ୍କ ମଧ୍ୟରେ ଶନିବାର ଆଲାସ୍କାରେ ବୈଠକ ହୋଇଥିଲା। ବୈଠକ ପରେ ଏବେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲ୍ଡିମିର ଜେଲେନସ୍କି ଆମେରିକା ପହଁଞ୍ଚିବାକୁ ଯାଉଛନ୍ତି। ସେ ସୋମବାର ରାଷ୍ଟ୍ରପତି ଟ୍ରମ୍ପଙ୍କୁ ସାକ୍ଷାତ କରିପାରନ୍ତି। ଟ୍ରମ୍ପ ପୁଟିନ୍ଙ୍କ ସହ ଆଲୋଚନା ପରେ ନିଜେ ହିଁ ଜେଲେନସ୍କିଙ୍କୁ ଫୋନ୍ କରିଥିଲେ। ଟ୍ରମ୍ପଙ୍କ ନିମନ୍ତ୍ରଣାକୁ ଗ୍ରହଣ କରି ଜେଲେନସ୍କି ସୋମବାର ଆମେରିକା ପହଁଞ୍ଚିବେ। ସେଭଳି ରିପୋର୍ଟ ଅନୁସାରେ, ଟ୍ରମ୍ପ ୟୁକ୍ରେନ୍ ପ୍ରସଙ୍ଗରେ ରୁଶର ପକ୍ଷ ନେବାକୁ ଯାଉଛନ୍ତି। ସେ ଶାନ୍ତି ଚୁକ୍ତି କରିବା ନାମରେ ୟୁକ୍ରେନ୍ର କିଛି ପ୍ରମୁଖ ଅଞ୍ଚଳକୁ ରୁଷକୁ ଦେବା ପାଇଁ ଜେଲନସ୍କିଙ୍କ ଉପରେ ଚାପ ପକାଇ ପାରନ୍ତି।
ପୁଟିନ୍ କହିଛନ୍ତି, ଚାରି ବର୍ଷ ପର୍ଯ୍ୟନ୍ତ ଅସ୍ତ୍ରବିରତି ପାଇଁ ୟୁକ୍ରେନ୍କୁ ଡୋନବାସକୁ ତ୍ୟାଗ କରିବାକୁ ହେବ। ଆଲାସ୍କାରେ ଟ୍ରମ୍ପଙ୍କ ସହ ବୈଠକ ପୂର୍ବରୁ ମଧ୍ୟ ରୁଷ ଡୋନବାସ୍କୁ ହାତେଇବା ପାଇଁ ସମ୍ପୂର୍ଣ୍ଣ ଚେଷ୍ଟା କରିଛି। ଡୋନବାସ୍ର ଡୋନଷ୍ଟକରେ ଏବେ ରୁଷର ନିୟନ୍ତ୍ରଣ ନାହିଁ। ସେଭଳି ରୁଷ ସେନା ଡୋନବାସ୍ର ଲୁହାନସ୍କକୁ ମଧ୍ୟ ଦଖଲ କରିନେଇଛି।
ରଏଟର୍ସର ରିପୋର୍ଟ ଅନୁସାରେ, ଟ୍ରମ୍ପ ଓ ପୁଟିନ୍ଙ୍କୁ ସାକ୍ଷାତ ପରେ ଜେଲେନସ୍କି ହିଁ କହିଥିଲେ ସେ ଫ୍ରଣ୍ଟ ଲାଇନ୍ରେ ଥିବା ସ୍ଥିତିକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି। ତାଙ୍କର କହିବା ଅନୁସାରେ, ରୁଷ ଯେଉଁ ଅଞ୍ଚଳରେ ବଳପୂର୍ବକ ଦଖଲ କରିଛି, ତାକୁ ମୁକ୍ତ କରି ଦିଆଯାଉ। ଯଦି ପୁଟିନ୍ ନିଜର ଜିଦରେ ଅଡି ବସନ୍ତି ତେବେ ଏହାଦ୍ବାରା ଯୁଦ୍ଧ ରୋକିହେବନି। ରୁଷର କହିବା ଅନୁସାରେ, ଯଦି ୟୁକ୍ରେନ୍ ଡୋନବାସ୍କୁ ଦେଇ ଦିଏ ତେବେ ଏହାର ବଦଳରେ ସେ ଛୋଟ ଅଞ୍ଚଳକୁ ୟୁକ୍ରେନକୁ ଫେରାଇ ଦିଆଯିବ। ଟ୍ରମ୍ପ ଓ ପୁଟିନ୍ ଏଭଳି ଯୁଗଳବନ୍ଦୀକୁ ନେଇ ୟୁରୋପୀୟ ଦେଶକୁ ଟେନସନ୍ ହୋଇଯାଇଛି। ଏବେ କଥା ହେଉଛି ଯୁଦ୍ଧବିରତୀ ଉପରେ ନାହିଁ ବଂର ପିସ୍ ଡିଲ୍ ଉପରେ ହେବାକୁ ଯାଉଛି। ଯାହାକି ବାସ୍ତବରେ ଏକ ବିଜନେସ୍ ଡିଲ୍। ଆମେରିକାର ମଧ୍ୟ ନଜର ୟୁକ୍ରେନ୍ ମିନେରାଲ୍ସ ଉପରେ ରହିଛି। ଏଭଳି ସ୍ଥିତିରେ ସେ କୌଣସି ଭାବରେ ୟୁକ୍ରେନକୁ ଚାପ ପକାଇ ରୁଷକୁ ଖୁସି କରିଦେବାକୁ ଚାହେଁ। ପିସ୍ ଡିଲ୍ର କ୍ରେଡିଟ୍ ଡୋନାଲ୍ଡୋ ଟ୍ରମ୍ପ ଲୁଟିବାକୁ ଚାହାନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ରୁଷର ରାଷ୍ଟ୍ରପତି ପୁଟିନ୍ଙ୍କୁ ସହ ଆଲାସ୍କା ଶିଖର ବୈଠକ ପରେ କହିଥିଲେ, ୟୁକ୍ରେନ୍ରେ ଯୁଦ୍ଧ ଶେଷ କରିବାର ସବୁଠାରୁ ଭଲ ପଦ୍ଧତି ପ୍ରଥମେ ଅସ୍ତ୍ରବିରତି କରିବା ବଦଳରେ ସିଧା ଶାନ୍ତି ବୁଝାମଣା କରିବା।