ପ୍ରମୂଖ ଖବର
  • ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ: କହିଲେ ଓଡ଼ିଶା ସହ ବଢିବ ସମ୍ପର୍କ, ବଢିବ ପୁଞ୍ଜି ନିବେଶ
  • ||
  • ଶ୍ରୀମନ୍ଦିରରେ ଲାଗୁ ହେଲା ୫ ସୂତ୍ରୀ ମାର୍ଗଦର୍ଶିକା, ଡିଜିଟାଇଜେସନ୍‌ ହେବ ସମସ୍ତ ଫାଇଲ୍‌ ଏବଂ ରେକର୍ଡ
  • ||
  • ଅଲକାଦିର ଟ୍ରଷ୍ଟ ଭ୍ରଷ୍ଟାଚାର ମାମଲା : ଇମରାନଙ୍କୁ ୧୪ ଏବଂ ପତ୍ନୀଙ୍କୁ ୭ ବର୍ଷ ଜେଲ୍‌ଦଣ୍ଡ
  • ||
  • ଶିମିଳିପାଳ ଜଗିବେ ୧ ପ୍ଳାଟୁନ୍‌ ପୁଲିସ, ଶିକାରୀ ପ୍ରବଣ ଗ୍ରାମରେ ହେବ ପାଟ୍ରୋଲିଂ
  • ||
  • କଟକ : ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ
  • ||
  • ଭୁବନେଶ୍ୱର : ଭଙ୍ଗାହେଲା ବୈକୁଣ୍ଠ ଧାମ, ଆଶ୍ରମ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା
  • ||
  • ରାୟଗଡ଼ା : ଧୁମାଗୁଡ଼ା ଗାଁରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଶନିବାର ଦିନିକିଆ ରାୟଗଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ସମ୍ୱଲପୁର : ନବଦାସଙ୍କ ଭାଇଙ୍କ ଘରେ ବଡ଼ ଧରଣର ରେଡ୍‌, ତନାଘନା କରୁଛି ଆୟକର ଟିମ୍‌
  • ||
  • ଗଞ୍ଜାମ : କେନାଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ବଢିଲା ପାରିଶ୍ରମିକ, ଏବେ ମିଳିବ ୧୬ ହଜାର
  • ||
  • ଚାନ୍ଦବାଲି : ଗ୍ରାହକଙ୍କ ଆକାଉଣ୍ଟରୁ ଆପେ ଆପେ ଗୋଲ୍ ହେଉଛି ଟଙ୍କା, ଚିନ୍ତାରେ ଗ୍ରାହକ
  • ||
  • ଦିଗପହଣ୍ଡି : ଦ୍ରୁତଗତିରେ ଆସି ଓଲଟିଲା କଣ୍ଟେନର: ଅଳ୍ପକେ ବର୍ତ୍ତିଲେ ଲୋକେ, ଡ୍ରାଇଭର ଗିରଫ
  • ||
  • ଜମ୍ମୁ-କାଶ୍ମୀରରେ ରହସ୍ୟମୟ ରୋଗରେ ୧୫ ଶିଶୁ ମୃତ, ତଦନ୍ତ ଲାଗି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ
  • ||
  • ରାଜଧାନୀରେ ପହଞ୍ଚିଲେ ସିଙ୍ଗାପୁର ରାଷ୍ଟ୍ରପତି,ଏୟାରପୋର୍ଟରେ ଭବ୍ୟ ସ୍ବାଗତ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ
  • ||

NASA ର ନୂଆ ମୁଖ୍ୟଙ୍କୁ ମନୋନୀତ କଲେ ଡୋନାଲ୍ଡ ଟ୍ରମ୍ପ, ବ୍ୟକ୍ତିଗତ ମହାକାଶ ଯାତ୍ରା କରିବାରେ ପ୍ରଥମ ବ୍ୟକ୍ତି…

Published By : Prameya | December 5, 2024 5:53 PM

ନୂଆଦିଲ୍ଲୀ: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାନୁଆରୀ ୨୦ରେ ହେବାକୁ ଥିବା ଶପଥ ଗ୍ରହଣ ସମାରୋହ ପୂର୍ବରୁ ପ୍ରାୟ ସମସ୍ତ ପଦବୀ ପାଇଁ ତାଙ୍କ ଘନିଷ୍ଠ ବ୍ୟକ୍ତିଙ୍କୁ ମନୋନୀତ କରିଛନ୍ତି। ଟ୍ରମ୍ପ ତାଙ୍କ ପ୍ରଶାସନରେ ନାସା ପାଇଁ ବୁଧବାର ଦିନ ଏଲୋନ୍ ମସ୍କଙ୍କ ସ୍ପେସ୍ ଏକ୍ସ ସହିତ ମହାକାଶକୁ ପ୍ରଥମ ବ୍ୟକ୍ତିଗତ ମହାକାଶ ଯାତ୍ରା କରିଥିବା ବିଲିୟନେୟାର୍ ଜେରେଡ୍ ଇସାକମ୍ୟାନଙ୍କୁ ନିଯୁକ୍ତି ଘୋଷଣା କରିଛନ୍ତି। ନାସାର ନେତୃତ୍ୱ ନେବାକୁ ଟ୍ରମ୍ପ ଜେରେଡ୍ ଇସାକମ୍ୟାନଙ୍କୁ ମନୋନୀତ କରିଛନ୍ତି।

କାର୍ଡ ପ୍ରୋସେସିଙ୍ଗ୍ କମ୍ପାନୀର ସିଇଓ ତଥା ପ୍ରତିଷ୍ଠାତା ୪୧ ବର୍ଷିୟ ଜେରେଡ୍ ଇସାକମ୍ୟାନ୍ ୨୦୨୧ ର ସେହି ଯାତ୍ରାରେ ପ୍ରତିଯୋଗୀ ବିଜେତା ମାନଙ୍କୁ ସାଙ୍ଗରେ ନେଇଥିଲେ ଏବଂ ସେପ୍ଟେମ୍ବରରେ ସ୍ପେସ୍ ଏକ୍ସର ନୂତନ ସ୍ପେସ୍ ୱାଲ୍କିଂ ସୁଟ୍ ପରୀକ୍ଷା କରିବା ପାଇଁ ଏକ ମିଶନ ସହିତ ମହାକାଶକୁ ଯାଇଥିଲେ । ଯଦି ସିନେଟ ତାଙ୍କ ନିଯୁକ୍ତିକୁ ନିଶ୍ଚିତ କରେ, ତେବେ ସେ ଫ୍ଲୋରିଡାର ପୂର୍ବତନ ଡେମୋକ୍ରାଟିକ୍ ସିନେଟର ୮୨ ବର୍ଷିୟ ବିଲ୍ ନେଲସନଙ୍କ ସ୍ଥାନ ନେବେ । ଯିଏକି ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦ୍ୱାରା ମନୋନୀତ ହୋଇଥିଲେ।

ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ବତନ ସେନା ତଥା ଇରାକ ଯୁଦ୍ଧର ଭେଟେରାନ ଡାନିଏଲ ପି ଡ୍ରିସ୍କଲଙ୍କୁ ସଶସ୍ତ୍ର ବାହିନୀର ସଚିବ ଭାବରେ ମନୋନୀତ କରିଛନ୍ତି। ବୁଧବାର ନିଜେ ସେ ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନର ଚେୟାରମ୍ୟାନ୍ ଭାବରେ କ୍ରିପ୍ଟୋକରେନ୍ସି ସମର୍ଥକ ପଲ୍ ଆଟକିନ୍ସଙ୍କୁ ମନୋନୀତ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.