ପ୍ରମୂଖ ଖବର
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଲସ୍‌ ଏଞ୍ଜେଲ୍‌ସ ହିଂସା ଅଣାୟତ୍ତ : ଆଉ ୨ ହଜାର ଗାର୍ଡସ ପଠାଇଲେ ଟ୍ରମ୍ପ୍‌, ହିଂସାଗ୍ରସ୍ତ ଅଞ୍ଚଳରେ ୭୦୦ ମେରାଇନ୍‌ କମାଣ୍ଡୋ ମୁତୟନ

Published By : Rasmita Pradhan | June 11, 2025 8:09 AM

ଲସ୍‌ ଏଞ୍ଜେଲ୍‌ସ,୧୧/୬ : ଆମେରିକାର କାଲିଫର୍ଣ୍ଣିଆ ପ୍ରଦେଶସ୍ଥିତ ଲସ୍‌ ଏଞ୍ଜେଲ୍‌ସ ସହରରେ ୪ ଦିନ ଧରି ହିଂସାକାଣ୍ଡ ଲାଗିରହିଛି । ଏବେ ଏହା ଅଣାୟତ୍ତ ହୋଇପଡ଼ିଥିବାରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଆଉ ୨ ହଜାର ନ୍ୟାସନାଲ ଗାର୍ଡସ ପଠାଇଛନ୍ତି । ଏଥିସହ ତାଙ୍କ ନିର୍ଦ୍ଦେଶକ୍ରମେ ୭୦୦ ମେରାଇନ୍‌ କମାଣ୍ଡୋ ମଧ୍ୟ ହିଂସାଗ୍ରସ୍ତ ଅଞ୍ଚଳରେ ପହଞ୍ଚିଛନ୍ତି । ଏମାନଙ୍କୁ ମିଶାଇ ଲସ୍‌ ଏଞ୍ଜେଲ୍‌ସରେ ମୋଟ ୪ ହଜାର ସୁରକ୍ଷା କର୍ମୀ ମୁତୟନ ହେଲେଣି । 

ଆମେରିକାରେ ବେଆଇନ ଭାବେ ରହୁଥିବା ଅପ୍ରବାସୀଙ୍କୁ ବିଦା କରିବା ଲାଗି ଟ୍ରମ୍ପ୍‌ ପ୍ରଶାସନ ଯେଉଁ ପଦକ୍ଷେପ ଆରମ୍ଭ କରିଛି, ତାହାକୁ ବିରୋଧ କରି ବିକ୍ଷୋଭକାରୀ ରାସ୍ତାକୁ ଓହ୍ଲାଇଛନ୍ତି । ଲସ୍‌ ଏଞ୍ଜେଲ୍‌ସର ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ଦୋକାନ, ବଜାର ଓ ସପିଙ୍ଗ୍‌ ମଲ୍‌ରେ ପଶି ଲୁଟ୍‌ପାଟ କରିଛନ୍ତି । ଏମିତି କି ଶତାଧିକ ଗାଡ଼ି ପୋଡ଼ି ଦେଇଛନ୍ତି । ହିଂସାକୁ ରୋକିବା ଲାଗି ନ୍ୟାସନାଲ ଗାର୍ଡସ ଓ ୭୦୦ ମେରାଇନ୍‌ କମାଣ୍ଡୋ ଆକ୍ସନକୁ ଆସିଛନ୍ତି । ସେମାନଙ୍କ କାର୍ଯ୍ୟାନୁଷ୍ଠାନରେ ଏ ପର୍ଯ୍ୟନ୍ତ ଦୁଇଜଣ ପ୍ରାଣ ହରାଇଲେଣି । ଏଭଳି ସ୍ଥିତିରେ ଟ୍ରମ୍ପ୍‌ ନ୍ୟାସନାଲ ଗାର୍ଡସଙ୍କୁ କଠୋର କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ ଦେଇଛନ୍ତି । ବିଶେଷକରି ମାସ୍କ ପିନ୍ଧି ହିଂସାକାଣ୍ଡ ଘଟାଉଥିବା ଲୋକଙ୍କୁ ତୁରନ୍ତ ଗିରଫ ଲାଗି କହିଛନ୍ତି । 

ଅପ୍ରବାସୀଙ୍କ ଆନ୍ଦୋଳନକୁ କାଲିଫର୍ଣ୍ଣିଆ ଗଭର୍ଣ୍ଣର ଗେଭିନ ନ୍ୟୁସମ୍‌ ସମର୍ଥନ କରୁଥିବାରୁ ରାଷ୍ଟ୍ରପତି ଟ୍ରମ୍ପ୍‌ କ୍ରୋଧାନ୍ୱିତ ହୋଇଛନ୍ତି । ସେ କହିଛନ୍ତି, ଯଦି ନ୍ୟୁସମ୍‌ଙ୍କୁ ଗିରଫ କରାଯାଏ ତେବେ ଏହା ବହୁତ ଭଲ ପଦକ୍ଷେପ ହେବ । ଲସ୍‌ ଏଞ୍ଜେଲ୍‌ସରେ ନ୍ୟାସନାଲ ଗାର୍ଡସଙ୍କ ମୁତୟନକୁ ନ୍ୟୁସମ୍‌ ବିରୋଧ କରୁଛନ୍ତି । ଏହାକୁ ନେଇ ରାଜ୍ୟ ସରକାର ଟ୍ରମ୍ପ୍‌ଙ୍କ ବିରୋଧରେ ମାମଲା ଦାୟର କରିବ ବୋଲି ସେ କହିଛନ୍ତି । ଟ୍ରମ୍ପ୍‌ କହିଛନ୍ତି, ଗଭର୍ଣ୍ଣର ନ୍ୟୁସମ୍‌ ବହୁତ ଖରାପ କାମ କରିଛନ୍ତି । ତାଙ୍କର ସବୁଠୁ ବଡ଼ ଅପରାଧ ହେଉଛି ସେ ପୁଣି ଗଭର୍ଣ୍ଣର ହେବାକୁ ଚାହୁଁଛନ୍ତି । ଟ୍ରମ୍ପ୍‌ ଆହୁରି କହିଛନ୍ତି ଯେ ସେ ନ୍ୟୁସମ୍‌ଙ୍କୁ ପସନ୍ଦ କରନ୍ତି, କିନ୍ତୁ ତାଙ୍କ କାମକୁ ନେଇ ସେ ଖୁସି ନାହାନ୍ତି । 

ଅନ୍ୟପକ୍ଷରେ ଫେଡେରାଲ ଆଇନରେ କୌଣସି ସରକାରୀ ଅଧିକାରୀ ବାଧା ସୃଷ୍ଟି କଲେ ତାଙ୍କୁ ଗିରଫ କରାଯାଇପାରେ ବୋଲି ଟ୍ରମ୍ପ୍‌ଙ୍କ ସହଯୋଗୀ ତଥା ବର୍ଡର ଅଧିକାରୀ ଟମ୍‌ ହୋମନ୍‌ ପୂର୍ବରୁ କହିଥିଲେ । କିନ୍ତୁ ପରେ ସେ ସଫେଇ ଦେଇ କହିଥିଲେ କି ନ୍ୟୁସମ୍‌ଙ୍କୁ ଗିରଫ କରିବା ନେଇ କୌଣସି ଯୋଜନା ନାହିଁ । ଉଲ୍ଲେଖଯୋଗ୍ୟ, ଲସ୍‌ ଏଞ୍ଜେଲ୍‌ସରେ ଚାଲିଥିବା ଆନ୍ଦୋଳନରେ ଅଧିକାଂଶ ମେକ୍ସିକୋର ଅବୈଧ ଅପ୍ରବାସୀ ରହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.