ପ୍ରମୂଖ ଖବର
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ପେଙ୍ଗୱିନ୍‌ଙ୍କୁ ବି ଛାଡିଲେନି ଡୋନାଲ୍ଡ ଟ୍ରମ୍ପ୍‌, ହର୍ଡ ଓ ମ୍ୟାକ୍‌ଡୋନାଲ୍ଡ ଦ୍ୱୀପ ଉପରେ ଲଗାଇଲେ ୧୦ ପ୍ରତିଶତ ଟାରିଫ୍‌!

Published By : Krishna Priya | April 4, 2025 8:29 AM

ନୂଆଦିଲ୍ଲୀ ୦୪/୦୪: କେବଳ ମଣିଷ ନୁହେଁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପେଙ୍ଗୱିନ୍‌ଙ୍କୁ ମଧ୍ୟ ଛାଡ଼ିନାହାନ୍ତି । ଆଣ୍ଟାର୍କଟିକାର ଏକ ନିର୍ଜନ ଦ୍ୱୀପ ସମୂହ ଗ୍ଲେସିୟର ଦ୍ୱାରା ଆବୃତ୍ତ । ଏହା ବି ଟ୍ରମ୍ପ୍‌ଙ୍କ ଟାରିଫ୍‌ ଟାର୍ଗେଟ୍‌ରେ । ପେଙ୍ଗୱିନ୍‌ଙ୍କର ଏହି ଦ୍ୱୀପ ଉପରେ ଟ୍ରମ୍ପ୍‌ ପ୍ରଶାସନ ୧୦ ପ୍ରତିଶତ ଟାରିଫ୍‌ ଲଗାଇବାକୁ ଘୋଷଣା କରିଛି । ଟ୍ରମ୍ପ୍‌ ଯେଉଁ ପେଙ୍ଗୱିନ୍‌ ଦ୍ୱୀପ ଉପରେ ଟାରିଫ୍‌ ଲଗାଇଛନ୍ତି, ତା’ର ନାଁ ‘ହର୍ଡ ଆଇଲାଣ୍ଡ୍‌ ଓ ମ୍ୟାକ୍‌ଡୋନାଲ୍ଡ ଆଇଲାଣ୍ଡ୍‌’ । ଏହା ଅଷ୍ଟ୍ରେଲିଆର ବାହ୍ୟ କ୍ଷେତ୍ର, ଯାହା ପୃଥିବୀର ସବୁଠୁ ଦୂର ସ୍ଥାନ ମଧ୍ୟରେ ଅନ୍ୟତମ । ଅଷ୍ଟ୍ରେଲିଆର ପଶ୍ଚିମ ତଟରେ ସ୍ଥିତ ପର୍ଥରୁ ୨ ସପ୍ତାହର ନୌକା ଯାତ୍ରା ମାଧ୍ୟମରେ ଏଠାରେ ପହଞ୍ଚି ପାରିବେ । 

ଏହି ଦ୍ୱୀପ ସମ୍ପୂର୍ଣ୍ଣ ରୂପେ ନିର୍ଜନ । ପ୍ରାୟ ୧୦ ବର୍ଷ ପୂର୍ବେ ମଣିଷ ଏହି ଦ୍ୱୀପରେ ପାଦ ରଖିଥିଲା ବୋଲି କୁହାଯାଏ । ତଥାପି ହର୍ଡ ଓ ମ୍ୟାକ୍‌ଡୋନାଲ୍ଡ ଦ୍ୱୀପକୁ ହ୍ୱାଇଟ୍‌ ହାଉସ୍‌ ପକ୍ଷରୁ ଜାରି କରାଯାଇଥିବା ସେହି ଦେଶମାନଙ୍କର ସୂଚୀରେ ସାମିଲ କରାଯାଇଛି, ଯାହାଙ୍କ ଉପରେ ଟାରିଫ୍‌ ଲାଗୁ କରାଯାଇଛି । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଅଲ୍‌ବାନିଜ ଗୁରୁବାର ଏ ନେଇ ଟ୍ରମ୍ପ୍‌ଙ୍କୁ କଟାକ୍ଷ କରି କହିଛନ୍ତି ‘ପୃଥିବୀରେ କୌଣସି ସ୍ଥାନ ସୁରକ୍ଷିତ ନୁହେଁ ।’ 

ହର୍ଡ ଓ ମ୍ୟାକ୍‌ଡୋନାଲ୍ଡ ଦ୍ୱୀପ ଅଷ୍ଟ୍ରେଲିଆର ଅନେକ ବାହ୍ୟ କ୍ଷେତ୍ର ମଧ୍ୟରେ ରହିଛି, ଯାହାକୁ ଅଷ୍ଟ୍ରେଲିଆର ଟାରିଫ୍‌ ସୂଚୀରେ ଅଲଗା ସୂଚୀବଦ୍ଧ କରାଯାଇଛି । ଏଠାକାର ଜିନିଷ ଉପରେ ୧୦ ପ୍ରତିଶତ ଟାରିଫ୍‌ ଲାଗୁ ହେବ । ଏହି ବାହ୍ୟ କ୍ଷେତ୍ର ଅଷ୍ଟ୍ରେଲିଆର ଅଂଶ ଏବଂ ସ୍ୱୟଂଶାସିତ ନୁହେଁ । କିନ୍ତୁ ସଂଘୀୟ ସରକାରଙ୍କ ସହ ଏମାନଙ୍କର ନିଆରା ସମ୍ପର୍କ ଅଛି । ହ୍ୱାଇଟ୍‌ ହାଉସ୍‌ ସୂଚୀରେ ଏହି କ୍ଷେତ୍ର କୋକୋସ (କିଲିଙ୍ଗ୍‌) ଦ୍ୱୀପ, କ୍ରିସ୍‌ମାସ ଦ୍ୱୀପ ଓ ନର୍‌ଫକ୍‌ ଦ୍ୱୀପ ନାମରେ ସାମିଲ । ଆମେରିକା ଏଥିସହ ଫଲ୍କଲାଣ୍ଡ୍‌ ଆଇଲାଣ୍ଡ୍‌ ନାମକ ଦ୍ୱୀପ ଉପରେ ୪୨ ପ୍ରତିଶତ ଟାରିଫ୍‌ ଲଗାଇବାକୁ ଘୋଷଣା କରିଛି । ଦକ୍ଷିଣ ଆମେରିକାର ଏହି ଦ୍ୱୀପର କ୍ଷେତ୍ରଫଳ ମାତ୍ର ୧୨,୧୭୩ ବର୍ଗ କିମି । ୨୦୨୧ ଜନଗଣନା ଅନୁସାରେ, ଏଠାରେ ମାତ୍ର ୩୨୨୧ ଜଣ ଲୋକ ରହୁଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.